ETV Bharat / sports

Exclusive from Birmingham: ସ୍ୱର୍ଣ୍ଣ ପଦକ ଜିତି ଖୁସି ଜାହିର କଲେ ଭାରତର ସୁନାପୁଅ

author img

By

Published : Aug 3, 2022, 5:34 PM IST

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଟେବୁଲ ଟେନିସ୍‌ ଟିମ୍‌ ଇଭେଣ୍ଟରେ ପଦକ ଜିତିଛି ଭାରତୀୟ ଦଳ । ଏହାକୁ ନେଇ ଖୁସି ଜାହିର କରିଛନ୍ତି ଗଣେଶକରନ ସାଥିଆନ । ଅଧିକ ପଢ଼ନ୍ତୁ

Exclusive from Birmingham: ସ୍ବର୍ଣ୍ଣ ପଦକ ଜିତି ଖୁସି ଜାହିର କଲେ ଭାରତର ସୁନାପୁଅ
Exclusive from Birmingham: ସ୍ବର୍ଣ୍ଣ ପଦକ ଜିତି ଖୁସି ଜାହିର କଲେ ଭାରତର ସୁନାପୁଅ

ବର୍ମିଂହାମ: ଲଗାତାର ତୃତୀୟ ଥର ପାଇଁ ପୁରଷ ବିଭାଗ ଟେବୁଲ ଟେନିସ୍‌ ଟିମ୍‌ ଇଭେଣ୍ଟରେ ପଦକ ଜିତିଛି ଭାରତୀୟ ଦଳ । ମଙ୍ଗଳବାର ଏହି ଇଭେଣ୍ଟ ପୁନର୍ବାର ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତୀୟ ଦଳ । ଏହାକୁ ନେଇ ଖୁସି ଜାହିର କରିଛନ୍ତି ଭାରତୀୟ ସଟ୍‌ଲର୍‌ ଗଣେଶକରନ ସାଥିଆନ ।

Exclusive from Birmingham: ସ୍ବର୍ଣ୍ଣ ପଦକ ଜିତି ଖୁସି ଜାହିର କଲେ ଭାରତର ସୁନାପୁଅ

ପୁରୁଷ ଯୁଗଳ ବର୍ଗ ମ୍ୟାଚ୍‌ରେ ଜି ସାଥିଆନ୍‌ ଓ ହର୍‌ମିତ୍‌ ଦେଶାଇ ସିଙ୍ଗାପୁରର ଯୋଡ଼ି କୋଏନ ପାଙ୍ଗ୍‌ ଓ ଆଇଜାକ୍‌ କ୍ବେକ୍‌ଙ୍କୁ ୩ଟି ସିଧା ସେଟ୍‌ରେ ମାତ୍‌ ଦେଇ ବିଜୟ ହାସଲ କରିଥିଲେ । ଟିମ୍‌ ଇଭେଣ୍ଟରେ ସିଙ୍ଗାପୁରକୁ ୩-୧ରେ ମାତ୍‌ ଦେଇ ଭାରତୀୟ ଟିମ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି ।

ଏହାକୁ ନେଇ ସାଥିଆନ୍‌ କହିଛନ୍ତି ଯେ, "ଏହି ଖୁସି ଜାହିର କରିବାକୁ ମୋ ପାଖରେ କୌଣସି ଶବ୍ଦ ନାହିଁ । ଟାଇଟଲ୍‌ ଡିଫେଣ୍ଡ କରିବା ଖୁସି ଅବର୍ଣ୍ଣନୀୟ । ପ୍ରଥମେ ସେମିରେ ନାଇଜେରିଆକୁ ପରାସ୍ତ କରି ସଙ୍ଗାପୁରର ଯୁବ ଖେଳାଳିଙ୍କୁ ହରାଇବା ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଏହା ସମସ୍ତଙ୍କ ପାଇଁ ଖୁସିର ମୂହୁର୍ତ୍ତ ଥିଲା । ଭାରତ ପାଇଁ ଆମେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସପ୍ତମ ସ୍ବର୍ଣ୍ଣ ପଦକ ଜିତିବା ପରେ ଅଚାନକ ଆମେ ଗର୍ବ ଅନୁଭବ କରୁଥିଲୁ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହାମୋର ଦ୍ବିତୀୟ ସ୍ବର୍ଣ୍ଣ ପଦକ । ଆଗକୁ ଏଭଳି ପ୍ରଦର୍ଶନ ଜାରି ରଖିବି ବୋଲି ମୋର ଆଶା । ଚଳିତ ବର୍ଷ ମୋର ପ୍ରଦର୍ଶନ ଭଲ ରହିଛି । ମୁଁ ସମସ୍ତ ପ୍ରକାର ଚାପରେ ଖେଳି ପାରିବି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.