ETV Bharat / sports

US Openକୁ ମିଳିବ ନୂଆ ଚମ୍ପିଆନ, ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରଥମ ଥର ଏହି ଟେନିସ ଗାର୍ଲ

author img

By

Published : Sep 11, 2021, 6:42 AM IST

QUALIFIER EMMA RADUCANU STUNS MARIA SAKKARI TO FACE LEYLAH FERNANDEZ IN HISTORIC ALL TEEN US OPEN FINAL
US Openକୁ ମିଳିବ ନୂଆ ଚମ୍ପିଆନ, ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରଥମ ଥର ଏହି ଟେନିସ ଗାର୍ଲ

କାନାଡାର ଯୁବ ମହିଳା ଟେନିସ ଖେଳାଳି ଲେଲା ଫର୍ଣ୍ଣାଣ୍ଡିଜ୍‌ ନିଜର ବିଜୟୀ ପ୍ରଦର୍ଶନ ଜାରି ରଖିବା ସହ ୧୯ତମ ଜନ୍ମଦିନର କିଛି ଦିନ ପରେ ହିଁ US Open Tennis Tournament ର ଫାଇନାଲରେ ପ୍ରବେଶ କରିଛନ୍ତି । ଫାଇନାଲରେ ତାଙ୍କର ମୁକାବିଲା ବ୍ରିଟେନର ୧୮ ବର୍ଷୀୟା ଏମ୍ମା ରାଦୁକାନୁଙ୍କ ସହ ହେବ । ଅଧିକ ପଢନ୍ତୁ...

ନ୍ୟୁୟର୍କ: କାନାଡାର ଯୁବ ମହିଳା ଟେନିସ ଖେଳାଳି ଲେଲା ଫର୍ଣ୍ଣାଣ୍ଡିଜ୍‌ ନିଜର ବିଜୟୀ ପ୍ରଦର୍ଶନ ଜାରି ରଖିବା ସହ ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ଆରୟନା ସବାଲେଙ୍କାଙ୍କୁ ଏକ ରୋମାଞ୍ଚକର ମୁକାବିଲାରେ ୭-୬(୩), ୪-୬ ଓ ୬-୪ରେ ହରାଇଛନ୍ତି । ଏଥିସହ ପ୍ରଥମ ଥରପାଇଁ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ଫାଇନାଲରେ ଲେଲାଙ୍କ ମୁକାବିଲା ୧୮ ବର୍ଷୀୟା ଏମ୍ମା ରାଦୁକାନୁଙ୍କ ସହ ହେବ । ସେ ସେମିରେ ମାରିଆ ସକାରିଙକୁ ୬-୧ ୬-୪ ସେଟ୍‌ରେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଛନ୍ତି । ରାଦୁକାନୁ ମଧ୍ୟ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିଛନ୍ତି ।

ଲେଲା ଆରମ୍ଭରୁ ୩ଟି ଗେମ ହରାଇଥିଲେ, ମାତ୍ର ଦମଦାର କମବ୍ୟାକ ସହ ଟାଇବ୍ରେକରରେ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ । ତେବେ ସବାଲେଙ୍କା ଦ୍ବିତୀୟ ସେଟ୍‌କୁ ଜିତି ମ୍ୟାଚରେ ରୋମାଞ୍ଚ ଭରିଦେଇଥିଲେ । ମାତ୍ର ଲେଲାଙ୍କ ଉପରେ ଏହାର ପ୍ରଭାବ ପଡିନଥିଲା । ତୃତୀୟ ସେଟ୍‌କୁ ୬-୪ରେ ସହଜରେ ଜିତିନେଇ ଫାଇନାଲ ସ୍ଥାନ ପକ୍କା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.