ETV Bharat / sports

PM ମୋଦିଙ୍କ ଖାସ୍‌ ଅତିଥି ସାଜିବେ ଟୋକିଓ ପାରାଲମ୍ପିଆନ୍‌

author img

By

Published : Sep 5, 2021, 4:47 PM IST

PM Modi will host Tokyo Paralympians, says Anurag Thakur
PM ମୋଦିଙ୍କ ଖାସ୍‌ ଅତିଥି ସାଜିବେ ଟୋକିଓ ପାରାଲମ୍ପିଆନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଖାସ୍‌ ଅତିଥି ସାଜିବେ ଟୋକିଓ ପାରାଲମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ଭାରତୀୟ ପାରା-ଆଥଲେଟ୍‌ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଖାସ୍‌ ଅତିଥି ସାଜିବେ ଟୋକିଓ ପାରାଲମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ଭାରତୀୟ ପାରା-ଆଥଲେଟ୍‌ । ଏନେଇ ରବିବାର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି । ଠାକୁର କହିଛନ୍ତି, ଅଲମ୍ପିଆନଙ୍କ ଭଳି ପାରାଅଲମ୍ପିଆନଙ୍କୁ ନିଜ ବାସଭବନକୁ ସ୍ବତନ୍ତ୍ର ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଦେଶର ପାରାଆଥଲେଟ୍‌ଙ୍କୁ ସ୍ବତନ୍ତ୍ର ଆତିଥ୍ୟ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରତ୍ୟେକ୍ଷ ଭାବେ କଥା ହେବା ସହ ସଂଘର୍ଷ ଓ ସଫଳତାର ଯାତ୍ରା ବିଷୟରେ ଜାଣିବେ ।

ଏହି ଘୋଷଣା ସହିତ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଟୋକିଓ ପାରାଲମ୍ପିକ୍‌ରେ କ୍ରୀଷ୍ଣା ନଗର ଓ ସୁହାସ ୟାଥିରାଜଙ୍କୁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ଟିମ ଚଳିତ ସଂସ୍କରଣର ପାରାଲମ୍ପିକ୍‌ରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହିତ ରେକର୍ଡ ମୋଟ ୧୯ ପଦକ ହାସଲ କରିଛି । ଏଥିରେ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ସାମିଲ ରହିଛି । ଫଳରେ ଏହି ପ୍ରଦର୍ଶନ ସହିତ ୧୯ଟି ପଦକ ସହ ଭାରତ ପଦକ ତାଲିକାର ୨୪ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.