ETV Bharat / sports

Tokyo Olympics: ରବିଙ୍କୁ କାମୁଡ଼ିଲେ ପ୍ରତିପକ୍ଷ କୁସ୍ତିଯୋଦ୍ଧା

author img

By

Published : Aug 4, 2021, 10:54 PM IST

Ravi Dahiya was bitten by opponent Nurislam Sanayev in his semifinal bout
Tokyo Olympics: ରବିଙ୍କୁ କାମୁଡ଼ିଲେ ପ୍ରତିପକ୍ଷ ରେସ୍‌ଲର

ଯେତେବେଳେ ସାରା ଦେଶ ରବି ଦହିୟାଙ୍କ ବିଜୟରେ ଖୁସି ହେଉଥିଲା ସେତେବେଳେ ମ୍ୟାଚର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ସଭିଙ୍କ ନଜରରୁ ଲୁଚି ଯାଇଥିଲା । ସେହି ଦୃଶ୍ୟ ଥିଲା ଦହିୟାଙ୍କ ପ୍ରତିପକ୍ଷ କୁସ୍ତି ଯୋଦ୍ଧା ତାଙ୍କୁ କାମୁଡ଼ିଦେବାର । ଅଧିକ ପଢ଼ନ୍ତୁ...

ଟୋକିଓ: ଲଣ୍ଡନ ଅଲିମ୍ପିକ୍ସରେ ସୁଶୀଲ କୁମାରଙ୍କ ଐତିହାସିକ ରୌପ୍ୟ ପଦକ ବିଜୟର ନଅ ବର୍ଷ ପରେ ରବି ଦହିୟା ଦ୍ବିତୀୟ ଭାରତୀୟ କୁସ୍ତିଯୋଦ୍ଧା ଭାବେ Tokyo Olympics ର 57 କିଗ୍ରା କୁସ୍ତି ସେମିଫାଇନାଲରେ ପହଁଞ୍ଚିଛନ୍ତି । କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ପରାସ୍ତ କରି ଫାଇନାଲରେ ସ୍ଥାନ ଓ ପଦକ ଉଭୟ ପକ୍କା କରିଛନ୍ତି ।

ତେବେ ଯେତେବେଳେ ସାରା ଦେଶ ତାଙ୍କ ବିଜୟରେ ଖୁସି ହେଉଥିଲା ସେତେବେଳେ ମ୍ୟାଚର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ସଭିଙ୍କ ନଜରରୁ ଲୁଚି ଯାଇଥିଲା ।

ଖେଳର ଅନ୍ତିମ ମିନିଟରେ, ଯେତେବେଳେ ଦହିୟା ୫-୯ ରେ ପଛୁଆ ଥିଲେ ଓ ସେ ସାନାୟେଭଙ୍କୁ ତଳେ ପକାଇ ଦେଇଥିଲେ ସେତେବେଳେ ସେ ଦହିୟାଙ୍କୁ କାମୁଡ଼ି ଦେଉଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଗୁରୁବାର ରବି ଦହିୟା ଫାଇନାଲ ମ୍ୟାଚରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ । ଫାଇନାଲରେ ତାଙ୍କ ମୁକାବିଲା ଋଷର ଜାଭୁର ଉଗୁଏଭଙ୍କ ସହ ହେବ ଯାହାଙ୍କ ଠାରୁ ରବି ୨୦୧୯ ବିଶ୍ବ ଚାମ୍ପିୟନଶିପ ସେମିଫାଇନାଲରେ ହାରିଥିଲେ । ଦହିଆ ପଞ୍ଚମ କୁସ୍ତି ଯୋଦ୍ଧା ଭାବେ ପଦକ ଜିତିବାକୁ ଲକ୍ଷ୍ୟ ରଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.