ETV Bharat / sports

CWG 2022: ସୁରକ୍ଷାରେ ଅବ୍ୟବସ୍ଥା, କୁସ୍ତି ଇଭେଣ୍ଟ ସ୍ଥଗିତ

author img

By

Published : Aug 5, 2022, 4:53 PM IST

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ କିଛି ସମୟ ପାଇଁ ସ୍ଥଗିତ ହେଲା କୁସ୍ତି ଇଭେଣ୍ଟ୍‌ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଇଭେଣ୍ଟ ସ୍ଥଗିତ ରଖାଯାଇଛି । ଅଧିକ ପଢ଼ନ୍ତୁ

CWG 2022: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ କୁସ୍ତି ଇଭେଣ୍ଟ ସ୍ଥଗିତ
CWG 2022: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ କୁସ୍ତି ଇଭେଣ୍ଟ ସ୍ଥଗିତ

ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ସୁରକ୍ଷା ନେଇ ଅବ୍ୟବସ୍ଥା ଦେଖାଦେଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ କିଛି ସମୟ ପାଇଁ ସ୍ଥଗିତ ହେଲା କୁସ୍ତି ଇଭେଣ୍ଟ୍‌ । ଏହାକୁ ନେଇ ବିଶ୍ବ କୁସ୍ତିଯୋଦ୍ଧା ସଂଘ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

  • We're taking a short pause for a safety check and will resume action once we receive the go-ahead. #WrestleBirmingham

    — United World Wrestling (@wrestling) August 5, 2022 " class="align-text-top noRightClick twitterSection" data=" ">

ଏଠାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ପୁନଃ ଇଭେଣ୍ଟ ଆରମ୍ଭ କରାଯିବ । ଯାଞ୍ଚ ପାଇଁ ଷ୍ଟାଡିୟମ(wrestling arena)ରୁ ଦର୍ଶକଙ୍କୁ ବାହାରକୁ ଯିବାକୁ କୁହାଯାଇଛି । ତାସହିତ ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ସୁରକ୍ଷିତ ଭାବରେ ବାହାରକୁ ନିଆଯାଇଛି । ଯାଞ୍ଚ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ପରେ ପୁନଃ ଇଭେଣ୍ଟ ଆରମ୍ଭ କରାଯିବ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.