ETV Bharat / sports

ଯୁବ ତୀରନ୍ଦାଜ ଟିମ ଇଣ୍ଡିଆକୁ ଭେଟିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ

author img

By

Published : Aug 17, 2021, 9:30 PM IST

Sports Minister Anurag Thakur meets World Youth Archery C'ship winners
ଯୁବ ତୀରନ୍ଦାଜ ଟିମ ଇଣ୍ଡିଆକୁ ଭେଟିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ

ପୋଲାଣ୍ଡର ରୋକଲୋରେ ସଦ୍ୟ ସମାପ୍ତ ହୋଇଥିବା ବିଶ୍ବ ୟୁଥ୍‌ ତୀରନ୍ଦାଜ ଚମ୍ପିଆନସିପ୍‌ ଇଭେଣ୍ଟରେ ତୀରନ୍ଦାଜ ଟିମ ଇଣ୍ଡିଆ ମୋଟ ୧୫ଟି ପଦକ ହାସଲ କରିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବିଶ୍ବ ୟୁଥ୍‌ ତୀରନ୍ଦାଜ ଚମ୍ପିଆନସିପ୍‌ ବିଜେତା ଟିମକୁ ଭେଟିଲେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ସଦ୍ୟ ସମାପ୍ତ ତୀରନ୍ଦାଜ ଚମ୍ପିଆନସିପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ଭାରତୀୟ ଯୁବ ତୀରନ୍ଦାଜ ତାରକା । ଫଳରେ ଦେଶକୁ ଗର୍ବିତ କରିଥିବା ଯୁବ ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡାମନ୍ତ୍ରୀ ।

ପୋଲାଣ୍ଡର ରୋକଲୋରେ ସଦ୍ୟ ସମାପ୍ତ ହୋଇଥିବା ଏହି ମେଗା ଇଭେଣ୍ଟରେ ତୀରନ୍ଦାଜ ଟିମ ଇଣ୍ଡିଆ ମୋଟ ୧୫ଟି ପଦକ ହାସଲ କରିଛି । ଏହାମଧ୍ୟରେ ରହିଛି ୮ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ । ଠାକୁର ଟିମର ସମସ୍ତ ସଦସ୍ୟଙ୍କୁ ସହିତ କଥା ହେବାସହ ଦେଶର ତୀରନ୍ଦାଜ ଭବିଷ୍ୟତଙ୍କୁ ପ୍ରଶଂସା କରିଛନ୍ତି ।

କାଡେଟ୍‌ କମ୍ପାଉଣ୍ଡ ମହିଳା ଟିମ, କାଡେଟ୍‌ କମ୍ପାଉଣ୍ଡ ପୁରୁଷ ଟିମ, ଜୁନିୟର ରିକର୍ଭ ପୁରୁଷ ଟିମ, କାଡେଟ୍‌ ରିକର୍ଭ ପୁରୁଷ ଟିମ, କାଡେଟ୍‌ ରିକର୍ଭ ମିକ୍ସଡ ଟିମ, ଜୁନିୟର ରିକର୍ଭ ମିକ୍ସଡ ଟିମ ଓ କୋମାଲିକା ବରି ଜୁନିୟର ମହିଳା ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.