ETV Bharat / state

ଡୁପ୍ଲିକେଟ୍ ମେଡିସିନ୍ ଠାବ ପରେ ଲୋକେ ଛାନିଆ, ଲୋଭରେ ବ୍ୟବସାୟୀ କରୁଛନ୍ତି ନକଲି କାରବାର

author img

By

Published : Jul 8, 2023, 7:40 PM IST

fake medicine racket
ଅନୁଗୋଳରେ ନକଲି ଔଷଧ କାରବାର

ଅନୁଗୋଳରେ ନକଲି ଔଷଧ କାରବାର ଘଟଣାରେ ୪ ଜଣଙ୍କ ନାମରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢ଼ନ୍ତୁ

ଅନୁଗୋଳରେ ନକଲି ଔଷଧ କାରବାର

ଅନୁଗୋଳ: ଜିଲ୍ଲାରେ ଲମ୍ବି ଚାଲିଛି ନକଲି ଔଷଧ କାରବାର ଚେର । ଅଧିକ ଲୋଭରେ ବ୍ୟବସାୟୀ କରୁଛନ୍ତି ନକଲି କାରବାର । ଯାହାକୁ ନେଇ ଆକ୍ସନ ମୋଡରେ ରାଜ୍ୟ ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ । ଅନୁଗୋଳ ଜିଲ୍ଲାରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ରାଜ୍ୟ ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗୋଟିଏ ହୋଲସେଲ ଦୋକାନ ଏବଂ ଦୁଇଟି ଔଷଧ ଦୋକାନ ସିଲ କରିଛି । ୪ ଜଣଙ୍କ ନାମରେ ପୋଲିସରେ ଅଭିଯୋଗ ହେବା ପରେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୋଲିସ ଆହୁରି ଅଧିକ ଛାନଭିନ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ନକଲି ଔଷଧ, ଡ୍ରଗ୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ରେଡ୍

ଅନୁଗୋଳ ଜିଲ୍ଲାରେ ଦୀର୍ଘ ଦିନ ହେଲା ନକଲି ଔଷଧ କାରବାର ଚାଲୁଥିବା ବାରମ୍ବାର ଅଭିଯୋଗ ହୋଇଛି । ଗତ ଡିସେମ୍ବର ମାସରେ ଅନୁଗୋଳ ଜିଲ୍ଲାପାଳ ମା' ବୁଢ଼ୀ ମେଡ଼ିସିନ ଦୋକାନରୁ ଔଷଧ କିଣି ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାର ଯାଞ୍ଚ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପରୀକ୍ଷା ନିରୀକ୍ଷା କରାଯିବା ପରେ ସେ ଔଷଧ ନକଲି ବୋଲି ଜଣାପଡିଥିଲା । ଏହାପରେ ରାଜ୍ୟ ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଉକ୍ତ ଦୋକାନରେ ଚଢ଼ାଉ କରି ସିଲ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ନକଲି ଔଷଧ ଠାବ ଘଟଣା, 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବରଗଡ ପୋଲିସ

ଏହା ମଧ୍ୟ ପଢ଼ନ୍ତୁ: ନକଲି ଔଷଧ ଜାଲରେ ଓଡିଶା ! ଝାରସୁଗୁଡାରୁ 1ଲକ୍ଷ 70ହଜାର ଟଙ୍କାର ଡୁପ୍ଲିକେଟ୍ ମେଡ଼ିସିନ ଜବତ

ଏନେଇ ଅନୁଗୋଳ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ କାର୍ଯ୍ୟକାରୀ ସଭାପତି କହିଛନ୍ତି, "ଦୀର୍ଘ ଦିନ ହେଲା ଅନୁଗୋଳରେ ନକଲି ଔଷଧ କାରବାର ଚାଲିଛି । ଅଧିକାଂଶ ଔଷଧ ରାଇପୁର ଅଞ୍ଚଳରୁ ଚୋରାରେ ବସ ଯୋଗେ ଆସୁଛି । ଏକ ଗୁପ୍ତ ସ୍ଥାନରେ ରଖି କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ଔଷଧ ଦୋକାନକୁ ସପ୍ଲାଇ କରୁଛନ୍ତି । କିଛି ଦୋକାନୀ ଅଧିକ ଲାଭ ପାଇବା ଆଶାରେ ଏଭଳି ନକଲି ଔଷଧ ବିକ୍ରି କରୁଛନ୍ତି । ତେଣୁ ନିୟମିତ ବ୍ୟବଧାନରେ ସବୁ ଔଷଧ ଦୋକାନ ଏବଂ ହୋଲସେଲ ଦୋକାନ ଗୁଡିକର ଯାଞ୍ଚ ହେବା ଆବଶ୍ୟକ ।" ତେବେ ଜିଲ୍ଲାରେ ଜଣେ ଡ୍ରଗ୍ସ ଇନ୍ସପେକ୍ଟର ଥିଲେ ମଧ୍ୟ କିଭଳି ଖୋଲାଖୋଲି ଭାବେ ନକଲି ଔଷଧ ବିକ୍ରି ହେଉଛି । ତେଣୁ ତାଙ୍କର ଭୂମିକାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ଘଟଣା ପରେ ଅନୁଗୋଳରେ ରୋଗୀମାନେ ଦୋକାନରୁ ଔଷଧ କିଣିବାକୁ ଭୟ କରୁଛନ୍ତି ।



ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.