ETV Bharat / state

ଗୁଣି ଗାରେଡ଼ି ସନ୍ଦେହରେ 3 ଜଣଙ୍କୁ ନିର୍ମମ ହତ୍ୟା, 6 ଗିରଫ

author img

By

Published : Aug 4, 2021, 8:07 AM IST

ଗୁଣି ଗାରେଡ଼ି ସନ୍ଦେହରେ 3 ଜଣଙ୍କୁ ନିର୍ମମ ହତ୍ୟା, 6 ଗିରଫ
ଗୁଣି ଗାରେଡ଼ି ସନ୍ଦେହରେ 3 ଜଣଙ୍କୁ ନିର୍ମମ ହତ୍ୟା, 6 ଗିରଫ

ଖାସିମାଂସ ପାଇଁ ଅନୁଗୋଳ ଆଦିବାସୀ ବସ୍ତିରେ ନିର୍ମମ ହତ୍ୟା ଘଟଣା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

ଅନୁଗୋଳ: ଖାସି ମାଂସ ପାଇଁ ନିର୍ମମ ହତ୍ୟା । ଅନୁଗୋଳର ଗୋଟିଏ ପରିବାରର 3 ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ନଦୀକୁ ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଖାସି ମାଂସ ଏବଂ ଗୁଣିଗାରେଡି ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି ।

ଗୁଣି ଗାରେଡ଼ି ସନ୍ଦେହରେ 3 ଜଣଙ୍କୁ ନିର୍ମମ ହତ୍ୟା, 6 ଗିରଫ

ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ଖମାର ଥାନା କୁଞ୍ଜାମ ପଞ୍ଚାୟତ ଜିତୁମୁଣ୍ତା ଆଦିବାସୀ ବସ୍ତିରେ ଆଦିବାସୀ ବସ୍ତିରେ ଘଟିଥିଲା ଏ ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ମୃତକମାନେ ହେଲେ ବୁଧୁରାମ ଚାତାର, ପତ୍ନୀ ମୁନୀ ଚାତାର ଓ ପୁତୁରା ମୋଟେଇ ଗାଗାରାଇ । ମୋଟେଇ ଗାଗାରାଇ ବାପାଙ୍କ ଶୁଦ୍ଧକ୍ରିୟାରେ ଖାସି ମାଂସ ବଦଳରେ କୁକୁଡ଼ା ମାଂସ ଦେଇଥିବାରୁ ଏହାକୁ ନେଇ ଗାଁର କିଛି ଲୋକ ରାଗ ରଖିଥିଲେ ।

ଅନ୍ୟପଟେ ବୁଧୁରାମଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ବିତୀୟ ବିବାହ କରିଥିଲେ, ମାତ୍ର ବିବାହ ଭୋଜି ଦେଇନଥିଲେ । ଏହାପରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କର ସମ୍ପର୍କୀୟଙ୍କ ମୃତ୍ୟୁକୁ ନେଇ ଗୁଣିଗାରେଡି ସନ୍ଦେହ ହୋଇଥିଲା । ଏହାକୁ ନେଇ ଅସନ୍ତୋଷ ଥିବା ବେଳେ ଜଣେ ଅଭିଯୁକ୍ତର ଭାଇର କିଛିଦିନ ତଳେ ଜ୍ବରରେ ମୃତ୍ୟୁ ହୋଇଥିଲା । ବୁଧୁରାମ, ମୁନୀ ଓ ମୋଟେଇ ଗାଗାରାଇ ଗୁଣିକରି ତାଙ୍କୁ ମାରିଦେଇଛନ୍ତି ବୋଲି ଏମାନଙ୍କ ସନ୍ଦେହ ହୋଇଥିଲା । ଯାହାକୁ କେନ୍ଦ୍ରକରି ବସ୍ତିର 6 ଜଣ ମିଶି ବୁଧୁରାମ, ମୁନୀ ଓ ମୋଟେଇଙ୍କୁ ଠେଙ୍ଗାରେ ପିଟି ଅତି ନିର୍ମମ ଭାବେ ଜଣକ ପରେ ଜଣକୁ ହତ୍ୟା କରିବା ପରେ ମୃତଦେହକୁ ନେଇ ସମାକୋଇ ନଦୀର ବନ୍ୟାଜଳକୁ ଦଉଡ଼ିରେ ବାନ୍ଧି ଫିଙ୍ଗି ଦେଇଥିଲେ ।

ଏହି ଘଟଣାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ କନ୍ତାରୁ ଦଙ୍ଗ ସହ ଶଙ୍କର ପୂର୍ତ୍ତି ,ନିରଞ୍ଜନ ଚାମ୍ପିଆ ଓ ଚନ୍ଦ୍ର ଦଙ୍ଗକୁ ଗିରଫ କରି କୋର୍ଟଚାଲାଣ କରିଛି । ଘଟଣାରେ ୨ ଜଣ ନାବାଳକ ସାମିଲ ଥିବାରୁ ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡକୁ ପଠାଇଦେଇଛି ପୋଲିସ । ଏହି ୬ ଜଣ ସେମାନଙ୍କ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.