ETV Bharat / sports

T20 WC Final: ହେଜେଲଉଡ୍‌ଙ୍କ ବିରଳ ରେକର୍ଡ

author img

By

Published : Nov 14, 2021, 9:35 PM IST

T20 WC 2021: Josh Hazlewood records most wickets in powerplay
T20 WC : ହେଜେଲଉଡ୍‌ଙ୍କ ବିରଳ ରେକର୍ଡ

ଚଳିତ ଟି-୨୦ ବିଶ୍ବକପ ୨୦୨୧ରେ ପାୱରପ୍ଲେରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜସ ହେଜେଲଉଡ୍‌ । ଅଧିକ ପଢନ୍ତୁ

ଦୁବାଇ: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜସ ହେଜେଲଉଡ୍‌ ରବିବାର ଏକ ବିରାଳ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ଚଳିତ ଟି-୨୦ ବିଶ୍ବକପ ୨୦୨୧ରେ ପାୱରପ୍ଲେରେ ସେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଉଛି । କିୱି ଓପନର ଡ୍ୟାରେଲ ମିଚେଲଙ୍କୁ ଇଂନିସର ଚତୁର୍ଥ ଓଭରରେ ଆଉଟ୍‌ କରି ଏହି ସଫଳତା ହାସଲ କରିଛନ୍ତି ହେଜେଲଉଡ୍‌ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଚଳିତ ଟି-୨୦ ବିଶ୍ବକପ ୨୦୨୧ରେ ୯ଟି ୱିକେଟ ହାତେଇ ସାରିଛନ୍ତି । ଫାଇନାଲ ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ୧୬ ରନ୍‌ ବ୍ୟୟରେ ୩ଟି ୱିକେଟ ହାତେଇଛନ୍ତି । ଏହାମଧ୍ୟରେ କିୱି କ୍ୟାପଟେନ କେନ ୱିଲିୟମସନଙ୍କ ୱିକେଟ ମଧ୍ୟ ରହିଛି ।

ଫାଇନାଲ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଉଭୟ ଟିମ ପୂର୍ବକୁ ଟି-୨୦ ବିଶ୍ବକପ ଟ୍ରଫି ଜିତିନଥିବାରୁ ଫଟାଫଟ ଫର୍ମାଟର କ୍ରିକେଟକୁ ନିଶ୍ଚିନ୍ତ ନୂଆ ବିଶ୍ବ ଚମ୍ପିଆନ ମିଳିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.