ETV Bharat / state

ପ୍ରକଳ୍ପ ଥାଇ ବି ଚାଷୀକୁ ମିଳୁନି ପାଣି, ନାଲି ଫିତା ତଳେ ସରକାରୀ ଯୋଜନା

author img

By

Published : Oct 24, 2021, 12:58 PM IST

ପ୍ରକଳ୍ପ ଥାଇ ବି ଚାଷୀକୁ ମିଳୁନି ପାଣି, ନାଁକୁ ମାତ୍ର ସରକାରୀ ଘୋଷଣା ନାମା
ପ୍ରକଳ୍ପ ଥାଇ ବି ଚାଷୀକୁ ମିଳୁନି ପାଣି, ନାଁକୁ ମାତ୍ର ସରକାରୀ ଘୋଷଣା ନାମା

ଜଳସେଚନ ପ୍ରକଳ୍ପ ଥାଇ ବି ଚାଷ ଜମିକୁ ଆସୁନି ପାଣି । ଜଳସେଚନ ଅଭାବରୁ ପଡିଆ ପଡୁଛି ଶହ ଶହ ଏକର ଜମି । ଅନୁଗୋଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଚାଷୀ ସମସ୍ୟା । ଦେଖନ୍ତୁ ରିପୋର୍ଟ...

ଅନୁଗୋଳ: ବିସ୍ତୃତ ଜଳ ଭଣ୍ଡାର ଥାଇ ମଧ୍ୟ ଶହ ଶହ ଏକର ଜମି ପଡିଆ ପଡୁଛି । ଦୀର୍ଘ ବର୍ଷ ଧରି ଚାଷୀମାନେ ଦାବି କରି ଆସୁଛନ୍ତି । ହେଲେ କେହି ଶୁଣୁନାହାନ୍ତି ସେମାନଙ୍କ ଗୁହାରି । ଚଳିତ ଖରିଫ ଋତୁରେ ମଧ୍ୟ ବର୍ଷା ଅଭାବରୁ ଶହ ଶହ ଏକର ଜମି ପଡିଆ ପଡିଲା ସିନା ପ୍ରକଳ୍ପରୁ ସୁବିଧା ପାଇପାରିଲେନି ଚାଷୀକୂଳ । ଏହାକୁ ନେଇ ଚାଷୀମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଅନୁଗୋଳ ଜିଲ୍ଲାର ତଳମୂଳ ଓ ତା'ର ଆଖପାଖ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଇଛି ।

ପ୍ରକଳ୍ପ ଥାଇ ବି ଚାଷୀକୁ ମିଳୁନି ପାଣି, ନାଁକୁ ମାତ୍ର ସରକାରୀ ଘୋଷଣା ନାମା

ଏଠାରେ ପ୍ରାୟ ୧୦୦ ଏକର ବିଶିଷ୍ଟ ଏକ ବିଶାଳ ପୋଖରୀ ରହିଛି । ଦୀର୍ଘ ୪୦ ବର୍ଷ ପୂର୍ବେ ଜଳସେଚନ ବିଭାଗ ତରଫରୁ ଏହାକୁ ଜଳସେଚନ ପ୍ରକଳ୍ପ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଦୁଇଟି କେନାଲ ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଗଲା । କହିବାକୁ ଗଲେ ଜଳ ସେଚନର ସବୁ ସୁବିଧା ଥାଇ ବି ଚାଷୀ ପାଇ ତା'ର ଉପକାର ପାରୁନାହାନ୍ତି ।

ସରକାରୀ ଭାବେ ଏହି ପୋଖରୀର ଆଇକଟ ଏରିଆ ପ୍ରାୟ ୪୧ ହେକ୍ଟର । ଅର୍ଥାତ ଏହାର ପାଣିରେ ପ୍ରାୟ ୨୦୦ହେକ୍ଟର ଜମିରେ ଜଳସେଚିତ ହୋଇପାରିବ । କିନ୍ତୁ ସ୍ଥାନୀୟ ଚାଷୀଙ୍କ କହିବା କଥା ଏହି ପୋଖରୀର ପୁନରୁଦ୍ଧାର କରାଗଲେ ତଳମୂଳ ଗାଁର ପ୍ରାୟ ୧ ହଜାର ହେକ୍ଟର ଜମି ଓ ଆଖପାଖ ପ୍ରାୟ ୫ ଖଣ୍ଡ ଗାଁର ଆଉ ୧ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚିତ ହୋଇପାରିବ ।

ବର୍ଷା ଅଭାବରୁ ଚାଷ ଜମି ପଡିଆ ପଡୁଛି । କିନ୍ତୁ ଏହି ପୋଖରୀ ପାଣି ସଠିକ ବ୍ୟବହାର ହୋଇ ପାରିଲେ ବର୍ଷରେ ଦୁଇଥର ଧାନ ଫସଲ ହୋଇ ପାରିବ । ଏବେ ସେହି ପୋଖରୀ ପାଣିକୁ କିଛି ଚାଷୀ ନିଜ ଉଦ୍ୟମରେ ପମ୍ପ ସାହାଯ୍ୟରେ ପାଣି ମଡ଼ାଇ ଧାନ ଚାଷ କରି ପାରିଛନ୍ତି । କିନ୍ତୁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଏନେଇ ମଧ୍ୟମ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ସେହି ପୋଖରୀକୁ ବର୍ତ୍ତମାନ ସ୍ଥିତିରେ ପୁନଃରୁଦ୍ଧାର କରି ଜଳ ଯୋଗାଇ ଦେବାର କୌଣସି ସରକାରୀ ସ୍କିମ ନାହିଁ । ତଥାପି ଆମେ ନିଜ ତରଫରୁ ଏହାର ବ୍ୟୟ ଅଟକଳ ପ୍ରସ୍ତୁତ କରି ସରକାରଙ୍କୁ ପଠେଇବୁ । ସରକାର ଯାହା ନିଷ୍ପତ୍ତି ନେବେ ।

ଚଳିତ ବର୍ଷ ସଠିକ ସମୟରେ ବର୍ଷା ନ ହେବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ସରକାର ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେହି ନିଷ୍ପତ୍ତି କେବଳ ଫାଇଲ ତଳେ ରହିଗଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.