ETV Bharat / state

ବୌଦ୍ଧ-ଅନୁଗୁଳରେ ମା’ ଗଜଲକ୍ଷ୍ମୀ ପୂଜା ଆରମ୍ଭ

author img

By

Published : Oct 13, 2019, 11:43 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ/ଅନୁଗୁଳ

ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀ ପୂଜା ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି ।

ବୌଦ୍ଧ/ଅନୁଗୁଳ: ସହରଠୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି । ବିଭିନ୍ନ ପୂଜା ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜା ପାଉଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ/ଅନୁଗୁଳ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା’ ଲକ୍ଷ୍ମୀଙ୍କ ଏହି ଦିବସକୁ ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି । ଆଜି ମଧ୍ୟ କୁମାର ପୂର୍ଣ୍ଣିମା ପାଳନ ହୋଇଯାଇଛି । ବୌଦ୍ଧ ସହରର ଲକ୍ଷ୍ମୀ ବଜାର, ବୁଟୁପାଲି, ବାମଣ୍ଡା ଭଳି କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ମା’ ଲକ୍ଷ୍ମୀଙ୍କୁ ଆବାହନ କରି ପୂଜାର୍ଚ୍ଚନା କରାଯାଇଛି । ବୁଟୁପାଲି ଠାରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାର ମୁଖ୍ୟ ଆକର୍ଷଣ ଦଶ ହଜାର ଆଠ ଦୀପ ଯଜ୍ଞ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ସେହିଭଳି ଅନୁଗୁଳ ଜିଲ୍ଲାର ମଧ୍ୟ ବିଭିନ୍ନ ସ୍ଥାନରେ ମା’ ଗଜ ଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଛି । କୁମାର ପୂର୍ଣ୍ଣିମା ଅବସରରେ ଅନୁଗୁଳ ସହରରେ ମା ଲକ୍ଷ୍ମୀଙ୍କ ପୂଜା ସବୁଆଡେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥାଏ ।


ବୌଦ୍ଧରୁ ସତ୍ୟନାରାୟଣ ପାଣି ଓ ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.