India Open: ଇରାଙ୍କୁ ହରାଇ ତୃତୀୟ ରାଉଣ୍ଡରେ ସିନ୍ଧୁ

author img

By

Published : Jan 13, 2022, 12:07 PM IST

ତୃତୀୟ ରାଉଣ୍ଡରେ ସିନ୍ଧୁ

ଇଣ୍ଡିଆ ଓପନରେ ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ । ଚମତ୍କାର ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ରାଉଣ୍ଡ ଅତିକ୍ରମ କରି ଚାଲିଛନ୍ତି ସଟଲର ସିନ୍ଧୁ । ଦୁଇଥର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ଇଣ୍ଡିଆ ଓପନ ୨୦୨୨ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆ ଓପନରେ ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ । ଚମତ୍କାର ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ରାଉଣ୍ଡ ଅତିକ୍ରମ କରି ଚାଲିଛନ୍ତି ସଟଲର ସିନ୍ଧୁ । ଦୁଇଥର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ଇଣ୍ଡିଆ ଓପନ ୨୦୨୨ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି (PV Sindhu enters third round of India Open) । ଇରା ଶର୍ମାଙ୍କୁ ହରାଇ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ସିନ୍ଧୁ ।

କେଡି ଯାଦବ ଇଣ୍ଡୋର୍‌ ହଲ୍‌ ନୂଆଦିଲ୍ଲୀରେ ମଙ୍ଗଳବାର ଠାରୁ ଅନୁଷ୍ଠିତ ହୋଇଥିବା ମେଗା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଆଜି ଦ୍ବିତୀୟ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଇରା ଓ ସିନ୍ଧୁଙ୍କ ମଧ୍ୟରେ ହୋଇଥିଲା ଟକ୍କର । ୨୧-୧୦, ୨୧-୧୦ରେ ହରାଇଛନ୍ତି ସିନ୍ଧୁ । ପ୍ରଥମ ୧୩ ମିନିଟ ଧରି ସିନ୍ଧୁଙ୍କ ଉପରେ ଚାପ ରହିଥିଲା । ଏହାପରେ କମବ୍ୟାକ କରିଥିଲେ ସଟଲର ସିନ୍ଧୁ । ୨୬ ବର୍ଷୀୟ ସିନ୍ଧୁ ମ୍ୟାଚକୁ ନିଜ ଆୟତକୁ ନେଇଥିଲେ ଓ ୩୦ମିନିଟ ଖେଳରେ ମ୍ୟାଚକୁ ଜିତି ନେଇଥିଲେ ।

ଆହୁରି ପଢନ୍ତୁ...India Open: ବିଜୟରୁ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

ପ୍ରକାଶ ଥାଉ କି, ଶ୍ରୀକ୍ରୀଷ୍ଣା ପ୍ରିୟା କୁଦରବଳିଙ୍କୁ ୨୧-୫, ୨୧-୧୬ ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ ସିନ୍ଧୁ । ୨୭ ମିନିଟ ଧରି ଖେଳାଯାଇଥିଲା ମ୍ୟାଚକୁ କବଜା କରିଥିଲେ ସିନ୍ଧୁ । ବିଶ୍ବ ଚାମ୍ପିଅନସିପ ସ୍ବର୍ଣ୍ଣ ପଦକ ପରେ ଏହା ତାଙ୍କର ପ୍ରଥମ ମ୍ୟାଚ୍‌ ଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.