KBC ହଟ ସିଟରେ ନଜର ଆସିବେ ନୀରଜ ଓ ଶ୍ରୀଜେସ

author img

By

Published : Sep 13, 2021, 12:42 PM IST

କେବିସି ହଟ ସିଟରେ ନଜର ଆସିବେ ନୀରଜ ଓ ଶ୍ରାଜେସ

ଚଳିତ କେବିସି ସିଜିନ-୧୩ ହଟ ସିଟରେ ନଜର ଆସିବେ ଅଲିମ୍ପିକ୍ସ ଗୋଲ୍ଡେନ ବୟ ନୀରଜ ଚୋପ୍ରା ଓ ଭାରତୀୟ ହକି ଦଳରେ ଗୋଲ କିପର ପିଆର ଶ୍ରୀଜେସ । ଅଧିକ ପଢନ୍ତୁ...

ମୁମ୍ବାଇ: କେବିସି ହଟ ସିଟରେ ବସିବାର ସ୍ବପ୍ନ କାହାର ବା ନଥାଏ । ସାଧାରଣ ଲୋକଟିଏ ନିଜ ଜ୍ଞାନ ଦକ୍ଷତାରେ କୌନ ବନେଗା କରୋଡ ପତିର ହଟ ସିଟରେ ବସି ଧନରାଶି ଜିତି ନିଜ ସ୍ବପ୍ନ ପୁରା କରନ୍ତି । ଏହା ସହିତ ସ୍ବତନ୍ତ୍ର ଅଧ୍ୟାୟରେ ସେଲିବ୍ରେଟି ମାନେ ମଧ୍ୟ ହଟସିଟରେ ନଜର ଆସନ୍ତି । ଚଳିତ କେବିସି ସିଜିନ-୧୩ରେ ହଟ ସିଟରେ ନଜର ଆସିବେ ଅଲିମ୍ପକ୍ସ ଗୋଲ୍ଡେନ ବୟ ନୀରଜ ଚୋପ୍ରା ଓ ଭାରତୀୟ ହକି ଦଳର ଗୋଲ କିପର ପିଆର ଶ୍ରୀଜେସ ।

ଅଲିମ୍ପିକ୍ସରେ ଗୋଲ୍ଡ ଜିତିବା ପରେ ଏବେ ନିଜ ଜ୍ଞାନର ଦମ ଦେଖାଇବେ ନୀରଜ । ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ହକି ଦଳର ଗୋଲ କିପର ଶ୍ରୀଜେସ ମଧ୍ୟ ନିଜ ଜ୍ଞାନ ଦେଖାଇବାକୁ ସୁଯୋଗ ପାଇବେ । ବିଗ ବିଙ୍କ ପ୍ରଶ୍ନର ଉତ୍ତର ଦେବେ ନୀରଜ ଓ ଶ୍ରୀଜେଶ । ନିଜ ଆଇକ୍ୟୁ ବଳରେ ଖୋଜିବେ ଉତ୍ତର ।

କେବିସିର ଏକ ପ୍ରୋମୋରେ ଦେଖିବାକୁ ମିଳିଛି ନୀରଜ ଏବଂ ଶ୍ରୀଜେସ ଉଭୟ କେବିସି ସେଟରେ ପ୍ରବେଶ କଲାବେଳେ ମେଗାଷ୍ଟାର ଅମିତାଭ ବଚ୍ଚନ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ କହୁଛନ୍ତି । ନୀରଜ ଚୋପ୍ରା ଏବଂ ଶ୍ରୀଜେସ ପଦକ ପିନ୍ଧି କେବିସି ସେଟରେ ଏଣ୍ଟ୍ରି କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ଏଣ୍ଟ୍ରି କରିବା ପରେ ସେଟରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି ।

ନିକଟରେ ଟୋକିଓ ଅଲିମ୍ପିକ୍ସରେ ବିଜୟ ହାସଲ କରି ଭାରତକୁ ଗୌରବାନ୍ବିତ କରିବା ପରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ନୀରଜ । ନୀରଜ ଚୋପ୍ରା ଏବଂ ଶ୍ରୀଜେସ ଅମିତାଭ ବଚ୍ଚନଙ୍କ ସହ ସେମାନଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ତଥା ମୁହୂର୍ତ୍ତକୁ ବାଣ୍ଟିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.