ETV Bharat / sports

Tokyo Olympics: କଲମ୍ବୋବିଆର ଏଡୁଆର୍ଡୋଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ରବି

author img

By

Published : Aug 4, 2021, 9:21 AM IST

କଲମ୍ବୋବିଆର ଏଡୁଆର୍ଡୋଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ରବି
କଲମ୍ବୋବିଆର ଏଡୁଆର୍ଡୋଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ରବି

ଟୋକିଓ ଅଲିମ୍ପିକ୍ସରେ 57 କିଲୋଗ୍ରାମ ବର୍ଗର ଇଭେଣ୍ଟରେ 16 ରାଉଣ୍ଡରେ ଏଡୁଆର୍ଡୋଙ୍କୁ ୧୩-୨ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଛନ୍ତି ରବି ।

ଟୋକିଓ: ଦୁଇ ଥର ଏସିଆନ ଚମ୍ପିୟାନ ହୋଇଥିବା ରବି ଦହିୟା କଲମ୍ବୋବିଆର ଏଡୁଆର୍ଡୋ ଟାଇଗ୍ରେସଙ୍କୁ ପରାସ୍ତ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ମଲ୍ଲଯୁଦ୍ଧ 57 କିଲୋଗ୍ରାମ ବର୍ଗର ଇଭେଣ୍ଟରେ 16 ରାଉଣ୍ଡରେ ଏଡୁଆର୍ଡୋଙ୍କୁ ୧୩-୨ରେ ପରାସ୍ତ କରିଛନ୍ତି ଫାଇନାଲରେ ପ୍ରବେଶ କରିଛନ୍ତି ରବି ।

ଖେଳ ଆରମ୍ଭରୁ ଦୁଇଜଣଙ୍କ ମଧ୍ୟରେ କଡ୍ଡା ଟକର ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ରବି କଲମ୍ବୋବିଆ ପ୍ରତିପକ୍ଷ ଉପରେ ଦବଦବା ଜାରି ରଖିଥିବା ବେଳେ କୌଶଳ କରି ପ୍ରତ୍ୟାବର୍ତ୍ତନ କରିଥିଲେ ଏଡୁଆର୍ଡୋ । ମାତ୍ର ଦ୍ବିତୀୟ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି 13-2ରେ ସହଜ ବିଜୟ ହାସଲ କରି ଥିଲେ ରବି ଦହିୟା । ବଜରଙ୍ଗ ପୁନିଆଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ରବି କୁମାର ଭାରତ ପାଇଁ ପଦକ ଆଶାକୁ ଉଜ୍ଜିବୀତ ରଖିଛନ୍ତି ।

ଏହା ପୂର୍ବରୁ ଭାରତୀୟ ପହିଲମାନ ସୋମନ ମଲିକ ୬୨ କିଲୋ ବର୍ଗରେ କ୍ବାଲିଫିକେଶନ ରାଉଣ୍ଡରେ ଭାରତରୁ ପ୍ରତିନିଧିତ୍ବ କରିଥିଲେ । ଯେଉଁଥିରେ ମଙ୍ଗୋଲିଆର ଖୁରେଲେଖୁଙ୍କୁ ସହିତ ମୁକାବିଲା ହୋଇଥିଲା । ୨-୨ରେ ପରାସ୍ତ ହୋଇଥିଲେ ସୋନମ । ଏହି ମୁକାବିଲାରେ ଦୁଇଜଣଙ୍କୁ ୨-୨ ସ୍କୋର ମିଳିଥିଲା । କିନ୍ତୁ ସୋନମ ୧-୧ ସ୍କୋର ସଂଗ୍ରହ କରିଥିବାବେଳେ ଖୁରେଲେଖୁ ଗୋଟିଏ ଥରରେ 2 ପଏଣ୍ଟ ନେଇଥିଲେ । ଯେଉଁଥିରେ ତାଙ୍କୁ ବିଜେତା ଘୋଷିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.