ETV Bharat / sports

ସ୍କୁଲ ପାଠ୍ୟକ୍ରମରେ ଚେସ୍,‌ ସାମିଲ କରିବାରେ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ 'କିସ୍'‌

author img

By

Published : Mar 20, 2021, 9:15 PM IST

KISS first institution to implement chess in school
ସ୍କୁଲ ପାଠ୍ୟକ୍ରମରେ ଚେସ୍‌ ସାମିଲ, ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ହେଲା କିସ୍

ବିଦ୍ୟାଳୟ ପାଠ୍ୟକ୍ରମରେ ଚେସ୍‌କୁ ସାମିଲ କରିବାକୁ ସର୍ବଭାରତୀୟ ଚେସ୍‌ ସଙ୍ଘ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଦେଶର ପ୍ରଥମ ସ୍କୁଲ ଭାବେ କିସ୍‌ରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଚେସ୍‌ ଏକ ଏପରି ଖେଳ ଯାହା ଦ୍ବାରା ଶାରୀରିକ ଓ ମାନସିକ ବ୍ୟାୟାମ ମଧ୍ୟ ହୋଇଥାଏ । ଫଳରେ ଖେଳୁଥିବା ବ୍ୟକ୍ତି ବେଶ ବୁଦ୍ଧିମାନ ହୋଇଥିବାର ଦେଖାଯାଏ । ଆନ୍ତର୍ଜାତିକ ଚେସ୍‌ ସଙ୍ଘ ଏହି ସମ୍ମାନଜନକ ଖେଳକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବାକୁ ପରିକଳ୍ପନା କରିଛି । କେତେ ଗୁଡିଏ ଦେଶରେ ମଧ୍ୟ କାର୍ଯ୍ୟକାରୀ କରାଗଲାଣି ।

ସ୍କୁଲ ପାଠ୍ୟକ୍ରମରେ ଚେସ୍,‌ ସାମିଲ କରିବାରେ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ 'କିସ୍'

ତେବେ ଭାରତରେ ମଧ୍ୟ ଏହାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବା ନେଇ ସର୍ବଭାରତୀୟ ଚେସ ସଙ୍ଘ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଦେଶର ପ୍ରଥମ ସ୍କୁଲ ଭାବେ କିସ୍‌ରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ହୋଇଛି। କିଟ୍‌ ଓ କିସ୍‌ରେ 30 ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହା ଦ୍ବାରା ଚେସ୍‌ ଖେଳରେ ନିଜର ପ୍ରତିଭାକୁ ଶାଣିତ କରିବା ସହ ନିଜର ମାନସିକ ବୁଦ୍ଧିମତାରେ ମଧ୍ୟ ବିକାଶ କରିପାରିବେ । ଏହା କହିଛନ୍ତି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

ଆସନ୍ତା ଶିକ୍ଷାବର୍ଷ ଠାରୁ କିଟ୍‌ ଓ କିସ୍‌ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇଦେବାକୁ ଯୋଜନା କରିଛି ଓ ଆନ୍ତର୍ଜାତିକ ଚେସ ଫେଡରେସନ ଏହାକୁ ପରିଚାଳନା କରିବ ବୋଲି ସେ କହିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଚେସ୍‌ ସଙ୍ଘର ସଭାପତି ସଞ୍ଜୟ କପୁର ଏହା ପିଲାମାନଙ୍କ ବୌଦ୍ଧିକ ବିକାଶରେ ସାହାଯ୍ୟ କରିବା ସହ ଆମକୁ ଚେସ୍‌ରେ ବିଶ୍ବସ୍ତରୀୟ ପ୍ରତିଯୋଗୀ ମିଳିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି । କ୍ରିକେଟ ଭଳି ଚେସ୍‌ର ଜାତୀୟ ଏକାଡେମୀ କରବାକୁ ସଙ୍ଘ ନିଷ୍ପତ୍ତି ନେଇଥିବା ବେଳେ ଓଡିଶାକୁ ଏ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଛନ୍ତି ।

ରାଜ୍ୟର ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ପଦ୍ମିନୀ ରାଉତ ଏହି ପ୍ରୟାସକୁ ଖୁବ ସୁନ୍ଦର କହିବା ସହ ଆଗାମୀ ଦିନରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବାରେ ସହାୟକ ହେବ ବୋଲି କହିଛନ୍ତି ।

ଭୁବନେଶ୍ବରରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.