ETV Bharat / state

ମମିତାଙ୍କୁ ନ୍ୟାୟ ଦାବିରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

author img

By

Published : Oct 22, 2021, 4:58 PM IST

Updated : Oct 22, 2021, 5:51 PM IST

ମମିତାଙ୍କୁ ନ୍ୟାୟ ଦାବିରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ମମିତାକୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସର ପ୍ରତିବାଦ, ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ମମିତା ମେହେର ହତ୍ୟା ଘଟଣାକୁ ନେଇ ଅନୁଗୋଳ ଛାତ୍ର କଂଗ୍ରେସର ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳ: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି । ଆଜି (ଶୁକ୍ରବାର) ଏହାର ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳରେ । ଛାତ୍ର କଂଗ୍ରେସର ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ରାଜା ଛକ ଠାରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ମମିତାଙ୍କୁ ନ୍ୟାୟ ଦାବିରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସେଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ କରିଥିଲେ ଛାତ୍ର ନେତା । ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିବା ଅଭିଯୋଗ କରି ତୁରନ୍ତ ତାଙ୍କୁ ବହିଷ୍କାର କରିବା ସହ ଗିରଫ ଦାବି କରିଥିଲେ । ଏନେଇ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା କାର୍ଯ୍ୟାଳୟରେ ବ୍ୟପାକ ପୋଲିସ ମୁତୟନ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Oct 22, 2021, 5:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.