ETV Bharat / sports

India Open 2022: ସେମିରେ ପରାସ୍ତ ପିଭି ସିନ୍ଧୁ

author img

By

Published : Jan 15, 2022, 10:38 PM IST

ଚଳିତ ଇଣ୍ଡିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ୨୦୨୨ରୁ ବାଦ୍‌ ପଡିଲେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ସ୍ଥାନୀୟ କେଡି ଯାଦବ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ସିନ୍ଧୁ ପରାସ୍ତ । ଅଧିକ ପଢନ୍ତୁ

PV Sindhu bows out of India Open 2022 after losing semi-final clash
India Open 2022: ସେମିରେ ପରାସ୍ତ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ୨୦୨୨ରୁ ବାଦ୍‌ ପଡିଲେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ସ୍ଥାନୀୟ କେଡି ଯାଦବ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ସିନ୍ଧୁ ପରାସ୍ତ ହୋଇଛନ୍ତି । ୨୬ ବର୍ଷୀୟ ସିନ୍ଧୁ, ଥାଇଲାଣ୍ଡର ସୁପାନିଦା କାଟେଥଙ୍ଗଙ୍କ ଠାରୁ ୧୪-୨୧, ୨୧-୧୨, ୧୦-୨୧ସେଟ୍‌ରେ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚ୍‌ ୫୯ ମିନିଟ୍‌ ଧରି ଖେଳାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: India Open 2022: ଫାଇନାଲରେ ଲକ୍ଷ ସେନ୍‌

ପ୍ରଥମ ସେଟ୍‌ରେ ଥାଇ ପ୍ରତିନ୍ଦ୍ବନ୍ଦୀ ସିନ୍ଧୁଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଆକ୍ରମଣାତ୍ମକ ରଣନୀତି ସହ ୨୧-୧୪ରେ ଜିତିନେଇଥିଲେ । ଦ୍ବିତୀୟ ସେଟ୍‌ରେ ଦମଦାର କମବ୍ୟାକ୍‌ କରିଥିଲେ ସିନ୍ଧୁ । ୨୧-୧୩ରେ ଦ୍ବିତୀୟ ସେଟ୍‌କୁ ଜିତିବା ପରେ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ମ୍ୟାଚ୍‌ ଯାଇଥିଲା । ତେବେ ଥାଇ ପ୍ରତିନ୍ଦ୍ବନ୍ଦୀ, ତୃତୀୟ ସେଟ୍‌ରେ ପୁଣି ବାଜି ମାରିବା ସହ ଫାଇନାଲ ଟିକେଟ ହାତେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି

ପୂର୍ବରୁ ଭାରତୀୟ ସର୍ଟଲର ଲକ୍ଷ ସେନ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମାଲେସିଆର ଏନଜି ତେଜ୍‌ ୟଙ୍ଗ୍‌ଙ୍କୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.