ETV Bharat / sports

Abu Dhabi Open Tournament: ଆବୁ ଧାବି ଓପନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ସାନିଆ ବିଦା

author img

By

Published : Feb 7, 2023, 8:03 PM IST

Abu Dhabi Open Tournament
Abu Dhabi Open Tournament

ସାନିଆ ମିର୍ଜା ଏବଂ ଆମେରିକାର ମହିଳା ଯୋଡି ବେଥାନୀ ସେଣ୍ଡସ, ଆବୁ ଧାବି ଓପନ WTA ୫୦୦ ଟେନିସ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ଆମେରିକାର ମହିଳା ଯୋଡି ବେଥାନୀ ସେଣ୍ଡସ, ଆବୁ ଧାବି ଓପନ WTA ୫୦୦ ଟେନିସ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସାନିଆ ମିର୍ଜା ଏବଂ ବେଥାନନୀ ମହିଳା ଯୁଗଳ ଯୋଡି ପ୍ରଥମ ରାଉଣ୍ଡରେ ବେଲଜିୟମ-ଜର୍ମାନୀ ଯୋଡି କସ୍ଟନ ଫ୍ଲିମ୍ପେକ୍ସ ଏବଂ ଲୌରା ସିଗମଣ୍ଡଙ୍କୁ ଭେଟିଥିଲେ । ବେଲଜିୟମ-ଜର୍ମାନୀ ଯୋଡି କସ୍ଟନ ଫ୍ଲିମ୍ପେକ୍ସ ଏବଂ ଲୌରା ସିଗମଣ୍ଡ, ସାନିଆ ଏବଂ ବେଥାନୀ ସେଣ୍ଡସଙ୍କୁ ୩-୬, ୪-୬ ସେଟରେ ପରାସ୍ତ କରିଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ପରାସ୍ତ ହେବା ପରେ ସାନିଆ ମିର୍ଜା ଟେନିସରୁ ସନ୍ନ୍ୟାସର ନିକଟତର ହୋଇଛନ୍ତି । ସେ ଫେବୃଆରୀ ୨୭ ତାରିଖରେ ହେବାକୁ ଥିବା ଦୁବାଇ ଟେନିସ ଚମ୍ପିଆନସିପ ପରେ ଟେନିସ ଜଗତରୁ ଅବସର ନେବା ନେଇ ଘୋଷଣା କରିଥିଲେ ।

ଚଳିତ ବର୍ଷ ଜାନୁଆରୀ ମାସରେ ସାନିଆ ମିର୍ଜା ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆ ଓପନ ମିକ୍ସଡ ଡବଲ୍ସରେ ରନର୍ସ ଅପରେ ସନ୍ତୁଷ୍ଟ ହୋଇ ନିଜର ଗ୍ରାଣ୍ଡସ୍ଲାମ କ୍ୟାରିୟରରୁ ବିଦାୟ ନେଇଥିଲେ । ସାନିଆ ମିର୍ଜା ଏବଂ ପାର୍ଟନର ରହୋନ ବୋପନ୍ନା ବ୍ରାଜିଲର ଯୋଡି ଲୁଇସା ସ୍ପେଫାନୀ ଏବଂ ରାଫେଲ ମାଟୋସଙ୍କଠାରୁ ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କି ସାନିଆ ମିର୍ଜା ମେଲବର୍ଣ୍ଣରେ ନିଜ ଗ୍ରାଣ୍ଡସ୍ଲାମ ଟେନିସ କ୍ୟାରିୟର ଆରମ୍ଭ କରିଥିଲେ । ମେଲବର୍ଣ୍ଣରେ ହିଁ ସେ ତାଙ୍କର ଗ୍ରାଣ୍ଡସ୍ଲାମ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି ।

ବର୍ଷ ୨୦୦୯ରୁ ବର୍ଷ ୨୦୧୬ ପର୍ଯ୍ୟନ୍ତ ସାନିଆ ମିର୍ଜା ଡବଲ୍ସରେ ୬ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଯେଉଁଥିରେ ମହିଳା ଡବଲ୍ସରେ ତିନୋଟି ଟାଇଟଲ ଏବଂ ମିକ୍ସଡ ଡବଲ୍ସରେ ତିନୋଟି ଟାଇଟଲ ରହିଛି । ବର୍ଷ ୨୦୧୫ରେ ସାନିଆ ମିର୍ଜା ମହିଳା ଡବଲ୍ସ ମାନ୍ୟତାରେ ବିଶ୍ବର ନମ୍ବର ୧ ଟେନିସ ପ୍ଲେୟର ବନିଥିଲେ । ଭାରତ ଏହି ଟେନିସ ସେନସେସନ ସାନିଆ ମିର୍ଜା ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପରାସ୍ତ ହେବା ପରେ କହିଥିଲେ, "ମୋର ଖେଳ କ୍ୟାରିୟରର ଯାତ୍ରା ବର୍ଷ ୨୦୦୫ରେ ମେଲବର୍ଣ୍ଣରେ ଆରମ୍ଭ ହୋଇଥିଲା । ସେତେବେଳେ ମୁଁ ୧୮ ବର୍ଷ ବୟସରେ ଥିଲି । ମୋତେ ଏଠାକୁ ବାରମ୍ବାର ଆସିବା ପାଇଁ ଏବଂ କିଛି ଟାଇଟଲ ହାତେଇବା ପାଇଁ ସୌଭାଗ୍ୟ ମିଳିଥିଲା । ଗ୍ରାଣ୍ଡସ୍ଲାମ କ୍ୟାରିୟରରୁ ବିଦାୟ ନେବା ପାଇଁ ଏହାଠାରୁ ଭଲ ସ୍ଥାନ ଆଉ କେଉଁଠି ହୋଇନଥାନ୍ତା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.