ETV Bharat / sports

Tokyo Olympics: ଚାଷୀ ପରିବାରରୁ ଅଲମ୍ପିକ୍ ପୋଡିୟମ୍, ସହଜ ନଥିଲା ରବିଙ୍କ ଯାତ୍ରା

author img

By

Published : Aug 4, 2021, 5:39 PM IST

Tokyo Olympics: ଚାଷୀ ପରିବାରରୁ ଅଲମ୍ପିକ୍ ମ୍ୟାଟ୍, ସହଜ ନଥିଲା ରବିଙ୍କ ରାସ୍ତା
Tokyo Olympics: ଚାଷୀ ପରିବାରରୁ ଅଲମ୍ପିକ୍ ମ୍ୟାଟ୍, ସହଜ ନଥିଲା ରବିଙ୍କ ରାସ୍ତା

୫୭ କେଜି ବର୍ଗ ଫ୍ରି ଷ୍ଟାଇଲ କୁସ୍ତି ଇଭେଣ୍ଟର ସେମିଫାଇନାଲରେ କାଜାଖସ୍ତାନ କୁସ୍ତି ଖେଳାଳିଙ୍କୁ ୧୮-୬ ରେ ମାତ ଦେଇଛନ୍ତି ରବି । ଅଲମ୍ପିକ୍ସ ଭଳି କ୍ରୀଡ଼ା ମହାକୁମ୍ଭରେ ଭାରତୀୟ କୁସ୍ତି ଖେଳାଳି ସବୁବେଳେ ନିଜ କରିସ୍ମା ଦେଖାଇ ଆସିଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ଅଲମ୍ପିକ ଗେମ୍ସରେ ଭାରତୀୟ କୁସ୍ତି ଖେଳାଳି ନିଜକୁ ପ୍ରମାଣିତ କରି ଦେଖାଇଛନ୍ତି । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଅଲମ୍ପିକ୍ସ ଭଳି କ୍ରୀଡ଼ା ମହାକୁମ୍ଭରେ ଭାରତୀୟ କୁସ୍ତି ଖେଳାଳି ସବୁବେଳେ ନିଜ କରିସ୍ମା ଦେଖାଇ ଆସିଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ଅଲମ୍ପିକ ଗେମ୍ସରେ ଭାରତୀୟ କୁସ୍ତି ଖେଳାଳି ନିଜକୁ ପ୍ରମାଣିତ କରି ଦେଖାଇଛନ୍ତି । ଚଳିତ ଟୋକିଓ ଅଲମ୍ପିକରେ ସେମିଫାଇନାଲ ମୁକାବିଲା ବିଜୟ ହେବା ପରେ ରୌପ୍ୟ ପଦକ ପକ୍କା କରିଛନ୍ତି କୁସ୍ତି ଖେଳାଳି ରବି କୁମାର ଦହିୟା ।

୫୭ କେଜି ବର୍ଗର ଫ୍ରି ଷ୍ଟାଇଲ କୁସ୍ତି ଇଭେଣ୍ଟର ସେମିଫାଇନାଲରେ କାଜାଖସ୍ତାନ କୁସ୍ତି ଖେଳାଳିଙ୍କୁ ୧୮-୬ ରେ ମାତ ଦେଇଛନ୍ତି ରବି । ଏହାପୂର୍ବରୁ ବିବାଦୀୟ କୁସ୍ତି ଖେଳାଳି ଶୁଶିଲ କୁମାର ଗତ ଅଲମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଏହି ଧାରାରେ ଅଲମ୍ପିକ ଗେମ୍ସରେ ପଞ୍ଚମ ଭାରତୀୟ ଭାବେ ରବି ଦହିୟା ପଦକ ପକ୍କା କରି ପାରିଛନ୍ତି । ଏହାପୂର୍ବରୁ ୧୯୫୨ ମସିହାରେ କେଡି ଯାଦବ, ୨୦୦୮ରେ ଶୁଶିଲ କୁମାର, ୨୦୧୨ରେ ସାକ୍ଷୀ ମଲିକ ଓ ୨୦୧୬ରେ ସାକ୍ଷି ମଲିକ ଅଲମ୍ପିକ୍ ଗେମରେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣି ଦେଇଥିଲେ ।

ରବି ପଦକ ହାସଲ କଲେ ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିବ । ଏହାପୂର୍ବରୁ ଭାରୋଉତ୍ତୋଳକ ମୀରାବାଇ ଚାନୁ ରୌପ୍ୟ, ବ୍ୟାଡମିଣ୍ଟନ ସଟଲର ପିଭି ସିନ୍ଧୁ ବ୍ରୋଞ୍ଜ ଓ ବକ୍ସର ଲବ୍ନିନା ବର୍ଗୋହେନ ବ୍ରୋଞ୍ଜ ପଦକ ହାସଲ କରି ସାରିଛନ୍ତି ।

ତେବେ ରବି ଦହିୟାଙ୍କ ପାଇଁ ଅଲମ୍ପିକର ଏହି ରାସ୍ତା ଏତେ ସହଜ ନଥିଲା । ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବା ପାଇଁ ସେ ଅଭ୍ୟାସ କରିବାକୁ ଋଷିଆ ଗସ୍ତ କରିଥିଲେ । ସେଠାରେ ବଜରଙ୍ଗ ପୁନିଆ, ଦୀପକ ପୁନିଆଙ୍କ ସହ ଜୋରଦାର ଅଭ୍ୟାସ କରିଥିଲେ । ବିଶେଷ କରି ସେ କୁସ୍ତି ବେଳେ ନିଜ ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ଚେଷ୍ଟା କରିଥିଲେ । ଏହି ଅଭ୍ୟାସ ବେଳେ ନିଜ କୌଶଳ ଉପରେ ଅଧିକ ଧ୍ୟାନ ଦେଇଥିଲେ । ସଠିକ କୌଶଳ ଅଭାବରୁ ତାଙ୍କୁ ୨୦୧୯ ବିଶ୍ବ କୁସ୍ତି ଚମ୍ପିଆନସିପରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସେହି ସମୟରେ ଧୀରେ ଧୀରେ ଚର୍ଚ୍ଚା ପରିସରକୁ ଆସିଥିଲେ ରବି ଦହିୟା ।

୨୦୧୯ ପ୍ରୋ ରେସଲିଂ ଲିଗ୍ ପରେ ରବି ଦହିୟା ହରିୟାଣାରେ ହରିୟାଣା ହାମର ଟାଇଟଲ ବିଜୟୀ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ଅଜେୟ ରହିଥିଲେ । ଏହାପରେ ସେ ୨୦୨୦-୨୦୨୧ ଏସିଆନ ଚମ୍ପିଆନସିପରେ ଲଗାତାର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ମାତ୍ର ୧୦ ବର୍ଷ ବୟସରେ ସେ ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମରେ ସେ ତାଲିମ ନେବାକୁ ପହଞ୍ଚି ଯାଇଥିଲେ । ରବିଙ୍କ ବାପା ଜଣେ ଚାଷୀ । ଅନ୍ୟ ଜମିରେ ଚାଷ କରି ସେ ପରିବାର ପେଟ ପୋଷୁଥିଲେ । । ଜଣାଶୁଣା କୋଚ୍ ସତପାଲ ସିଂହଙ୍କ ସଂସ୍ପର୍ଶରେ ଆସିବା ପରେ ରବିଙ୍କ ତାଲିମ ନେବା ଆରମ୍ଭ ହେଲା । ୧୦ ବର୍ଷ ଧରି ରବିଙ୍କୁ ଛତ୍ରଶାଲ ଷ୍ଟାଡିୟମରେ କ୍ଷୀର, ଫଳ ଓ ଅନ୍ୟାନ ସାମଗ୍ରୀ ଦେବାକୁ ଅତି କଷ୍ଟରେ ପହଞ୍ଚୁଥିଲେ । ଯାହାକି ଜଣେ କୁସ୍ତି ଖେଳାଳିଙ୍କ ଡାଏଟ । ପରିବାର ଆର୍ଥିକ ଅନଟନ ସତ୍ତ୍ବେ ନିଜ ଲକ୍ଷ୍ୟରୁ ହଟିନଥିଲେ ରବି ଦହିୟା ।

ଫେବ୍ରୁଆରୀ ୨୦୨୦ରେ ଏକ ସାକ୍ଷାତକାରରେ ରବି କହିଥିଲେ ଯେ, "ଏସିଆନ ଚମ୍ପିଆନସିପରେ ମୁଁ ସ୍ବର୍ଣ୍ଣ ପଦକ ହାସଲ କରିଛି ସତ । କିନ୍ତୁ ମୋ ଜୀବନରେ ଅଲମ୍ପିକ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିବ । ବର୍ତ୍ତମାନ ମୁଁ କେବଳ ଅଲମ୍ପିକ୍ ବିଷୟରେ ଭାବୁଛି । ମୁଁ ଏକ ଅଲମ୍ପିକ୍ ପଦକ ପାଇଁ ଜୋରଦାର ଅଭ୍ୟାସ କରିଛି । ମୁ କୁସ୍ତି ମ୍ୟାଚରେ ମୋର ଶତ ପ୍ରତିଶତ କୌଶଳ ପ୍ରୟୋଗ କରିବି ।"

ବର୍ତ୍ତମାନ ସୁଦ୍ଧା ଟୋକିଓ ଅଲମ୍ପିକରେ ରବି ନିଜର ପରାକ୍ରମ ଦେଖାଇ ଆସିଛନ୍ତି । ଫାଇନାଲ ମ୍ୟାଚରେ ମଧ୍ୟ ଏହି ପରାକ୍ରମ ଦେଖାଇ ଦେଶକୁ ସ୍ବର୍ଣ୍ଣ ପଦକ ଦେବେ ବୋଲି ଆଶା କରାଯାଉଛି । ଗୁରୁବାର ଟୋକିଓ ଅଲମ୍ପିକ୍ କୁସ୍ତି ମ୍ୟାଟରେ ଫାଇନାଲ ମ୍ୟାଚ ଖେଳିବାକୁ ଓହ୍ଲାଇବେ ରବି ଦହିୟା । ଏହି ମ୍ୟାଚରେ ବିଜୟୀ ହେଲେ ରବି ଅଲମ୍ପିକ୍ ଗେମ୍ସରେ ଏକକ ସ୍ବର୍ଣ୍ଣ ପଦକ ହାସଲ କରିବାରେ ଦ୍ବିତୀୟ ଭାରତୀୟ କ୍ରୀଡ଼ାବିତ୍ ହେବେ ରବି । ଏହାପୂର୍ବରୁ କେବଳ ଅଲମ୍ପିକ ଗେମ୍ସରେ ଅଭିନବ ବିନ୍ଦ୍ରା ସ୍ବର୍ଣ୍ଣ ପଦକ ହାସଲ କରି ପାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.