ETV Bharat / state

କୁଖ୍ୟାତ ଅପରାଧୀରୁ ଭଲ ମଣିଷ, ଅନୁଗୋଳର 'ବାଲ୍ମିକୀ' ଅନିଲ୍

author img

By

Published : Jun 30, 2020, 1:51 AM IST

Good man from a notorious criminal: Stoty of Balmiki, Anugul's Anil kumar Sahoo
କୁଖ୍ୟାତ ଅପରାଧୀରୁ ଭଲ ମଣିଷ, ଅନୁଗୋଳର 'ବାଲ୍ମିକୀ' ଅନିଲ୍

ପୁରାଣ ବର୍ଣ୍ଣିତ ଦସ୍ୟୁ ରତ୍ନାକରରୁ ମହର୍ଷି ବାଲ୍ମିକୀଙ୍କ କାହାଣୀ ଭଳି ଅନୁରୁପ ଏକ ଘଟଣା ଘଟିଛି ଅନୁଗୋଳରେ । ଦୀର୍ଘ 17 ବର୍ଷ ଅପରାଧ ଦୁନିଆରେ ଆତଙ୍କ ଖେଳାଇଥିବା ମଣିଷଟି, ଏବେ ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିଛନ୍ତି । ଜଣେ କୁଖ୍ୟାତ ଅପରାଧୀରୁ ସାଧାରଣ ମଣିଷଟିର ଜୀବନ ଜିଉଁଛନ୍ତି । ସଂପୂର୍ଣ୍ଣ ପଢନ୍ତୁ...

ଅନୁଗୋଳ: ପୁରାଣ ବର୍ଣ୍ଣିତ ଦସ୍ୟୁ ରତ୍ନାକରରୁ ମହର୍ଷି ବାଲ୍ମିକୀଙ୍କ କାହାଣୀ ସହିତ ସମସ୍ତେ ପରିଚିତ । ତେବେ ସେହିପରି ଅନୁରୁପ ଏକ ଘଟଣା ଅନୁଗୋଳରେ ଘଟିଛି । ଦୀର୍ଘ 17 ବର୍ଷ ଅପରାଧ ଦୁନିଆରେ ଆତଙ୍କ ଖେଳାଇଥିବା ମଣିଷଟି, ଏବେ ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିଛନ୍ତି। ଜଣେ କୁଖ୍ୟାତ ଅପରାଧୀରୁ ସାଧାରଣ ମଣିଷଟିର ଜୀବନ ଜିଉଁଛନ୍ତି । ଏହି ଅନୁଗୋଳର ବାଲ୍ମିକୀଙ୍କ ନାମ ଅନିଲ କୁମାର ସାହୁ । ଘର ଅନୁଗୋଳ ଜିଲ୍ଲାର ବନ୍ତଳା ଥାନା ଶଙ୍ଖପୁର ଗାଁ ରେ । ବୟସ ୪୦ ଟପିଲାଣି । ଡାକ ନାମ ବୁଚୁ ।

କୁଖ୍ୟାତ ଅପରାଧୀରୁ ଭଲ ମଣିଷ, ଅନୁଗୋଳର 'ବାଲ୍ମିକୀ' ଅନିଲ୍

ଦିନେ ଯାହାର ନାଁ ଶୁଣିଲେ ଲୋକେ ଘୃଣାରେ ଛି ଛାକର କରୁଥିଲେ । ପିଲାଟି ଦିନରୁ ବାପାଙ୍କୁ ହରାଇବା ପରେ, ଅପରାଧୀଙ୍କ ସହ ମିଶି ଜଣେ ପେଷାଦାର ଅପରାଧୀ ପାଲଟି ଯାଇଥିଲେ ସେ । ଅନୁଗୋଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାର ପ୍ରାୟ ୧୨ଟି ଥାନାରେ ୧୫୦ ରୁ ଅଧିକ ମାମଲା ତାଙ୍କ ନାମରେ ରହିଛି । ଏହି ତିନି ଜିଲ୍ଳାର ୫ ଟି ଜେଲ୍ ରେ ସଙ୍ଗୀନ ଅପରାଧ ପାଇଁ ଜୀବନର ଦୀର୍ଘ ୧୪ବର୍ଷ ସଜା କାଟିଛନ୍ତି । ଚୋରି ରାହାଜାନି, ଲୁଣ୍ଠନ, ଡକାୟତି, ମାରପିଟି ଭଳି ଅନେକ ଅପରାଧ ଭିଆଇ ଥିଲେ ବୁଚୁ । ଅପରାଧ କାର୍ଯ୍ୟ କଳାପ ପାଇଁ ପୋଲିସ ଜାତୀୟ ନିରାପତ୍ତା ଆଇନ (ଏନଏଏସ)ରେ ଗିରଫ ମଧ୍ୟ ହୋଇଥିଲେ ।

ମାତ୍ର ସମୟ ସହ ବଦଳି ଯାଇଛନ୍ତି ସେ । ଛାଡ଼ିଦେଇଛନ୍ତି ଅପରାଧର ସେ ଅନ୍ଧ ଗଳିର ଅନ୍ଧାର ରାସ୍ଥାକୁ । ବନିଯାଇଛନ୍ତି ଗାଁର ଅନ୍ୟ ମଣିଷଙ୍କ ପରି ଭଲ ମଣିଷ । ପରିଶ୍ରମ କରୁଛନ୍ତି, ନିଜ ପେଟ ପୋଷିବା ସହ ପରିବାର ଚଳାଉଛନ୍ତି । ଏବେ ତାଙ୍କୁ ଆଦରି ନେଇଛନ୍ତି ପ୍ରିୟର ଗାଁ ଲୋକେ ।

ଗତ ତିନି ବର୍ଷ ହେବ ବୁଚୁ ପାଲଟି ଯାଇଛନ୍ତି ପରିଶ୍ରମୀ ମଣିଷ । ଜଣେ ଟ୍ରକ ଚାଳକ ଭାବେ ନିଜର ଜୀବନ ଜିଇଁବା ଆରମ୍ଭ କରିଥିବା ବେଳେ ଏବେ ତାଲା ବନ୍ଦ ଯୋଗୁ ହାଟକୁ ହାଟ ବୁଲି ଆଳୁ ପିଆଜ ବିକୁଛନ୍ତି । ବାକି ସମୟ ଭଜନ, କୀର୍ତ୍ତନ ଓ ଈଶ୍ବର ଆରାଧନାରେ ବିତାଉଛନ୍ତି । ସେପଟେ ଅପରାଧୀ ପୁଅଟେ ପାଇଁ ଯେଉଁ ମା' କାନ୍ଦି କାନ୍ଦି ଦିନ କାଟୁଥିଲା, ପୁଅ ଭଲ ବାଟକୁ ଫେରି ଆସିଥିବାରୁ ମା' ମଧ୍ୟ ବହୁତ ଖୁସି ।

ଆମ ସମାଜରେ ଏବେବି ଅନେକ ବୁଚୁ ଅପରାଧିକ ଜୀବନ ଜିଉଁଛନ୍ତି । ତେବେ ଅନିଲ ଓରଫ ବୁଚୁ ଯେପରି କଳଙ୍କିତ ଅତୀତର କଳା ଦୁନିଆକୁ ଛାଡି ଭଲ ମଣିଷ ପାଲଟିଛନ୍ତି, ତାହା ଅନ୍ୟ ଅପରାଧୀଙ୍କୁ ସାଧାରଣ ଜୀବନ ବଞ୍ଚିବାକୁ ବାଟ କଢାଇବ ନିଶ୍ଚିନ୍ତ !

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.