ETV Bharat / sports

CWG 2022: ବକ୍ସିଂରେ ଭାରତକୁ ତୃତୀୟ ସ୍ବର୍ଣ୍ଣ, ପଦକ ଜିତିଲେ ନିଖତ ଜରିନ

author img

By

Published : Aug 7, 2022, 8:23 PM IST

CWG 2022: ବକ୍ସିଂ ଇଭେଣ୍ଟ୍‌ରେ ଭାରତକୁ ତୃତୀୟ ସ୍ବର୍ଣ୍ଣ, ପଦକ ଜିତିଲେ ନିଖତ ଜରିନ
CWG 2022: ବକ୍ସିଂ ଇଭେଣ୍ଟ୍‌ରେ ଭାରତକୁ ତୃତୀୟ ସ୍ବର୍ଣ୍ଣ, ପଦକ ଜିତିଲେ ନିଖତ ଜରିନ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂ ଇଭେଣ୍ଟରେ ଭାରତକୁ ମିଳିଲା ତୃତୀୟ ସ୍ବର୍ଣ୍ଣ ପଦକ । ୫୦ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଲେ ନିଖତ ଜରିନ୍‌ । ଅଧିକ ପଢ଼ନ୍ତୁ

ବର୍ମିଂହାମ: ବକ୍ସିଂ ଇଭେଣ୍ଟରେ ଭାରତକୁ ମିଳିଲା ତୃତୀୟ ସ୍ବର୍ଣ୍ଣ ପଦକ । ମହିଳା ବିଭାଗର ୫୦ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିଖତ ଜରିନ୍‌ । ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ସ୍ବର୍ଣ୍ଣ ପଦକ ରାଉଣ୍ଡରେ ଉତ୍ତର ଆୟରଲ୍ୟାଣ୍ଡ୍‌ର ବକ୍ସରଙ୍କୁ ମାତ୍‌ ଦେଇଛନ୍ତି ନିଖତ ଜରିନ । ଏହି ରାଉଣ୍ଡ୍‌ରେ ଏକ ପାଖିଆ ଭାବରେ ବିଜୟ ହାସଲ କରିଛନ୍ତି ନିଖତ ।

ନିଖତଙ୍କ କୌଶଳ ଆଗରେ ଉତ୍ତର ଆୟାରଲ୍ୟାଣ୍ଡ୍‌ର ମ୍ୟାକ୍‌ ନାଉଲ୍‌ଙ୍କ କୌଣସି ରଣନୀତି କାମ କରିନଥିଲା । ମ୍ୟାଚ୍‌ ଆରମ୍ଭରୁ ହିଁ ନିଖତ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ । ନିଖତଙ୍କ ରଣନୀତି ବୁଝି ପାରିନଥିଲେ ମ୍ୟାକ୍‌ ନାଉଲ୍‌ । ସେ ପଏଣ୍ଟ ଖାତା ମଧ୍ୟ ଖୋଲି ପାରିନଥିଲେ । ନିଖତ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.