ETV Bharat / state

ଖଣି କର୍ତ୍ତୃପକ୍ଷଙ୍କ ଅଫିସ ସମ୍ମୁଖରେ କୋଇଲା ଖଣି କ୍ଷତିଗ୍ରସ୍ତ ପାଳିଲେ ମାଣବସା

author img

By ETV Bharat Odisha Team

Published : Dec 22, 2023, 8:46 PM IST

ଅଭିନବ ଉପାୟରେ ଆନ୍ଦୋଳନ
ଅଭିନବ ଉପାୟରେ ଆନ୍ଦୋଳନ

Villagers Protest Against Land Acquisition: ଅନୁଗୋଳ ଜିଲ୍ଲା ତାଳଚେର ହିଙ୍ଗୁଳା କୋଇଲା ଖଣି ଟାଇମ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହ ଖଣି ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ଗ୍ରାମବାସୀ । ଫଳରେ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି । ଅଧିକ ପଢ଼ନ୍ତୁ

ଅଭିନବ ଉପାୟରେ ଆନ୍ଦୋଳନ

ଅନୁଗୋଳ: ଲୋକଙ୍କ ଦାବି ଶୁଣୁନାହଁନ୍ତି କୋଇଲା ଖଣି କର୍ତ୍ତୃପକ୍ଷ । ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଖଣି ବିସ୍ଥାପିତ । ଗୁରୁବାର ଆନ୍ଦୋଳନକାରୀ ମହିଳାମାନେ ତାଳଚେର ହିଙ୍ଗୁଳା କୋଇଲା ଖଣି ଟାଇମ କର୍ତ୍ତୃପକ୍ଷଙ୍କ ଅଫିସ ସମ୍ମୁଖରେ କରିଛନ୍ତି ମାଣବସା । ଖଣି ବନ୍ଦ ଆନ୍ଦୋଳନ କରିବା ସହ ଜମି ଓ ଘରବାଡି ଗୁଡିକୁ ଏମସିଏଲ ଅଧିଗ୍ରହଣ କରିବାକୁ ନେଇ ମାଣବାସାଇ ପ୍ରତିବାଦ କରିଛନ୍ତି ମହିଳା ।

ତେବେ ଅନୁଗୋଳ ଜିଲ୍ଲା ତାଳଚେର ହିଙ୍ଗୁଳା କୋଇଲା ଖଣି ଟାଇମ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହ ଖଣି ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ଗୋପାଳପ୍ରସାଦ ଗ୍ରାମବାସୀ । ଫଳରେ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି । ଗୁରୁବାର ମାଣବସା ହୋଇଥିବାରୁ ଧାରଣା ସ୍ଥଳରେ ମା' ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ସହ ଖଣି ମୁହଁରେ ଝୋଟି ପକାଇ ପୂଜାର୍ଚ୍ଚନା ଜାରି ରଖିଛନ୍ତି । ସୂଚନା ଅନୁସାରେ, ଗୋପାଳପ୍ରସାଦ ଗାଁର ତୃତୀୟ ପର୍ଯ୍ୟାୟରେ ଜମି ଓ ଘରବାଡି ଗୁଡିକୁ ଏମସିଏଲ ଅଧିଗ୍ରହଣ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ଗ୍ରାମରେ ବସବାସ କରୁଥିବା ମୂଳ ପଟାଦାରଙ୍କୁ ଅଣଦେଖା କରି ବିକ୍ରି ହୋଇଥିବା ଜମି ମାଲିକଙ୍କୁ ଅଗ୍ରାଧିକାର ଦେଇ ଏମସିଏଲ ସମସ୍ତ ଅର୍ଥ ଯୋଗାଇ ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସେପଟେ ପୂର୍ବରୁ ମୋଟ 755 ଘରବାଡିକୁ ଏମସିଏଲ ଚିହ୍ନଟ କରିଥିବା ବେଳେ ମୋଟ 312 ଜଣଙ୍କୁ ଚୟନ କରିଥିଲା । ବାକି 443 ଜଣ ମୂଳ ପଟାଦାରଙ୍କୁ ଛାଡି ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ 4 ଦିନ ଧରି ଧାରଣାରେ ବସିଛନ୍ତି ଗ୍ରାମବାସୀ । ଏହା ସହ 4 ଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ କୌଣସି ଅଧିକାରୀମାନଙ୍କର ଦେଖା ନଥିବା ଅଭିଯୋଗକାରୀମାନେ ଅଭିଯୋଗ କରିଛନ୍ତି । ଏହାସହ ଯେପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସମସ୍ତ ଦାବି ଗୁଡିକ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ......କମ୍ପାନୀ ଶୁଣୁନି ଆଦିବାସୀ ବିସ୍ଥାପିତଙ୍କ ଦୁୃଃଖ, 19ରେ ଖଣି ବନ୍ଦ ଡାକରା

ତେବେ ଜଣେ ଅଭିଯୋଗକାରୀ ସାସ୍ବତୀ ଦେହୁରୀ କହିଛନ୍ତି, "ଆମେ 4ଦିନ ଧରି ଧାରଣାରେ ବସିଛୁ । ପରିବାର ଛାଡି ବ୍ୟାଧ୍ୟ ହୋଇ ଘରେ ମାଣବସା କରିବା ବଦଳରେ ରାସ୍ତାରେ ମାଣ ବସେଇଛୁ । ଆମର ଦାବି ପୂରଣ ହେଉନାହିଁ । ଆମର ଦେବି ହେଉଛି ଆମେ ପୁରୁଣା ବାସିନ୍ଧା, ଆମେ ପୂରୁଣା ପଟ୍ଟାଦାର । ଆମେ ଘର କରିଛୁ କିନ୍ତୁ ଆମର ଆୱାର୍ଡ ପାସ୍‌ ହେଇନି । ଯେଉଁମାନେ ଯାଗା କିଣି ଘର କରିଛନ୍ତି ସେମାନଙ୍କର ଆୱାର୍ଡ ପାସ୍‌ ହୋଇଯାଇଛି । ଯେପର୍ଯ୍ୟନ୍ତ ଆମ ଦାବି ପୂରଣ ହୋଇନି ସେ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଜାରି ରଖିବୁ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.