ETV Bharat / sports

ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ

author img

By

Published : Jan 19, 2022, 3:37 PM IST

Updated : Jan 19, 2022, 4:16 PM IST

tennis star Sania Mirza has announced her retirement
ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ

ଭାରତ ପ୍ରଥମ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି । ୨୦୨୨ ସିଜିନ ତାଙ୍କ କ୍ୟାରିଅରର ଶେଷ ସିଜିନ ହେବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ମେଲବର୍ଣ୍ଣ: ଭାରତ ପ୍ରଥମ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି । ୨୦୨୨ ସିଜିନ ତାଙ୍କ କ୍ୟାରିଅରର ଶେଷ ସିଜିନ ହେବ ବୋଲି ସେ କହିଛନ୍ତି । ଏହି ଭାରତୀୟ ଟେନିସ ତାରକା ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ନିଜ ନାମରେ କରିଛନ୍ତି । ତେବେ କ୍ୟାରିଅରରେ ୩ଟି ଗ୍ରାଣ୍ଡସ୍ଲାମ୍ ଓ ମିକ୍ସ ଡବଲ୍ସରେ ୩ଟି ଟାଇଟଲ୍ ହାସଲ କରିଛନ୍ତି ସାନିଆ । ସେ ୨୦୧୩ରେ ସିଙ୍ଗଲ୍ସରୁ ଅବସର ନେଇଥିଲେ ।

ଖାଲି ସେତିକି ନୁହେଁ ବିଶ୍ବ ଟେନିସ ରାଙ୍କିଂରେ ସେ ପ୍ରଥମ ୩୦ ଡଣଙ୍କ ମଧ୍ୟରେ ସାମିଲ ହେବାରେ ପ୍ରଥମ ଭାରତୀୟ ହୋଇ ପାରିଥିଲେ ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନରେ ପ୍ରଥମ ରାଉଣ୍ଡରେ ପରାଜିତ ହେବାପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସାନିଆ । ଅବସର ଘୋଷଣାକୁ ନେଇ ଏକ ସାକ୍ଷାତକାରରରେ ସୂଚନା ଦେଇଛନ୍ତି ସାନିଆ ।

ସାନିଆ ମିର୍ଜା କହିଛନ୍ତି ଯେ, "ଅବସର ଘୋଷଣା କିଛିଟା କାରଣ ରହିଛି । ବର୍ତ୍ତମାନ ଆହତ ସସସ୍ୟାରୁ ରିକଭେରୀ କରିବାକୁ ଅଧିକ ସମୟ ଲାଗୁଛି । ତା ସହିତ ଏତେ ମାତ୍ରାରେ ଯାତ୍ରା ଯୋଗୁଁ ମୁଁ ମୋର ୩ ବର୍ଷ ପୁଅକୁ ବିପଦ ଘେରକୁ ନେଇ ଆସୁଛି । ଖେଳିବା ପାଇଁ ଦେହ ଆଉ ଏତେଟା ସାଥ୍‌ ଦେଉନାହଁ । ଆଣ୍ଠୁରେ ଅଧିକ ଯନ୍ତ୍ରଣା ରହୁଛି । ମୁଁ କହୁନାହିଁ ଏଥିପାଇଁ ହିଁ ଆମେ ମ୍ୟାଚ୍‌ ହାରିଲୁ । କିନ୍ତୁ ବୟସ ବଢ଼ିବା ସହ ଆହତ ସମସ୍ୟାରୁ ଠିକ୍‌ ହେବାକୁ ଏବେ ଅଧିକ ସମୟ ଲାଗୁଛି ।"

ପୂର୍ବରୁ ପ୍ରତି ମ୍ୟାଚ୍‌ ଖେଳିବା ଯେଉଁ ଉର୍ଜାର ଆବଶ୍ୟକ ହେଉଥିଲା ତାହା ଆଉ ନାହିଁ ବୋଲି କହିଛନ୍ତି ସାନିଆ ମିର୍ଜା । ମ୍ୟାଚ୍ ଖେଳିବାକୁ ଆଉ ମଜା ଲାଗୁନାହିଁ । ଏହାସତ୍ତ୍ବେ ଚଳିତ ସିଜିନରେ ଖେଳ ଜାରି ରଖିବେ ବୋଲି କହିଛନ୍ତି ସାନିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 19, 2022, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.