ETV Bharat / state

ସରକାରୀ ମାନ୍ୟତା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ଅଙ୍ଗନବାଡି କର୍ମୀ

author img

By

Published : Dec 3, 2022, 11:04 AM IST

8 ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ଅଙ୍ଗନବାଡି କର୍ମୀ
8 ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ଅଙ୍ଗନବାଡି କର୍ମୀ

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ । 8 ଦଫା ଦାବି ନେଇ ଅନୁଗୋଳ ଜିଲ୍ଲା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନ ପକ୍ଷରୁ ଅନୁଗୋଳ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

ଅନୁଗୋଳ: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ । ଏଥର କେନ୍ଦ୍ର ସରକାର ବିରୁଦ୍ଧରେ ନାରା ବାଜି କରି କରିଛନ୍ତି ଆନ୍ଦୋଳନ । 8 ଦଫା ଦାବି ନେଇ ଅନୁଗୋଳ ଜିଲ୍ଲା ଅଙ୍ଗନୱାଡି ଲେଡିଜ ୱାର୍କ୍ସ ଆସୋସିଏସନ ପକ୍ଷରୁ ଅନୁଗୋଳ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି ଅଙ୍ଗନବାଡି କର୍ମୀ ।

8 ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ଅଙ୍ଗନବାଡି କର୍ମୀ

ସରକାର ଦେଉଥିବା ଦରମା ମୁତାବକ ସେମାନଙ୍କୁ ଅଧିକ ଖଟାଉଛନ୍ତି କିନ୍ତୁ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ମିଳୁନାହିଁ । ଯେ ପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ନ ମିଳିଛି ସେ ପର୍ଯ୍ୟନ୍ତ ଧାରଣା କରିବେ ବୋଲି ଧମକ ଦେଇଛନ୍ତି । ଗତକାଲି ଅନେକ ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ବିକ୍ଷୋଭ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହାସହ ସେମାନେ ଦାବି କରିଛନ୍ତି ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ଅଙ୍ଗନୱାଡ଼ି କର୍ମୀକୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀମାନଙ୍କୁ 18 ହଜାର ଓ ସହାୟିକା ମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ସହିତ EPF,ESIC ଓ Gratultyରେ ସାମିଲ କରାଯାଉ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.