ETV Bharat / state

ଜେଲ୍‌ ଗଲେ କୋଟିପତି JE, ରଖିଥିଲେ ରୋଜଗାରର 679 ପ୍ରତିଶତ ଅଧିକ ସମ୍ପତ୍ତି

author img

By

Published : Feb 1, 2022, 9:07 PM IST

ଜେଲ୍‌ ଗଲେ କୋଟିପତି ଜେଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କନିଷ୍ଠ ଯନ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ

Angul Junior engineer arrested as vigilance ditects over rs 2 crore assests in His Possession
ଜେଲ୍‌ ଗଲେ କୋଟିପତି ଜେଇ, ମିଳିଲା ରୋଜଗାରର 679 ପ୍ରତିଶତ ଅଧିକ ସମ୍ପତ୍ତି

ଅନୁଗୋଳ: ଜେଲ୍‌ ଗଲେ କୋଟିପତି ଜେଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କନିଷ୍ଠ ଯନ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ରୋଜଗାରର ୬୭୯ ପ୍ରତିଶତ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ତାଙ୍କ ନିକଟରେ ଠାବ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ୪୦ ବର୍ଷ ଧରି ତୁଟୁନି ସମଲ ବ୍ୟାରେଜ ବାସହୀନଙ୍କ ସମସ୍ୟା, ଭୋଟ ବର୍ଜନ ପାଇଁ ନିଷ୍ପତ୍ତି

ତଦନ୍ତରୁ ଆୟ ବହିର୍ଭୁତ ସମ୍ପତ୍ତି ଜଣାପଡିବା ପରେ ଜେଇ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସର ଏକ ୪ଜଣିଆ ଟିମ ବିରଞ୍ଚିଙ୍କ କୁମଣ୍ଡ ଓ ଆମ୍ବପାଳରେ ଥିବା ଘର ସମେତ ଅଫିସ ଓ ମେରାମୁଣ୍ଡୁଳି ଶଶୁର ଘରେ ଚଢ଼ାଉ କରିଥିଲେ । ଦୁଇ ଦିନ କାଳ ଚଢ଼ାଉ ପରେ ବିରଞ୍ଚିଙ୍କ ନିକଟରେ 2 କୋଟି 10 ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିବା ଜଣା ପଡିଥିଲା । ସେଥିମଧ୍ୟରୁ ୧ କୋଟି 40 ଲକ୍ଷର ଫିକ୍ସ ଡିପୋଜିଟ ଥିବା ଜଣାପଡିଛି । ଏହା ବ୍ୟତୀତ ଏକାଧିକ ସ୍ଥାନରେ ଘର ଗାଡି ଓ ସୁନା ଗହଣା ଥିବା ମଧ୍ୟ ଭିଜିଲାନ୍ସ ଜାଣିବାକୁ ପାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.