ETV Bharat / sports

Paralympics: ବ୍ୟାଡମିଣ୍ଟନରେ ଭାରତର ବାଜିମାତ, ପ୍ରମୋଦଙ୍କୁ ସ୍ବର୍ଣ୍ଣ-ମନୋଜଙ୍କୁ କାଂସ୍ୟ

author img

By

Published : Sep 4, 2021, 4:39 PM IST

Paralympics: Manoj Sarkar wins Bronze medal in Badminton SL3 category
Paralympics: ବ୍ୟାଡମିଣ୍ଟନରେ ଭାରତର ବାଜିମାତ, ପ୍ରମୋଦଙ୍କୁ ସ୍ବର୍ଣ୍ଣ-ମନୋଜଙ୍କୁ କାଂସ୍ୟ

ଟୋକିଓ ପାରାଲମ୍ପିକ୍‌ରେ ଭାରତକୁ ଆଉ ଏକ ପଦକ । ପୁରୁଷ ଏକକ ବ୍ୟାଡମିଣ୍ଟନ SL3 ବର୍ଗରେ ମନୋଜ ସରକାର ଜିିତଲେ କାଂସ୍ୟ ପଦକ । ଅଧିକ ପଢନ୍ତୁ...

ଟୋକିଓ: ଚଳିତ ଟୋକିଓ ପାରାଲମ୍ପିକ୍‌ରେ ଭାରତର ଦମଦାର ପ୍ରଦର୍ଶନ ଜାରି । ଶନିବାର ପଦକ ବର୍ଷା କରିଛନ୍ତି ଭାରତୀୟ ପାରା ଆଥଲେଟ୍‌ । ସୁଟିଂ ପରେ ବ୍ୟାଡମିଣ୍ଟନ ଖେଳାଳିଙ୍କ କମାଲ । ପ୍ରମୋଦ ଭଗତ SL3 ବର୍ଗରେ ସ୍ବର୍ଣ୍ଣ ପଦକ ଜିତିବା ପରେ ମନୋଜ ସରକାର କାଂସ୍ୟ ପଦକ ହାତେଇଛନ୍ତି ।

କାଂସ୍ୟ ପଦକ ମ୍ୟାଚ୍‌ରେ ମନୋଜ, 22-20, 21-13 ସେଟ୍‌ରେ ଜାପାନିଜ ଖେଳାଳିଙ୍କୁ ଏକତରଫା ହରାଇ ଐତିହାସିକ ସଫଳତା ହାସଲ କରିଛନ୍ତି ।

ଫଳରେ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ପୂର୍ବରୁ ସୁଟିଂ P4 ମିଶ୍ରିତ ୫୦ ମିଟର ପିସ୍ତଲ SH1 ଇଭେଣ୍ଟରେ ମନୀଷ ନରୱାଲ ସ୍ବର୍ଣ୍ଣ ଓ ସିଙ୍ଘରାଜ ଅଦାନା ରୌପ୍ୟ ପଦକ ବିଜେତା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.