ETV Bharat / sports

World Boxing Championship: ଫାଇନାଲରେ 4 ବକ୍ସର, ଗୋଲ୍ଡ ପାଇଁ ହେବ ମହା ଲଢ଼େଇ

author img

By

Published : Mar 24, 2023, 4:21 PM IST

ମହିଳା ବିଶ୍ବ ବକ୍ସି ଚମ୍ପିଅନସିପରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀତୁ, ନିଖତ, ଲଭଲିନା ଓ ସ୍ବିଟି । ଏବେ ସ୍ବର୍ଣ୍ଣ ପଦକ ହାସଲ ପାଇଁ ଲଢିବେ ଏହି 4 ମୁଷ୍ଟିଯୋଦ୍ଧା । ଅଧିକ ପଢନ୍ତୁ

World Boxing Championship
ମହିଳା ବିଶ୍ବ ବକ୍ସି ଚାମ୍ପିଅନସିପ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର କେଡି ଯାଦବ ଷ୍ଟାଡିୟମରେ ଚାଲିଥିବା ବିଶ୍ବ ବକ୍ସିଂ ଚମ୍ପିଆନସିପରେ ଭାରତୀୟ ବକ୍ସରଙ୍କ ସଫଳ ଯାତ୍ରା ଜାରି ରହିଛି । 4 ଜଣ ବକ୍ସର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି । ଫାଇନାଲରେ ପ୍ରବେଶ କରିବା ପରେ ଦେଶ ପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି 4ଜଣ ବକ୍ସର । ନୀତୁ, ନିଖତ, ଲଭଲିନା, ସ୍ବିଟି ସେମିଫାଇନାଲରେ ପ୍ରତିନ୍ଦ୍ବନ୍ଦୀଙ୍କୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

  • 🇮🇳's @LovlinaBorgohai reaches IBA Women's Boxing Championships 🥊 FINALS 🥳

    The Olympic medalist defeated 🇨🇳's Li Quan 4-1 in 75KG Division to reach her 1⃣st World Championships Finals.

    Congratulations Lovlina🥳 All the very best👏🇮🇳 pic.twitter.com/XrbYsxwNut

    — SAI Media (@Media_SAI) March 23, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...World Boxing Championship: ସେମିରେ ଲଭଲିନା, ଭାରତର 4 ପଦକ ପକ୍କା

  • .@saweetyboora defeats 🇦🇺's Emma Sue-Greetree in the SF of Light Heavyweight Category 🥊

    With this, she becomes the 4⃣th 🇮🇳an who will FIGHT for 🥇in the IBA Women's Boxing Championships 2023 Finals!

    You go girl 💪 Congratulations 🥳 pic.twitter.com/ux2yl0R8dg

    — SAI Media (@Media_SAI) March 23, 2023 " class="align-text-top noRightClick twitterSection" data=" ">

3 ଥର ବିଶ୍ବ ଚାମ୍ପିଅନସିପ ପଦକ ବିଜେତା ଲଭଲିନା ବୋର୍ଗୋହେଁ 75 କେଜି ବର୍ଗରେ ସେମିଫାଇନାଲ ମୁକାବିଲାରେ ଚୀନରେ ଲି' କିଆନଙ୍କୁ 4-1ରେ ପରାସ୍ତ କରି ପ୍ରଥମଥର ପାଇଁ ବିଶ୍ବ ବକ୍ସିଂ ଚାମ୍ପିଅନସିପରେ ପ୍ରବେଶ କରିଛନ୍ତି । ଟୋକିଓ ଅଲମ୍ପିକ୍ସରେ ପଦକ ଜିତି ସାରିଥିବା ଲଭଲିନା 75 କିଲୋ ବର୍ଗ କ୍ବାର୍ଟର ଫାଇନାଲରେ ମୋଜାମ୍ବିକର ଆଡୋସିନା ରାଡି ଗ୍ରାମେନଙ୍କୁ ହରାଇ ସେମିରେ ପ୍ରବେଶ କରିଥିଲେ । ବିଶ୍ବ ଚମ୍ପିଆନ ନିଖତ ଜରିନ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛନ୍ତି । ଲଭଲିନା ଫାଇନାଲରେ ଅଷ୍ଟ୍ରେଲିଆର କେଟଲିନ ପାର୍କରଙ୍କୁ ଭେଟିବେ । ରିଓ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟନୀ କଲମ୍ବିଆ ବକ୍ସର ଇନଗ୍ରିଟ ଭାଲେନସିଆଙ୍କୁ 50କିଲୋ ବର୍ଗରେ ଏକତରଫା ଭାବେ 5-0ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡରୁ ହିଁ ଜରିନ ଆକ୍ରମଣରେ ପ୍ରତିପକ୍ଷ ବକ୍ସର ନିରୁପାୟ ହୋଇଥିଲେ । ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଜରିନ ଆଧିପତ୍ୟ ବିସ୍ତାର କରିଥିଲେ । ଫାଇନାଲ ମୁକାବିଲାରେ ଜରିନ ଦୁଇଥରର ଏସୀୟ ଚମ୍ପିଆନ ଭିଏତନାମର ଗୁଏନ ଥୁ ତାମଙ୍କୁ ଭେଟିବେ ।

  • BOSS LADY @nikhat_zareen joins the club & sails into Finals to fight for 🥇

    She defeats 2020 Olympics 🥉 Medalist Ingrit Valencia 5-0 in the 50 kg Divison to reach the Finals

    Congratulations Champion 🇮🇳👏 pic.twitter.com/gum8USh7A7

    — SAI Media (@Media_SAI) March 23, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...WPL 2023: ଆଜି ମୁମ୍ବାଇ-ୟୁପି ଏଲିମିନେଟର ମୁକାବିଲା, ଫାଇନାଲ ଟିକେଟ ପାଇଁ ଲଢିବେ ଦୁଇଦଳ

  • .@NituGhanghas333 reaches FINALS of the IBA Women's #Boxing 🥊 Championships

    The Fight for 🥇is now ON!

    The star boxer defeats 🇰🇿's 2022 World Championship 🥈 Medalist, Alua Balkibelova 5-2 in the 48 KG Category

    Heartiest congratulations Rockstar 👏🇮🇳 pic.twitter.com/IGmCr7vdWU

    — SAI Media (@Media_SAI) March 23, 2023 " class="align-text-top noRightClick twitterSection" data=" ">

ଅନ୍ୟତମ ବକ୍ସର ସ୍ବିଟି ବୋରା ମଧ୍ୟ ସ୍ବର୍ଣ୍ଣ ଲଢେଇ ପାଇଁ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଅଷ୍ଟ୍ରେଲିଆର ଇମା ସୁଏ ଗ୍ରୀନଟ୍ରୀଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । 82 କିଲୋ ବର୍ଗରେ ସ୍ବିଟିଙ୍କୁ କଡ୍ଡା ଟକ୍କର ସାମ୍ନା କରିବାକୁ ପଡିଥିଲା । ଫାଇନାଲରେ ସେ ଚୀନର ୱାଙ୍ଗ୍‌ ଲିନାଙ୍କୁ ଭେଟିବେ । ବସ୍କର ନୀତୁ ମଧ୍ୟ ଫାଇନାଲ୍‌ ଫାଇଟ ପାଇଁ ସ୍ଥାନ ପକ୍କା କରିଛନ୍ତି । ସେମି ଫାଇନାଲ ମୁକାବିଲାରେ 48 କିଲୋ ବର୍ଗରେ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ବିଜୟିନୀ କାଜିକିସ୍ତାନର ଆଲୁଆ ବାଲକିବେଲୋଭାଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା । ନୀତୁ 3ଟି ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି 5-2ରେ ପରାସ୍ତ କରିଥିଲେ । ଆସନ୍ତାକାଲି(ଶନିବାର) ଫାଇନାଲରେ 2022 ଏସିଆନ ଚମ୍ପିଆନସିପ ବ୍ରୋଞ୍ଜ ପଦକ ବିଜୟୀନି ମଙ୍ଗୋଲିଆ ବକ୍ସର ଲୁତ୍ସାଇଖାନ ଅଲ୍ଟାଣ୍ଟସେଟସେଗଙ୍କୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.