ETV Bharat / sports

Budget session: ସମଗ୍ର ଦେଶରେ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା ନେଇ ରାଷ୍ଟ୍ରପତିଙ୍କ ଘୋଷଣା

author img

By

Published : Jan 31, 2022, 3:42 PM IST

Updated : Jan 31, 2022, 4:13 PM IST

Several Khelo India centres to be established across country: President Kovind
Budget session: ସମଗ୍ର ଦେଶରେ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା ନେଇ ରାଷ୍ଟପତିଙ୍କ ଘୋଷଣା

ଦେଶରେ କ୍ରୀଡାର ଉନ୍ନତିକରଣ ଓ ପ୍ରସାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସହଭାଗିତାରେ ସମଗ୍ର ଦେଶରେ ଅନେକ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା ହେବାନେଇ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନିଜର ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ(Budget session) । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି । ଦେଶରେ କ୍ରୀଡାର ଉନ୍ନତିକରଣ ଓ ପ୍ରସାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସହଭାଗିତାରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଖେଲୋ ଇଣ୍ଡିଆ କେନ୍ଦ୍ର(Khelo India centers) ପ୍ରତିଷ୍ଠା ହୋଇଥିବା ନିଜର ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ ।

ଏହାମଧ୍ୟ ପଢନ୍ତୁ: Budget Session: ଲୋକସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ

ରାଷ୍ଟ୍ରପତି କହିଛନ୍ତି, "ଟୋକିଓ ଅଲମ୍ପିକ୍‌ସରେ ଭାରତୀୟ ଯୁବଶକ୍ତିର ପରାକ୍ରମକୁ ଦେଶ ଦେଖିଛି । ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଏହା ଆମର ଶ୍ରେଷ୍ଠ ପ୍ରଦର୍ଶନ । ଆମେ ୭ଟି ପଦକ ଜିତିପାରିଥିଲୁ । ଟୋକିଓ ପାରାଲମ୍ପିକ୍‌ସରେ ମଧ୍ୟ ଅଧିକ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତୀୟ ପାରାଲମ୍ପିଆନ ୧୯ଟି ପଦକ ଜିତି ଏକ ନୂଆ ରେକର୍ଡ କରିଥିଲେ । ଅଲମ୍ପିକ୍‌ସ ଓ ପାରାଲମ୍ପିକ୍‌ସରେ ଆମର ପ୍ରଦର୍ଶନ ଭଲ କରିବାକୁ କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କ ସହଭାଗିତାରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଖେଲୋ ଇଣ୍ଡିଆ କେନ୍ଦ୍ର ବନାଇଛନ୍ତି ।"

ସୋମବାର ଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ, ସରକାର ସଂସଦର ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ୨୦୨୧-୨୨ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ରେ ୮ରୁ ୮.୫ ପ୍ରତିଶତ ଅଭିବୃଦ୍ଧି ହାର ଲକ୍ଷ୍ୟ ରଖାଯାଇଛି । ୨୦୨୧-୨୨ରେ ଅଭିବୃଦ୍ଧି ୯.୨ ପ୍ରତିଶତ ରହିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 31, 2022, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.