ETV Bharat / state

ନୟାଗଡ ନାବାଳିକା ହତ୍ୟାକାଣ୍ଡ: ଅନୁଗୋଳରେ ଅଭିଯୁକ୍ତକୁ ଭେଟିଲେ ଓକିଲ, ପୁଣି ଦାଏର ହେବ ମାମଲା

author img

By

Published : Feb 18, 2021, 8:46 PM IST

ନୟାଗଡ ନାବାଳିକା ହତ୍ୟା ମାମଲା: ଅନୁଗୋଳରେ ଅଭିଯୁକ୍ତକୁ ଭେଟିଲେ ଓକିଲ
ନୟାଗଡ ନାବାଳିକା ହତ୍ୟା ମାମଲା: ଅନୁଗୋଳରେ ଅଭିଯୁକ୍ତକୁ ଭେଟିଲେ ଓକିଲ

ନୟାଗଡ ନାବାଳିକା ହତ୍ୟାକାଣ୍ଡର ଆଡୁଆ ସୂତା । ଅନୁଗୋଳରେ ଅଭିଯୁକ୍ତକୁ ଭେଟିଲେ ଓକିଲ । ପୁଣି ଦାଏର କରିବେ ମାମଲା । ଅଧିକ ପଢନ୍ତୁ...

ଅନୁଗୋଳ: ବହୁ ଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା ଭିନ୍ନ ମୋଡ ନେଇଛି । ଅଭିଯୁକ୍ତ ନିଜେ ଦୋଷ ମାନିଥିବା ଭିଡିଓ ଭାଇରାଲ ହେବା ପରେ ଏହାକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତଙ୍କ ଓକିଲ । ଏହି ଭିଡିଓ ଜୋର ଜବରଦସ୍ତ କରାଯାଇଛି ବୋଲି ଅଭିଯିକ୍ତଙ୍କ ଓକିଲ ଦାବି କରିଛନ୍ତି ।

ତେବେ ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ ହେବାପରେ ଆଜି(ଗୁରୁବାର) ପୂର୍ବାହ୍ନରେ ଓକିଲ ମାନସ ଚାନ୍ଦ ଏବଂ ଚନ୍ଦ୍ର ବିଜୟ ମିଶ୍ର ଅନୁଗୋଳ ପର୍ଯ୍ୟବେକ୍ଷଣ ଗୃହକୁ ଆସି ତାଙ୍କୁ ଭେଟି ବୟାନ ରେକର୍ଡ କରିଛନ୍ତି । ଶୁକ୍ରବାର ପୁଣି ଥରେ ଆଉ ଏକ ପିଟିସନ ଦାଖଲ କରିବେ ବୋଲି ମାନସ ଚାନ୍ଦ ସୂଚନା ଦେଇଛନ୍ତି । ଯେଉଁ ତଦନ୍ତ ରିପୋର୍ଟ ଆଧାରରେ ଜୁଭେନାଇଲ ବୋର୍ଡ ଅଭିଯୁକ୍ତଙ୍କୁ ସାବାଳକ ଭାବେ ଗ୍ରହଣ କରି ବିଚାର କରିବାକୁ ଆସେସମେଣ୍ଟ କରିଛନ୍ତି ସେହି ଆସେସମେଣ୍ଟ ବିରୁଦ୍ଧରେ ଅପିଲ କରାଯିବ ବୋଲି ଅଭିଯୁକ୍ତଙ୍କ ଓକିଲ ମାନସ ଚାନ୍ଦ କହିଛନ୍ତି ।

ଏହାଛଡା ଅଭିଯୁକ୍ତ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତାଙ୍କୁ ନିର୍ଯାତନା ଦେଇ ବାଧ୍ୟତାମୂଳକ ଭାବେ ଦୋଷ ସ୍ୱିକାର କରିବାକୁ କୁହାଯାଇଛି । ତେଣୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ସମୟ ଲାଗିବ ବୋଲି ଅନ୍ୟଜଣେ ଓକିଲ ଚନ୍ଦ୍ର ବିଜୟ ମିଶ୍ର କହିଛନ୍ତି । କିନ୍ତୁ ଆମେ ନିର୍ଦୋଷ ସାବ୍ୟସ୍ତ କରିବୁ । ଏହାପରେ ଯେଉଁମାନେ ଏଭଳି ମିଛ ତଦନ୍ତ କରି ଫସେଇ ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ଦାଏର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଓକିଲ ଚନ୍ଦ୍ର ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.