ETV Bharat / sports

ବିଶ୍ବ ମହିଳା ଚେସ୍‌ ଚମ୍ପିଆନସିପ: ସ୍ପେନକୁ ହରାଇଲା ଭାରତ

author img

By

Published : Sep 28, 2021, 8:39 PM IST

World Women's Chess Championship: India beats Spain in round 2
ବିଶ୍ବ ମହିଳା ଚେସ୍‌ ଚମ୍ପିଆନସିପ: ସ୍ପେନକୁ ହରାଇଲା ଭାରତ

ବିଶ୍ବ ମହିଳା ଚେସ୍‌ ଚମ୍ପିଆନସିପରେ ସ୍ପେନକୁ ୨.୫-୧.୫ରେ ହରାଇଲା ଭାରତ । ଅଧିକ ପଢନ୍ତୁ...

ସିଟଗେସ(ସ୍ପେନ): ଚଳିତ FIDE ବିଶ୍ବ ମହିଳା ଟିମ ଚେସ୍‌ ଚମ୍ପିଆନସିପରେ ଭାରତର ପ୍ରଥମ ବିଜୟ । ଦ୍ବିତୀୟ ପୁଲ୍‌ ମ୍ୟାଚ୍‌ରେ ସ୍ପେନକୁ ୨.୫-୧.୫ରେ ହରାଇଛି ଟିମ ଇଣ୍ଡିଆ । ପ୍ରଥମ ରାଉଣ୍ଡରେ ଏଜରବାଇଜନ ବିପକ୍ଷରେ ୨-୨ ଡ୍ର ପରେ ଭାରତୀୟ ମହିଳା ଟିମର ଆର. ବୈଶାଳୀ ଦ୍ବିତୀୟ ପୁଲ୍‌ ଏ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି ।

ଟିମର ନମ୍ବର ୧ ଖେଳାଳି ଡି ହାରିକା ତାଙ୍କର ପ୍ରତିଦ୍ବନ୍ଦ୍ବୀ ଆନା ମାତନାଡଜଙ୍କ ସହି ମ୍ୟାଚ ଡ୍ର ରଖିଥିଲେ । ଭକ୍ତି କୁଲକର୍ଣ୍ଣୀ ଓ ମେରୀ ଆନ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।

ପଏଣ୍ଟ ଟେବୁଲରେ ୭.୫ ପଏଣ୍ଟ ସହ ଶୀର୍ଷରେ ରହିଛି ରୁଷିଆ । ପରେ ୪.୫ ପଏଣ୍ଟ ସହ ଦ୍ବିତୀୟରେ ଆର୍ମେନିଆ ୪.୫ ପଏଣ୍ଟ ସହ ଭାରତ ତୃତୀୟରେ ରହିଛି । ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ପୁଲ ଏ ଓ ପୁଲ ବି ରୁ ୪ଟି ଲେଖାଏଁ ଟିମ ଉନ୍ନୀତ ହେବେ । ମଙ୍ଗଳବାର ତୃତୀୟ ରାଉଣ୍ଡରେ ଆର୍ମେନିଆ ସହ ଭାରତର ମୁକାବିଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.