US Open 2021: ଜୋକଭିକଙ୍କ ସ୍ବପ୍ନ ଚୁରମାର, ମେଡେଭେଡେବ ଜିତିଲେ ଟାଇଟେଲ

author img

By

Published : Sep 13, 2021, 5:15 PM IST

US OPEN 2021 DANIIL MEDVEDEV WINS FIRST GRAND SLAM TITLE DEFEATS DJOKOVIC IN FINAL

ବିଗତ ୫୨ ବର୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ଟି ଗ୍ରାଣ୍ଡସ୍ଲାମ ବିଜେତା ପୁରୁଷ ଖେଳାଳି ବନିବାର ନୋଭାକ ଜୋକଭିକଙ୍କ ସ୍ବପ୍ନ ଚୁରମାର । ଅଧିକ ପଢନ୍ତୁ...

ନ୍ୟୁୟର୍କ: ବିଗତ ୫୨ ବର୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ଟି ଗ୍ରାଣ୍ଡସ୍ଲାମ ବିଜେତା ପୁରୁଷ ଖେଳାଳି ବନିବାର ନୋଭାକ ଜୋକଭିକଙ୍କ ସ୍ବପ୍ନ ଚୁରମାର । ବିଶ୍ବର ନମ୍ବର ୧ ଖେଳାଳି ଜୋକଭିକଙ୍କ ଏହି ସ୍ବପ୍ନ ଭାଙ୍ଗିଛନ୍ତି ଡାନିଲ ମେଡେଭେଡେବ । ୟୁଏସ ଓପନ ଫାଇନାଲରେ ସମସ୍ତଙ୍କୁ ଚକିତ କରି ୬-୪, ୬-୪, ୬-୪ ସେଟ୍‌ରେ ଏକତରଫା ବିଜୟ ହାସଲ କରିଛନ୍ତି । ଏଥିସହ ଜୋକଭିକଙ୍କୁ ୨୧ତମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିବାକୁ ଆହୁରି ଅପେକ୍ଷା କରାଇଛନ୍ତି ।

ବିଶ୍ବର ନମ୍ବର ୧ ଖେଳାଳି ଜୋକଭିକ୍‌ ଏହି ଟୁର୍ଣ୍ଣାମେଣ୍ଟରେ ୨୦୨୧ରେ ୨୭.୦ ରେକର୍ଡ ନେଇ ପହଞ୍ଚିଥିଲେ । ଫେବ୍ରୁଆରୀରେ ଅଷ୍ଟ୍ରେଲିଆନ ଓପନ ଫାଇନାଲ୍‌ରେ ମେଡେଭେଡେବଙ୍କୁ ହରାଇଥିଲେ । ପରେ ଜୁନ୍‌ରେ ଫ୍ରେଞ୍ଚ୍‌ ଓପନ ଓ ଜୁଲାଇରେ ୱିମ୍ବଲଡନ ଟାଇଟେଲ ମଧ୍ୟ ଜିତିଥିଲେ । ମାତ୍ର ଆମେରିକା ଓପନ ଫାଇନାଲରେ ନିଜର ସର୍ବଶ୍ରେଷ୍ଠ ଫର୍ମରେ ନଥିଲେ । ୩୮ ସହଜ ଭୁଲ ସହିତ ବ୍ରେକ ପଏଣ୍ଟ ଭରଣା କରିପାରିନଥିଲେ । ରାଗରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ନିଜର ରାକେଟ୍‌ ମଧ୍ୟ ଭାଙ୍ଗିଦେବା ପରେ ଚେୟାର ଅମ୍ପାୟରଙ୍କ ଠାରୁ ଚେତାବନୀ ମଧ୍ୟ ମିଳିଲା । ଆର୍ଥର ଏସେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ହୁଟିଂ ମଧ୍ୟ କରିଥିଲେ ।

ଅନ୍ୟପଟେ ଛଅ ଫୁଟ ଛଅ ଇଞ୍ଚ୍‌ ଉଚ୍ଚତା ଥିବା ମେଡେଭେଡେବ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଜୋକଭିକ ନିଜ କ୍ୟାରିୟରର ୩୧ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ୬ ବିଜୟ ସହିତ ପହଞ୍ଚିଥିଲେ । ମାତ୍ର ଆବଶ୍ୟକ ସମୟରେ ନିଜର ଲୟ ହରାଇଥିଲେ ।

ଶେଷ ଥର ପାଇଁ ଗୋଟିଏ ବର୍ଷରେ ସମସ୍ତ ଟ୍ରଫି ରଡ୍‌ ଲାବେର ଜିତିଥିଲେ । ୧୯୬୨ ଓ ୧୯୬୯ରେ ଦୁଇଥର ସେ ଏହି ବିରଳ କାରନାମା କରିଥିଲେ । ମହିଳା ବର୍ଗରେ ଏକମାତ୍ର ଷ୍ଟେଫି ଗ୍ରାଫ୍‌ଙ୍କ ନାମରେ କିର୍ତ୍ତୀମାନ ରହିଛି । ବର୍ଷ ୧୯୮୮ରେ ସେ ସମସ୍ତ ୪ଟି ପ୍ରମୁଖ ଟ୍ରଫି ବିଜୟିନୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.