ETV Bharat / state

ଗାଁ ସାଥୀଙ୍କୁ ଅଣଦେଖା ଅଭିଯୋଗ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସଂଘ

author img

By

Published : Sep 1, 2021, 4:41 PM IST

ଗାଁ ସାଥୀଙ୍କୁ ଅଣଦେଖା ଅଭିଯୋଗ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସଂଘ
ଗାଁ ସାଥୀଙ୍କୁ ଅଣଦେଖା ଅଭିଯୋଗ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସଂଘ

ଅନୁଗୋଳ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଜିଲ୍ଲା ଗାଁ ସାଥୀ ସଂଘ । ପ୍ରଶାସନିକ ସ୍ତରରେ ଅଣଦେଖା କରାଯିବା ସହ ପ୍ରାପ୍ୟ ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଅନୁଗୋଳ: ଗାଁ ସାଥୀଙ୍କୁ ମିଳୁନି ସେମାନଙ୍କ ଉଚିତ ପ୍ରାପ୍ୟ । ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି ଏମାନେ । ଏପରି କିଛି ଅଭିଯୋଗ ଆଣି ଜିଲାପାଳଙ୍କ ଅଫିସ ସମ୍ମୁଖରେ ଗାଁସାଥୀଙ୍କ ଧାରଣା । ଏପରି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ । ଗାଁ ସାଥୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜୀ କରିବା ସହ ଏକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗାଁ ସାଥୀଙ୍କୁ ଅଣଦେଖା ଅଭିଯୋଗ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସଂଘ

ଅଭିଯୋଗ ଅନୁସାରେ, ସେମାନଙ୍କୁ ନିଯୁକ୍ତି ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପ୍ରଶାସନ ଭୁଲିଯାଇଛି । 2008 ମସିହାରେ ସେମାନଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ମନରେଗାରେ ଯାହା କାମ ମିଳିବା କଥା ତାଙ୍କୁ ଯୋଗାଇ ଦିଆଯାଉନାହିଁ । ଏହା ବ୍ୟତୀତ ବ୍ଲକମାନଙ୍କରେ ଗାଁ ସାଥୀଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରାଯାଉଥିବା ମଧ୍ୟ ଏମାନେ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ 5 ଦଫା ସମ୍ବଳିତ ଏକ ଦାବିପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.