ETV Bharat / state

ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

author img

By

Published : Oct 15, 2019, 3:47 AM IST

ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

11 ଦଫା ଦାବି ନଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଗଣଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା ।

ଅନୁଗୋଳ: ତାତିଲେ ଅଙ୍ଗନବାଡି କର୍ମୀ ଓ ସହାୟିକା । 11 ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟକାଳ ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା । ମୁଖ୍ୟତଃ ସୁପରଭାଇଜର ଓ ସିଡିପିଓଙ୍କ ବଦଳି ଦାବି ନେଇ ଏହି ଆନ୍ଦୋଳନ ହୋଇଥିବା ଜଣାପଡିଛି ।

ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

ଅନୁଗୋଳ ତାଳଚେରର ଆଇ.ସି.ଡି.ଏସ ପ୍ରୋଜେକ୍ଟରେ କାର୍ଯ୍ୟରତ ୩ ବର୍ଷରୁ ଉର୍ଦ୍ଧ୍ବ ସୁପରଭାଇଜରମାନଙ୍କୁ ଅନ୍ୟତ୍ର ବଦଳି ଏବଂ ତାଳଚେର ସିଡିପିଓଙ୍କ ବଦଳି ଦାବି ନେଇ ସୋମବାର ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଆନ୍ଦୋଳନ କରିଛନ୍ତି । ତାଳଚେର ଶାଖା ନେତୃତ୍ବରେ ସମସ୍ତ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସିଛନ୍ତି ।

ଦୀର୍ଘ ଦିନ ହେବ ବ୍ଲକ ପ୍ରଶାସନ ଏବେସୁଦ୍ଧା ସମସ୍ତ ଦାବି ଗୁଡିକୁ ତଦନ୍ତ ପରିସରରେ ରଖିଛି । ସେହିପରି ତାଳଚେର ସିଡିପିଓ କର୍ମୀ ଏବଂ ସହାୟିକାମାନଙ୍କୁ ଗୋତି ଶ୍ରମିକ ଭାବରେ ଖଟାଉ ଥିବା ଏବଂ ଏହାକୁ ଅଭିଯୋଗ କଲେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି ବୋଲି ସଂଘ ଅଭିଯୋଗ କରିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କାହାଯାଇଛି l

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ତାତିଲେ ଅଙ୍ଗନବାଡି କର୍ମୀ ଓ ସହାୟିକା । ସୁପରଭାଇଜର ଓ ସିଡିପିଓ ଙ୍କ ବଦଳି ଦାବି କରି ଆନ୍ଦୋଳନ । କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେଇଛନ୍ତି । Body:
ଅନୁଗୋଳ ଜିଲା ତାଳଚେରର ଆଇ.ସି.ଡି.ଏସ ପ୍ରୋଜେକ୍ଟରେ କାର୍ଯ୍ୟରତ ୩ ବର୍ଷରୁ ଉର୍ଦ୍ଧ୍ବ ସୁପର ଭାଇଜର ମାନଙ୍କୁ ଅନ୍ୟତ୍ର ବଦଳି ଏବଂ ତାଳଚେର ସିଡିପିଓଙ୍କ ବଦଳି ଦାବି ନେଇ ଆଜି ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ତାଳଚେର ଶାଖା ନେତୃତ୍ବରେ ସମସ୍ତ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାନେ ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସିଛନ୍ତି l ୧ ୧ ଦଫା ଦାବି ନେଇ ଏହି ଧାରଣା ଦେଉଥିବା ବେଳେ ଦୀର୍ଘ ଦିନ ହେବ ବ୍ଲକ ପ୍ରଶାସନ ଏବେସୁଦ୍ଧା ସମସ୍ତ ଦାବୀ ଗୁଡିକୁ ତଦନ୍ତ ପରିସରରେ ରଖିଛି l ସେହିପରି ତାଳଚେର ସିଡିପିଓ କର୍ମୀ ଏବଂ ସହାୟିକାମାନଙ୍କୁ ଗୋତି ଶ୍ରମିକ ଭାବରେ ଖଟାଉ ଥିବା ଏବଂ ଏହାକୁ ଅଭିଯୋଗ କଲେ ଆକ୍ରୋଶ ମୂଳକ ପଦକ୍ଷେପ ନିଆଯାଉଛି ବୋଲି ସଂଘ ଅଭିଯୋଗ କରିଛି l
Conclusion:ଦାବୀପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କାହାଯାଇଛି l
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.