ETV Bharat / sports

National Sports Day, ଖେଳ ଉପରେ ଆଧାରିତ ସିନେମା

author img

By

Published : Aug 29, 2022, 8:58 PM IST

National Sports Day, ଖେଳ ଉପରେ ଆଧାରିତ ସିନେମା
National Sports Day, ଖେଳ ଉପରେ ଆଧାରିତ ସିନେମା

ଖେଳକୁ ନେଇ ଅନେକ ସିନେମା ନିର୍ମାଣ କରାଯାଇଛି । ଆସନ୍ତୁ ନଜର ପକାଇବା କ୍ରୀ଼ଡାକୁ ନେଇ ନିର୍ମାଣ ହୋଇଥିବା କିଛି ବଲିଉଡ ସିନେମା ଉପରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମେଜର ଧ୍ୟାନଚାନ୍ଦ (Major Dhyan Chand) ହକିରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ସହ ଜାତୀୟ ହକି ଜଗତରେ ଦେଖାଇଥିଲେ ନିଜର ଦକ୍ଷତା । ତାଙ୍କର ଏହି ସଫଳତା ପାଇଁ ତାଙ୍କର ଜନ୍ମତିଥି ତଥା ଅଗଷ୍ଟ ୨୯କୁ 'ଜାତୀୟ କ୍ରୀଡା ଦିବସ' (National Sports Day)ଭାବେ ପାଳନ କରୁଛି ଦେଶ । ବଲିଉଡରେ ଖେଳକୁ ନେଇ ଅନେକ ସିନେମା ନିର୍ମାଣ କରାଯାଇଛି । ଆସନ୍ତୁ ନଜର ପକାଇବା କ୍ରୀ଼ଡାକୁ ନେଇ ନିର୍ମାଣ ହୋଇଥିବା କିଛି ସିନେମା ଉପରେ ।

ଲଗାନ ୨୦୧୧

  • " class="align-text-top noRightClick twitterSection" data="">

ଗ୍ରାମୀଣ କ୍ରିକେଟକୁ ନେଇ ନିର୍ମାଣ ହୋଇଥିବା 'ଲଗାନ' ଫିଲ୍ମ ବେଶ ହିଟ ହୋଇଥିଲା । ଷ୍ଟୋରୀ ସହିତ ଅଭିନୟ ସବୁକଛି ଦର୍ଶକଙ୍କ ମନକୁ ବେଶ ଛୁଇଁପାରିଥିଲା । ଆଶୁତୋଷ ଗୋୱାରିକର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଅଭିନେତା ଅମିର ଖାନ ଫିଲ୍ମରେ ସହନିର୍ମାତା ଥିବା ସହିତ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଏହା ସହିତ ଗ୍ରେସୀ ସିଂହ, ରଚେଲ ଶାଲୀ ଏବଂ ପୋଲ ବ୍ଲୋକଥୋର୍ନ ଆଦି ସିନାମାରେ ନିଜର ଅଭିନୟକୁ ନିଖୁଣ ଭାବରେ ନିଭାଇଥିଲେ ଗାଁର ଚାଷୀମାନଙ୍କ ଉପରେ ରାଣୀ ଭିକ୍ଟୋରିଆଙ୍କର କଠୋର କର ନୀତିକୁ ଏହି ସିନେମାରେ ଦର୍ଶାଯାଇଛି । ଯେତେବେଳେ କୃଷକମାନେ କର କମ କରିବାକୁ କହୁଛନ୍ତି ସେତେବେଳେ ବ୍ରିଟେନ ଅଫିସର ତାଙ୍କ ପାଖରେ ଏକ ପ୍ରସ୍ତାବ ରଖୁଛନ୍ତି କି ଯଦି କ୍ରିକେଟ ମ୍ୟାଚରେ ସେମାନଙ୍କୁ ଗାଁ ଲୋକ ହରାଇ ଦେବେ ତାହେଲେ କର କମ ଦିଆଯିବ । ଏହି ଫିଲ୍ମକୁ ବହୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି ।

ଚକ ଦେ ଇଣ୍ଡିଆ ୨୦୦୭

  • " class="align-text-top noRightClick twitterSection" data="">

ଏହି ଚଳଚ୍ଚିତ୍ରଟି ହକି ଉପରେ ଆଧାରିତ କରାଯାଇଥିଲା । ହକି ଉପରେ ଆଧାରିତ ଚକ ଦେ ଇଣ୍ଡିଆ ଫିଲ୍ମର ନିର୍ଦ୍ଦେଶକ ଥିଲେ ଶିମିତ ଅମିନ । ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ ନିଜର ରୋମାଣ୍ଟିକ ରୋଲରୁ ଓହରି ଏଠାରେ ଏକ ଦକ୍ଷ ପ୍ରଶିକ୍ଷକ ଭାବରେ ନିଜର ଭୂମିକା ନିଖୁଣ ଭାବରେ ଚଳଚ୍ଚିତ୍ରରେ ଦର୍ଶାଇଛନ୍ତି । ଯାହାର ଲକ୍ଷ୍ୟ ରହିଥିଲା ନିଜ ହକି ଟିମକୁ ବିଶ୍ବ କପର ଭେଟି ଦେବା ।

ଭାଗ ମିଲଖା ଭାଗ ୨୦୧୩

  • " class="align-text-top noRightClick twitterSection" data="">

ଧାବକ ମିଲଖା ସିଂହଙ୍କ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଭାଗ ମିଲଖା ଭାଗ । ରାକେଶ ଓମପ୍ରକାଶ ମେହେରା ଏହାର ନିର୍ଦ୍ଦେଶନା ଦେଇଥିଲେ । ବର୍ଷ ୨୦୧୪ ଏପ୍ରିଲରେ ୬୧ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ଏହି ଚଳଚ୍ଚିତ୍ରକୁ ସର୍ବଶ୍ରେଷ୍ଠ ମନୋରଞ୍ଜକ ଫିଲ୍ମର ପୁରସ୍କାର ମିଳିଥିଲା । ଅଭିନେତା ଫରହନ ଖାନ ମିଲଖା ସିଂହଙ୍କ ରୋଲ ପ୍ଲେ କରିଥିଲେ ।

ସୁଲତାନ ୨୦୧୬

  • " class="align-text-top noRightClick twitterSection" data="">

ଅଲୀ ଆବାସ ଜାଫର ଏହି ସୁଲତାନ ସିନେମାର ନିର୍ଦ୍ଦେଶକ ରହିଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତା ସଲମାନ ଖାନ ଏହି ସିନେମାର ଅଭିନୟ କରିଛନ୍ତି । ସଲମାନ ଖାନ ଏହି ଫିଲ୍ମରେ ହରିୟାଣାର ଏକ କୁସ୍ତି ଯୋଦ୍ଧା ଭାବରେ ଭୂମିକା ନିଭାଇଛନ୍ତି ।

ଦଙ୍ଗଲ ୨୦୧୬

  • " class="align-text-top noRightClick twitterSection" data="">

ଏହି ଫିଲ୍ମର ନିର୍ମାତା ରହିଛନ୍ତି ଅମିର ଖାନ । ନୀତିଶ ତିୱାରୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଅମିର ଖାନ, ସାକ୍ଷୀ ତୱର. ଫାତିମା ସନା ଶେଖ, ଜାୟରା ୱସିମ, ସାନ୍ୟା ମଲହୋତ୍ରା ଏବଂ ସୁହାନୀ ଭଟ୍ଟନାଗର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ରିଲିଜ ହେବା ପରେ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.