ETV Bharat / state

ମୃତ୍ୟୁର ଫାସ, ବିଦ୍ୟୁତ ତାର ଲାଗି ଆଉଏକ ହାତୀ ମୃତ

author img

By

Published : Aug 27, 2022, 1:11 PM IST

ଅନୁଗୋଳ ଜିଲ୍ଲାରେ ହାତୀ ମୃତ୍ୟୁ । ବିଜୁଳି ଫାଶରେ ପଡି ଗଲା ଦନ୍ତାର ଜୀବନ । ଅଧିକ ପଢନ୍ତୁ

ବିଜୁଳି ଫାଶରେ ପଡି ଗଲା ଦନ୍ତାର ଜୀବନ
ବିଜୁଳି ଫାଶରେ ପଡି ଗଲା ଦନ୍ତାର ଜୀବନ

ଅନୁଗୋଳ: ବିପଦରେ ଗଜରାଜ । ବିଜୁଳି ଫାଶରେ ପଡି ଗଲା ଦନ୍ତାର ଜୀବନ । ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ଵକୁ ଲାଗି ଜଗନ୍ନାଥପୁର ଗାଁ ନିକଟରେ ଏକ ଦନ୍ତା ମୃତ୍ୟୁ ହୋଇଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ଵକୁ ଲାଗି ରହିଛି ଜଗନ୍ନାଥପୁର ଗାଁ ।

ଗାଁ ନିକଟରେ ଏକ ଆମ୍ବ ତୋଟାରେ ଏକ ଦନ୍ତା ଦୀର୍ଘଦିନ ହେବ ଘୁରି ବୁଲୁଥିଲା । ହେଲେ ସେଠାରେ ଲଗାଇଥିବା ଏକ ବିଜୁଳି ଫାଶରେ ଫଶି ଯାଇଥିଲା ଦନ୍ତା । ଫଳରେ ବିଦ୍ୟୁତ ତାର ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ହାତୀମୃତ୍ୟୁର ଖବର ବନ ବଭାଗକୁ ଦେଇଥିଲେ ।

ଏହାବି ପଢନ୍ତୁ: ଅସୁରକ୍ଷିତ ଗଜରାଜ, ଗୁଳି ଖାଇ ଜଙ୍ଗଲରେ ବୁଲୁଛି ଦନ୍ତା

ଗାଁ ଲୋକଙ୍କଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚିଥିଲେ । ମୃତ ଦନ୍ତାକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ତେବେ, ମୃତ ଦନ୍ତାର ବୟସ ପ୍ରାୟ ୧୫ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଦନ୍ତା ଶିକାର ପାଇଁ ବିଜୁଳି ଫାଶ ଲଗାଯାଇଥିଲା ନା ଅନ୍ୟ ଜନ୍ତୁକୁ ଶିକାର ପାଇଁ ତାର ବିଛା ଯାଇଥିଲା । ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.