ଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି

author img

By

Published : Jan 15, 2022, 7:08 PM IST

Updated : Jan 15, 2022, 8:14 PM IST

Cricketer Virat Kohli steps down as India Test captain

ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ ପଦରୁ ଇସ୍ତଫାଦେଲେ ବିରାଟ କୋହଲି(Virat Kohli)। ଶନିବାର ବିରାଟ ଟ୍ବିଟ୍‌ ଯୋଗେଁ ଏହି ଘୋଷଣା କରିଛନ୍ତି । ଗତବର୍ଷ କୋହଲି, ଟି-୨୦ କ୍ୟାପଟେନ ଛାଡିଥିଲେ । ଏହାପରେ ହ୍ବାଇଟ୍‌ ବଲ୍‌ ଫର୍ମାଟରେ ଜଣେ କ୍ୟାପଟେନ ଦର୍ଶାଇ BCCIର ଚୟନକର୍ତ୍ତା କମିଟି ତାଙ୍କୁ ODI ନେତୃତ୍ବରୁ ମୁକ୍ତ କରିଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ(India Test captain) ପଦରୁ ଇସ୍ତଫାଦେଲେ ବିରାଟ କୋହଲି । ଶନିବାର ବିରାଟ ଟ୍ବିଟ୍‌ ଯୋଗେଁ ଏହି ଘୋଷଣା କରିଛନ୍ତି । ଗତବର୍ଷ କୋହଲି, ଟି-୨୦ କ୍ୟାପଟେନ ଛାଡିଥିଲେ । ଏହାପରେ ହ୍ବାଇଟ୍‌ ବଲ୍‌ ଫର୍ମାଟରେ ଜଣେ କ୍ୟାପଟେନ ଦର୍ଶାଇ BCCIର ଚୟନକର୍ତ୍ତା କମିଟି ତାଙ୍କୁ ODI ନେତୃତ୍ବରୁ ମଧ୍ୟ ମୁକ୍ତ କରିଥିଲା ।

ବିରାଟ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି, " ଟିମକୁ ସଠିକ୍‌ ଦିଗରେ ନେବାକୁ ଦୀର୍ଘ ୭ ବର୍ଷ ମୁଁ କଠିନ ପରିଶ୍ରମ କରିଛି । ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ଦାୟିତ୍ବ ତୁଲାଇଛି । ସବୁ ଜିନିଷର ଶେଷ କେବେ ନା କେବେ ହୋଇଥାଏ, ଭାରତୀୟ ଟିମର ଟେଷ୍ଟ କ୍ୟାପଟେନ ପଦ ଛାଡିବା ସମୟ ଆସିଯାଇଛି । ଯାତ୍ରାରେ ଅନେକ ବାଧାବିଘ୍ନ ଆସିଛି, ମାତ୍ର କୌଣସି ସ୍ଥିତିରେ ବିଶ୍ବାସ କମ୍‌ ହୋଇନାହିଁ । ମୁଁ ସର୍ବଦା ସବୁ ଜିନିଷରେ ୧୨୦ ପ୍ରତିଶତ ଦେବାକୁ ବିଶ୍ବାସ କରେ । ଯଦି ମୁଁ ଏପରି କରିନଥାନ୍ତି, ତେବେ ଏହା ଠିକ୍‌ ହୋଇନଥାନ୍ତା ବୋଲି ଅନୁଭବ ହୋଇଥାନ୍ତା । ମୋ ହୃଦୟରେ ପୂର୍ଣ୍ଣ ସ୍ପଷ୍ଟତା ରହିଛି, ମୁଁ ନିଜର ଟିମ ପାଇଁ ବେଇମାନ ହୋଇପାରିବିନି ।"

ଏହାମଧ୍ୟ ପଢନ୍ତୁ: U-19 World Cup ୨୦୨୨: ଭାରତ ସାମ୍ନାରେ ପ୍ରଥମ ଚ୍ୟାଲେଞ୍ଜ ଦକ୍ଷିଣ ଆଫ୍ରିକା

ଏଥିସହ କୋହଲି ଆହୁରି ମଧ୍ୟ ନିଜର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ, "ନିଜ ଦେଶର ନେତୃ୍ତ୍ବ ନେବାକୁ ଏତେ ଲମ୍ବା ସମୟ ଧରି ସୁଯୋଗ ଦେଇଥିବାରୁ ମୁଁ BCCIକୁ ଧନ୍ୟବାଦ ଦେବାକୁ ଚାହୁଁଛି ଓ ଟିମର ସମସ୍ତ ସାଥିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ପ୍ରଥମ ଦିନରୁ ଟିମ ପାଇଁ ସବୁକିଛି କରିଛନ୍ତି ଓ କୌଣସି ପରିସ୍ଥିତିରେ ହାର୍‌ ମାନିନାହାନ୍ତି । ଏହି ଯାତ୍ରାକୁ ଆପଣମାନେ ଅଧିକ ସ୍ମରଣୀୟ ଓ ସୁନ୍ଦର କରିଛନ୍ତି । ରବି ଶାସ୍ତ୍ରୀ ଓ କୋଚିଂ ଷ୍ଟାଫ୍‌ ସଦସ୍ୟ ଏହି ଗାଡିର ଇଞ୍ଜିନ୍‌ ରହିଥିଲେ ଓ ଲଗାତାର ଆମକୁ ଟେଷ୍ଟ କ୍ରିକେଟରେ ଉପରକୁ ନେଇଯାଇଥିଲେ । ଶେଷରେ ମହେନ୍ଦ୍ର ସିଂହ ଧୋନିଙ୍କୁ ବହୁତ ବହୁତ ଧନ୍ୟବାଦ, ଯିଏ ମୋ ଉପରେ ଜଣେ କ୍ୟାପଟେନ ଭାବେ ଭରଷା କରିଥିଲେ ଓ ମୋତେ ଜଣେ ସକ୍ଷମ ବ୍ୟକ୍ତି ରୂପରେ ପାଇଥିଲେ, ଯିଏକି ଭାରତୀୟ କ୍ରିକେଟକୁ ଆଗକୁ ନେଇଯାଇପାରିଥାନ୍ତା ।"

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପରାଜୟର ଗୋଟିଏ ଦିନ ପରେ କୋହଲି ଟେଷ୍ଟ କ୍ୟାପଟେନ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ କୋହଲିଙ୍କ ବଡ ବିଜୟ ବର୍ଷ ୨୦୧୮-୧୯ରେ ହୋଇଥିଲା । ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା । ଏଥିସହ ବିରାଟଙ୍କ ନେତୃ୍ତ୍ବରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ(WTC) ଫାଇନାଲରେ ପହଞ୍ଚିଥିଲା ।

Last Updated :Jan 15, 2022, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.