ETV Bharat / state

ଅନୁଗୋଳରେ ଥମୁନି ହାତୀ ଆତଙ୍କ, ପୁଣି 3 ଆହତ

author img

By

Published : Dec 27, 2020, 9:18 PM IST

ଅନୁଗୋଳରେ ଥମୁନି ହାତୀ ଆତଙ୍କ , ପୁଣି 3 ଆହତ
ଅନୁଗୋଳରେ ଥମୁନି ହାତୀ ଆତଙ୍କ , ପୁଣି 3 ଆହତ

ଛେଣ୍ଡିପଦା ବନାଞ୍ଚଳରେ ଜାରି ରହିଛି ହାତୀ ଆତଙ୍କ। ଆହତ ହେଲେଣି ବହୁ ସ୍ଥାନୀୟ ବାସିନ୍ଦା । ପଢନ୍ତୁ ଅଧିକ.....

ଅନୁଗୋଳ: ଛେଣ୍ଡିପଦା ବନାଞ୍ଚଳରେ ଜାରି ରହିଛି ହାତୀ ଆତଙ୍କ। ଗତକାଲି ଜଣଙ୍କୁ ମାରିବା ପରେ ଆଜି ମଧ୍ୟ ସେଇ ଦନ୍ତା ହାତୀ ତାର ଉତ୍ପାତ ଜାରି ରଖିଛି। ବନାଞ୍ଚଳ ଗୋଳାଗାଡ଼ିଆ ଗାଁରେ ହାତୀ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହେବା ସହିତ ହାତୀ ଜଣଙ୍କ ଘର ଭାଙ୍ଗିବା ସହ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛି ।

ଅନୁଗୋଳରେ ଥମୁନି ହାତୀ ଆତଙ୍କ , ପୁଣି 3 ଆହତ

ସୂଚନା ଅନୁସାରେ ମଣ୍ଡୁଆ ଗ୍ରାମରେ ଦନ୍ତାହାତୀ ଗୋଳାଗାଡ଼ିଆ ଗାଁର ବୀର ସାହୁଙ୍କ ଆଜବେଷ୍ଟସ ଓ ଚାଳ ଛପର ଘର ଦୁଇବଖରା ଭାଙ୍ଗି ନଷ୍ଟ କରିଥିଲା। ଘର ଭାଙ୍ଗିବା ସମୟରେ ଘରେ ଥିବା ବୀର ସାହୁଙ୍କ ପୁଅ ଅଜିତଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା ହାତୀ । ପରିବାର ଲୋକେ ଅଜିତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

ହାତୀକୁ ଘଉଡେଇବାକୁ ଉଦ୍ୟମ କରୁଥିବାବେଳେ ପଡୋଶୀ କରୁଣାକର ସାହୁ ଓ ମହେଷ୍ବର ସାହୁ ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିବା ତିନିଜଣଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତ ୯ ମାସ ହେବ ହାତୀ ଉପଦ୍ରବ ସମସ୍ୟା ନଥିବା ବେଳେ ଏବେ ପୁଣି ହାତୀଙ୍କ ଏଭଳି ଉତ୍ପାତ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.