ETV Bharat / state

ସରିଲା ଅନୁଗୋଳ ସହରର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

author img

By

Published : Oct 23, 2019, 5:13 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଶେଷ ହୋଇଛି ମା’ ଧନଦାତ୍ରୀଙ୍କ ପୂଜା । ତେବେ ମଙ୍ଗଳବାର ଶେଷ ଦିନରେ କେମିତି ରହିଥିଲା ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ପ୍ରତିକ୍ରିୟା, ତାହା ପଚାରି ବୁଝିଥିଲା ଇଟିଭି ଭାରତ ଟିମ୍‌ ।

ଅନୁଗୋଳ: ଶେଷ ହୋଇଛି ମା’ ଧନଦାତ୍ରୀଙ୍କ ପୂଜା । କୁମାର ପୂର୍ଣ୍ଣିମାଠାରୁ 11 ଦିନ ଧରି ଚାଲିଥିବା ଏହି ପୂଜାକୁ ବେଶ ଉତ୍କର୍ଷତାର ସହ ବିଭିନ୍ନ ପୂଜା ମଣ୍ଡପରେ ଆୟୋଜନ କରାଯାଇଥିବା ବେଳେ ଲୋକେ ମଧ୍ୟ ଉଠାଇଥିଲେ ଏହାର ବେଶ ଆନନ୍ଦ । ତେବେ ମଙ୍ଗଳବାର ଶେଷ ଦିନରେ କେମିତି ରହିଥିଲା ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ପ୍ରତିକ୍ରିୟା, ତାହା ପଚାରି ବୁଝିଥିଲା ଇଟିଭି ଭାରତ ଟିମ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

11ଦିନ ଧରି ସହରରେ ଚାଲିଥିବା ଏହି ପୂଜାରେ ପ୍ରାୟ 17 କିଲୋମିଟର ପର୍ଯ୍ୟନ୍ତ ଲାଗିଥିଲା ଆଲୋକର ମାଳା । ମୋଟ 35ଟି ମଣ୍ଡପରେ ପୂଜା ପାଇଥିଲେ ମା’ ଧନଦାତ୍ରୀ । ମଙ୍ଗଳବାର ଶେଷ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ପୁଣି ମା’ଙ୍କ ପୂଜା ପାଇଁ ବର୍ଷ ଅପେକ୍ଷା କରିବାକୁ ଥିବାରୁ ମଉଳି ଯାଇଥିଲା ଶ୍ରଦ୍ଧାଳୁଙ୍କ ମନ ।

ବୁଧବାର ସହରରେ ମା’ଙ୍କ ବିସର୍ଜନ ଉତ୍ସବର ଆୟୋଜନ କରାଯିବା ସହ ପାରମ୍ପରିକ ଆତସବାଜି ପ୍ରଦର୍ଶନୀ ପାଇଁ ସମସ୍ତ ପୂଜା ମଣ୍ଡପ ପ୍ରସ୍ତୁତ ରହିଥିବା ଜଣାଇଥିଲେ । ଲୋକଙ୍କ ଭିଡ ସହ ଶାନ୍ତି ଓ ଶୃଙ୍ଖଳାର ସହ ବିସର୍ଜନ ପର୍ବକୁ ଶେଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ଜିଲ୍ଲା ପୋଲିସ ସହ ସ୍ବତନ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ମୁତୟନ ରହିବେ । ପୁରା ସହରରେ 25 ପ୍ଲାଟୁନ ଫୋର୍ସର ଛାଉଣୀ ଲାଗିବାର ବ୍ୟବସ୍ଥା କରାଯାଇଛି । ତେବେ ଏହି ମେଲଣ ଶୋଭାଯାତ୍ରା ଅପରାହ୍ନରେ ଆରମ୍ଭ ହେବାକୁ ଥିବା ବେଳେ ରାତିରେ ଆତଦସବାଜି ପ୍ରତିଯୋଗିତା ହେବାର ଯୋଜନା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆଜି ଶେଷ ହେଉଛି ଅନୁଗୋଳ ର ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା ଉତ୍ସବ । ଗତ ଏଗାର ଦିନ ସହରେ ବେଶ ଜାକଜମକରେ ଚାଲି ଥିଲା ପୂଜା ଉତ୍ସବ Body:। ପ୍ରାୟ 17 କିଲୋମିଟର ପଯ୍ୟନ୍ତ ଆଲୋକ ର ମାଳା ସାରା ଅନୁଗୋଳ କୁ ଛାଇ ଯାଇଥିଲା । କେବଳ ଅନୁଗୋଳ ସହର ମଧ୍ୟରେ 35 ମଣ୍ଡପରେ ମା ଙ୍କୁ ପୂଜା କରାଯାଉଥିଲା । ଆଜି ଶେଷ ସନ୍ଧ୍ୟା ଥିବାରୁ ଲକ୍ଷାଧିକ ଦେଖଣାହାରୀ ଙ୍କ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା କାଲି ବିସର୍ଜନ ପୂଜା ପରେ ଆରମ୍ଭ ହେବ ଭାଷାଣି ଶୋଭାଯାତ୍ରା । ଏଥିପାଇଁ ସମସ୍ଥ ପ୍ରସ୍ତୁତି ସରି ସରିଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।Conclusion:ଜିଲା ପୋଲିସ ସହ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ମୁତୟନ ହେବେ । ପୁରା ସହର କୁ 25 ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଅପରାହ୍ନ ପରେ ଆରମ୍ଭ ହେବ ମେଳଣ ଶୋଭାଯାତ୍ରା ଓ ରାତିରେ ହେବ ଆତସବାଜି ପ୍ରତିଯୋଗତା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.