ETV Bharat / sports

CWG 2022: ଭାରୋତ୍ତଳନରେ ରୌପ୍ୟ ଜିତିଲେ ବିକାଶ, ପଦକ ସଂଖ୍ୟା ୧୨କୁ ବୃଦ୍ଧି

author img

By

Published : Aug 2, 2022, 8:51 PM IST

ରାଜ୍ଯଗୋଷ୍ଠୀ କ୍ରୀଡ଼ାରେ ୯୬ କେଜି ବର୍ଗର ପୁରୁଷ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ବିକାଶ ଠାକୁର । ଏହି କ୍ରମରେ ଲଗାତାର ୩ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

CWG 2022: ଭାରୋତ୍ତଳନରେ ରୌପ୍ୟ ଜିତିଲେ ବିକାଶ, ପଦକ ସଂଖ୍ୟା ୧୨କୁ ବୃଦ୍ଧି
CWG 2022: ଭାରୋତ୍ତଳନରେ ରୌପ୍ୟ ଜିତିଲେ ବିକାଶ, ପଦକ ସଂଖ୍ୟା ୧୨କୁ ବୃଦ୍ଧି

ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତଳନରେ ଭାରତୀୟଙ୍କ କମାଲ ଜାରି ରହିଛି । ୯୬ କେଜି ବର୍ଗର ପୁରୁଷ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ବିକାଶ ଠାକୁର । ସେ ମୋଟ ୩୪୬ ଭାରୋତ୍ତଳନ କରି ପଦକ ହାସଲ କରିଛନ୍ତି ।

ଏହି କ୍ରମରେ ଲଗାତାର ୩ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ହାସଲ କରିଛନ୍ତି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିକାଶ ସ୍ନାଚ୍‌ରେ ୧୫୫ ଭାରୋତ୍ତଳନ କରିଥିଲେ । ଏହାପରେ କ୍ଲିନ୍‌ ଓ ଜର୍କରେ ସେ ୧୯୧ କେଜି ଭାରୋତ୍ତଳନ କରିଛନ୍ତି । ଏହାପୂର୍ବରୁ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ ବିକାଶ । ଏହାପରେ ୨୦୧୮ରେ ବିକାଶ ଠାକୁର କାଂସ୍ୟ ପଦକ ହାସଲ କରିଥିଲେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.