ETV Bharat / sports

ଫାଇନାଲ ମ୍ୟାଚ ପରେ ରବି ଦହିୟାଙ୍କୁ ଏହା କହିଲେ ପ୍ରତିପକ୍ଷ ଖେଳାଳି

author img

By

Published : Aug 9, 2021, 7:27 PM IST

ଫାଇନାଲ ମ୍ୟାଚ ପରେ ରବି ଦହିୟାଙ୍କୁ ଏହା କହିଲେ ପ୍ରତିପକ୍ଷ ଖେଳଳି
ଫାଇନାଲ ମ୍ୟାଚ ପରେ ରବି ଦହିୟାଙ୍କୁ ଏହା କହିଲେ ପ୍ରତିପକ୍ଷ ଖେଳଳି

ଟୋକିଓ ଅଲମ୍ପିକ୍ ଗେମ୍ସର କୁସ୍ତି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ରବି ଦହିୟା । ଫାଇନାଲ ମ୍ୟାଚରେ କାଜାଖସ୍ତାନର କୁସ୍ତି ଖେଳାଳିଙ୍କଠାରୁ ପରାଜିତ ହୋଇଥିଲେ ରବି ଦହିୟା । ତେବେ ମ୍ୟାଚ ପରେ ସେ ରବି ଦହିୟାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ ଗେମ୍ସର କୁସ୍ତି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ରବି ଦହିୟା । ତେବେ ମ୍ୟାଚ ପରେ ରବି ଦହିୟା ସନ୍ତୁଷ୍ଟ ନଥିଲେ । ଫାଇନାଲ ମ୍ୟାଚକୁ ନେଇ ଏକ ମଜାଦାର ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ଖୋଦ୍ ରବି ଦହିୟା ସୂଚନା ଦେଇଛନ୍ତି । ଫାଇନାଲ ମ୍ୟାଚରେ କାଜାଖସ୍ତାନର କୁସ୍ତି ଖେଳାଳିଙ୍କଠାରୁ ପରାଜିତ ହୋଇଥିଲେ ରବି ଦହିୟା । ତେବେ ମ୍ୟାଚ ପରେ ସେ ରବି ଦହିୟାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ଏହାକୁ ନେଇ ରବି ଦହିୟା କହିଛନ୍ତି ଯେ, "ରୌପ୍ୟ ପଦକ ନେଇ ମୁଁ ଖୁସିରେ ଅଛି । କିନ୍ତୁ ମୁଁ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ଚାହୁଁଥିଲି । ଆମ କୁସ୍ତି ଖେଳାଳିମାନେ ଅତୀତରେ କାଂସ୍ୟ ଓ ରୌପ୍ୟ ପଦକ ହାସଲ କରି ସାରିଛନ୍ତି । କୁସ୍ତିରେ ଭାରତର ଏକ ସ୍ବର୍ଣ୍ଣ ପଦକ ହାସଲ କରିବା ବାକି ରହିଛି । ମୁଁ ଏହି ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲି । ମ୍ୟାଚ ହାରିବା ପରେ କିଛି ସମୟ ପାଇଁ ଦୁଃଖରେ ମଧ୍ୟ ଥିଲି । ଶେଷରେ ନିଜେ ନିଜକୁ ବୁଝାଇଥିଲି । ଆଗାମୀ ଥର ନିଶ୍ଚୟ ପୁନଃ ଚେଷ୍ଟା କରିବି ।"

ପ୍ୟାରିସ ଅଲମ୍ପିକ୍ ଗେମ୍ସରେ ନିଶ୍ଚିତ ଭାବରେ ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ରବି ଦହିୟା । ବର୍ତ୍ତମାନ ତାଙ୍କୁ କେବଳ ୨୩ ବର୍ଷ ବୋଲି କହିଛନ୍ତି । ଆଗକୁ ତାଙ୍କୁ ଦେଶ ପାଇଁ ବହୁତ କିଛି କରିବାର ଅଛି ବୋଲି କହିଛନ୍ତି ରବି ଦହିୟା । ଏଥିପାଇଁ ସେ ବର୍ତ୍ତମାନଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସେ କହିଛନ୍ତି ।

୫୭ କେଜି ବର୍ଗର କୁସ୍ତି ଇଭେଣ୍ଟରେ କାଜାଖସ୍ତାନର କୁସ୍ତି ଖେଳାଳିଙ୍କ ଠାରୁ ପରାଜିତ ହେବା ପରେ ରବି ଦହିୟାଙ୍କୁ ସେ କୁଣ୍ଢାଇ ପକାଇବା ସହ ତାଙ୍କୁ 'ସରି ବ୍ରଦର' ବୋଲି କହିଥିଲେ । ଗତ ୨୦୧୯ ମସିହାରେ ନୁର ସୁଲତାନରେ ବିଶ୍ବ ଚମ୍ପିୟନସିପରେ ମଧ୍ୟ ରବି ଦହିୟାଙ୍କୁ କାଜାଖସ୍ତାନର ଉଗୁଏବ ପରାଜିତ କରିଥିଲେ ।

ଏହାକୁ ନେଇ ରବି ଦହିୟା କହିଛନ୍ତି ଯେ, " ସେ ମୋଠାରୁ ଭଲ ଖେଳ ପ୍ରଦର୍ଶନ କରିଥିଲେ । ସେ ଜଣେ ଅଭିଜ୍ଞ କୁସ୍ତି ଖେଳାଳି । ନିଜ ପରାଜିତକୁ ବି ସ୍ବୀକାର ବଡ଼ କଥା । ଉଗୁଏବ ଦୁଇଥର ବିଶ୍ବ ଚମ୍ପିଆନସିପ ଟାଇଟଲ ବିଜୟୀ ହୋଇଛନ୍ତି । ମ୍ୟାଚରେ ସେ ମୋଠାରୁ ଦକ୍ଷ ଖେଳାଳି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.