ETV Bharat / state

ରାତିଅଧରେ ଚାଷୀକୁ ଦଳିଦେଲା ହାତୀ

author img

By

Published : Oct 31, 2020, 1:10 PM IST

ରାତିଅଧରେ ଚାଷୀକୁ ଦଳିଦେଲା ହାତୀ
ରାତିଅଧରେ ଚାଷୀକୁ ଦଳିଦେଲା ହାତୀ

ଅନୁଗୋଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଅଘଟଣ । ରାତି ଅଧରେ ବିଲକୁ ଧାନ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ।

ଅନୁଗୋଳ: ରାତି ଅଧରେ ବିଲକୁ ଧାନ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ । ଅନୁଗୋଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଏହି ଅଘଟଣ ଘଟିଛି । ତେବେ ମୃତକ ଜଣଙ୍କ ହେଲେ ପାଲଲହଡା ବ୍ଲକ ବତିସୁଆଁ ଶ୍ରୀରାମପୁର ଗାଁର ଅନାଦି ହାଣ୍ଡିଆରି ।

ରାତିଅଧରେ ଚାଷୀକୁ ଦଳିଦେଲା ହାତୀ

ସୂଚନାନୁସାରେ, ବିଳମ୍ବିତ ରାତିରେ ଅନାଦି ହାଣ୍ଡିଆରି ଗାଁ ଲୋକଙ୍କ ସହ ବିଲକୁ ଧାନ ଜଗିବାକୁ ଯାଇଥିଲେ । ତେବେ ରାତିରେ ୧୪-୧୫ ଟି ଥିବା ହାତୀ ବିଲରେ ପଶି ଧାନ ଖାଇଥିଲେ । ହାତୀଙ୍କୁ ଘଉଡେଇବାକୁ ଯାଇ ହାତୀ ସହ ଅନାଦିଙ୍କର ମୁହାଁ ମୁହିଁ ହେଇଥିଲା । ଘଟଣାସ୍ଥଳରେ ତାଙ୍କୁ ହାତୀ ଦଳି ମାରି ଦେଇଥିଲେ । ଉତ୍ୟକ୍ତ ଗ୍ରାମବାସୀ ରାତିରେ ମୃତଦେହକୁ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ରଖି କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ 5 ଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଗାଡ଼ିମୋଟର ଅଟକି ରହିଥିଲା । ପାଲଲହଡା ବନବିଭାଗ ଓ ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ରାସ୍ତାରୁ ହଟିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.