ETV Bharat / sports

FIFA ନିଲମ୍ବନ ପରେ ଅନ୍ଧାରରେ ଭାରତୀୟ ମହିଳା ଫୁଟବଲ ଖେଳାଳିଙ୍କ ଭାଗ୍ୟ

author img

By

Published : Aug 19, 2022, 7:54 PM IST

Indian women footballers face uncertain future after FIFA ban
FIFA ନିଲମ୍ବନ ପରେ ଅନ୍ଧାରରେ ଭାରତୀୟ ମହିଳା ଫୁଟବଲ ଖେଳାଳିଙ୍କ ଭାଗ୍ୟ

ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ FIFA ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ପାଇଁ ଅଖିଳ ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ FIFA Suspended AIFF କରିଛି । ଫିଫା ସମ୍ବିଧାନ ଅନୁଯାୟୀ, ସଦସ୍ୟ ସଂଘ କୌଣସି ପ୍ରକାର ଆଇନଗତ କିମ୍ବା ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରହିଥିବା ଆବଶ୍ୟକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅନିଶ୍ଚିତତା ଘେରରେ ଏବେ ଭାରତୀୟ ମହିଳା ଫୁଟବଲ ଖେଳାଳିଙ୍କ ଭାଗ୍ୟ(indian women footballers) । ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ(FIFA), ସଂଘରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ପାଇଁ ଅଖିଳ ଭାରତୀୟ ଫୁଟବଲ ସଂଘକୁ(AIFF) ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାସନ୍ଦ କରିବାପରେ, ଭାରତୀୟ ଖେଳାଳି ଏବେ ଦ୍ବନ୍ଦ୍ବରେ । (Sport's World Governing Body)ଫିଫା ସମ୍ବିଧାନ ଅନୁଯାୟୀ, ସଦସ୍ୟ ସଂଘ କୌଣସି ପ୍ରକାର ଆଇନଗତ କିମ୍ବା ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରହିଥିବା ଆବଶ୍ୟକ (Free from Legal and Political Interference) । ଫଳରେ ବାସନ୍ଦାଦେଶ ଅନୁଯାୟୀ, କୌଣସି ବୟସ ବର୍ଗର ଭାରତୀୟ ଫୁଟବଲ ଟିମ କୌଣସି ପ୍ରକାର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବ ନାହିଁ । ଏପରିକି ୧୭ ବର୍ଷରୁ କମ ଫୁଟବଲ ବିଶ୍ବକପ ଯାହାର ଆୟୋଜକ ରହିଥିଲା ଭାରତ ଓ ବର୍ଷ ଶେଷ ଭାଗରେ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ରହିଥିଲା, ଏବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଆଶଙ୍କା ଦେଖାଦେଇଛି ।

ପରିଚାଳନାଗତ ସମସ୍ୟାରେ ପଡିଯାଇଛି ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେସନ(AIFF) । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାସନ୍ଦାଦେଶର ପ୍ରଭାବ ଭାରତୀୟ ଫୁଟବଲ, ମହିଳା ଓ ପୁରୁଷ, ତୃଣମୂଳ ସ୍ତରରୁ ପେଷାଦାର ଖେଳାଳିଙ୍କ ଉପରେ ପଡିଛି । ଅକ୍ଟୋବର ୧୧ରୁ ଭାରତରେ ଆରମ୍ଭ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ ବର୍ତ୍ତମାନ ଖେଳାଯିବ ନାହିଁ । ବର୍ଷ ୨୦୧୭ ପରେ ଭାରତରେ ଏହା ପ୍ରଥମ FIFA ଟୁର୍ଣ୍ଣାମେଣ୍ଟ ରହିଥିଲା (First FIFA Tournament in the Country since 2017) ।

ସବୁଠୁ ଦୁଃଖଦ କଥା ହେଉଛି, ଭାରତୀୟ ଫୁବଟଲ ସଂଘକୁ ସେତେବେଳେ ଦଣ୍ଡିତ କରାଯାଇଥିଲା, ଯେତେବେଳେ ବିଶ୍ବର ସର୍ବାଧିକ ଲୋକପ୍ରିୟ ଖେଳରେ ନିଜର ଅସ୍ତିତ୍ବ ଖୋଜୁଥିବା ଭାରତର ଏକ ମହିଳା ଟିମ ବିମାନଯାତ୍ରା କରିସାରିଥିଲା । ଉଜବେକିସ୍ତାନରେ ହୋଇଥିବା ଏସିଆନ ଫୁଟବଲ ଫେଡେରେସନ ମହିଳା କ୍ଳବ ଚମ୍ପିଆନସିପ୍‌ରେ ପ୍ରଥମ ଟାଇଟେଲ ଜିତିବାର ସ୍ବପ୍ନ ନେଇ ଇଣ୍ଡିଆନ ଲିଗ୍‌ ବିଜେତା ଗୋକୁଲାମ କେରଳ ଏଫସି ଯାତ୍ରା କରିଥିଲା । ତେବେ ଏହି ଟିମ ସହ ଯାହା ଘଟିଥିଲା ଆପଣ ଜାଣିଲେ ତାଜୁବ ହୋଇଯିବେ ।

ବିମାନଟି ତାସକେଣ୍ଟରେ ପହଞ୍ଚିବା ପରେ ଭାରତୀୟ ଫୁଟବଲ ସଂଘକୁ FIFA ବାସନ୍ଦ କରିଥିବା ଖେଳାଳିମାନେ ଜାଣିବାକୁ ପାଇଥିଲେ । ଏହାଶୁଣି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କାରଣ ସେଠାରେ ତାଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କୁହାଯାଇଥିଲା । କ୍ଳବର କ୍ୟାପଟେନ ତଥା ଭାରତୀୟ ମହିଳା ଜାତୀୟ ଟିମ କ୍ୟାପଟେନ୍‌ ଆଶାଲତା ଦେବୀ(Captain Ashalati Devi) କହିଛନ୍ତି, "ଗତ ଦୁଇମାସ ଧରି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାଇଁ ଆମେ ଦିନରାତି ଏକ କରିଦେଇଛୁ, ସମସ୍ତ ଖେଳାଳି AFC ଟ୍ରଫି(AFC Trophy) ଜିତିବାକୁ ପ୍ରସ୍ତୁତି କରିଥିଲେ । ଏହି ଟ୍ରଫି ଉଠାଇବା ସ୍ବପ୍ନ ଆମର ଅଧାରେ ରହିଥିଲା, ସମସ୍ତେ ଏହି ଖବର ଶୁଣି ମର୍ମାହତ ।"

ଗୋକୁଲାମ ପକ୍ଷରୁ ମଧ୍ୟ ଏକ ବିଜ୍ଞପ୍ତ ଜାରି କରାଯାଇ ସ୍ପଷ୍ଟିକରଣ ରଖାଯାଇଥିଲା । "ଆମର କିଛି ଦୋଷ ନଥିଲା, ମାତ୍ର ଆମକୁ ଖେଳିବାପାଇଁ ବାରଣ କରାଗଲା, ଆମର ମହିଳା ଟିମ ଆମ ପାଇଁ ଗର୍ବ ଓ ସମ୍ମାନ, ଏହି ଖେଳାଳି ଦିନେ ପ୍ରମାଣିତ କରିବେ ଯେ ଭାରତ ଶ୍ରେଷ୍ଠ, ବୋଲି କ୍ଳବ ପକ୍ଷରୁ କୁହାଯାଇଥିଲା ।"

ଅନ୍ୟପଟେ ୧୭ ବର୍ଷରୁ କମ ବିଶ୍ବକପ ସ୍କ୍ବାଡ୍‌ ରେସ୍‌ରେ ଥିବା(short-listed for the U17 World Cup squad) ଲାବନ୍ୟ ବର୍ମା AIFFକୁ ସମାଲୋଚନା କରିଥିଲେ । ୧୭ ବର୍ଷୀୟା ଖେଳାଳି କହିଛନ୍ତି, "ବାସନ୍ଦର ମୁଖ୍ୟ କାରଣ ହେଉଛି ଦୁର୍ବଳ ପରିଚାଳନା(Poor Governance), କିନ୍ତୁ ଆମେ ନିରୀହ ଖେଳାଳି ଭୋଗୁଛୁ । ଏହା ଦୁଃଖର କଥା ଯେ, ଖେଳାଳିମାନେ ଏତେ ପରିଶ୍ରମ କରୁଛନ୍ତି ଓ ଶେଷରେ ତାଙ୍କୁ ଏହା ତାଙ୍କୁ ମିଳୁଛି, ମୁଁ ଆଶା କରୁଛି ବିଶ୍ବକପ ଭାରତରେ ଆୟୋଜନ ହେବ, ମାତ୍ର ଯଦି ନହୁଏ, ତେବେ ଏହା ସମସ୍ତଙ୍କ ପାଇଁ ବଡ ଝଟକା ହେବ ।"

ଅନେକ କିଛି କରିବାକୁ ହେବ

ଭାରତୀୟ ମହିଳା ଫୁଟବଲ ଖେଳାଳି ଦେଶକୁ ଏହି ଖେଳରେ ପ୍ରତିଷ୍ଠିତ କରିବାକୁ ସବୁ ପ୍ରୟାସ କରୁଛନ୍ତି ମାତ୍ର କ୍ରିକେଟ ପ୍ରେମରେ ଉବୁଟୁବୁ ଦେଶରେ ମିଳେନି ସେହିମାତ୍ରାରେ ପ୍ରସିଦ୍ଧି (Muted Recognition) । ଜାତୀୟ ଟିମ ମହିଳା ବିଶ୍ବ ରାକିଂରେ ୫୮ତମ ସ୍ଥାନରେ ଆସେ ଓ ପୁରୁଷ ଟିମ ୧୦୪ତମ ସ୍ଥାନରେ ଆସେ ଓ ଗୋକୁଲାମ ଗତବର୍ଷ ପ୍ରଥମ ଭାରତୀୟ ମହିଳା ଟିମ ଭାବେ AFC କ୍ଳବ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଥିଲା ।

ନ୍ୟାସନାଲ ରେଫ୍ରୀ ରଚନା କମାନୀ କହିଛନ୍ତି, "ଫିଫା ନିଲମ୍ବନ(FIFA suspension) ଦେଶର ଖେଳର ଉଜ୍ଜଳ ଭବିଷ୍ୟତକୁ ବିପଦରେ ପକାଇବ ଓ ପ୍ରତିଭାବାନ ଖେଳାଳିଙ୍କ ପାଇଁ କମ ଆକର୍ଷକ ବନାଇଦେବ । ଗତ କିଛି ବର୍ଷ ମଧ୍ୟରେ ମହିଳା ଫୁଟବଲର ଉତ୍‌ଥାନ ହେଉଥିଲା, ମାତ୍ର ଏହା ସେତେବେଳେ ସଫଳ ହୋଇପାରିବ ଯେତେବେଳେ ଶୀର୍ଷ ଫୁବଟଲ ନିରନ୍ତର ଖେଳ ସମ୍ଭବ ହୋଇପାରିବ । ଏହି ବାସନ୍ଦ ସହିତ ମହିଳା ଖେଳାଳିଙ୍କ ଭିତରେ ସମାନ ଜୋସ୍‌ ଓ ଇଚ୍ଛାଶକ୍ତି କମ କରିପାରେ କାରଣ ଏହି ଖେଳରେ ସେମାନେ ଭବିଷ୍ୟତ ଦେଖୁନାହାନ୍ତି ।"

ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ତାଙ୍କର କାର୍ଯ୍ୟକାଳ ଶେଷପରେ ମଧ୍ୟ ନୂଆ ନିର୍ବାଚନ ପରିବର୍ତ୍ତେ ଅଫିସରେ ରହିବାଯୋଗୁଁ AIFFରେ ସମସ୍ୟା ଦେଖାଦେଇଛି । ସୁପ୍ରିମକୋର୍ଟ ତାଙ୍କର ଅଧ୍ୟକ୍ଷପଦକୁ ଅବୈଧ କରିବା ସହ ସଂଘର ନୂଆ ନିର୍ବାଚନ ଅଗଷ୍ଟ ୨୮ରେ କରିବା ପାଇଁ ପ୍ରଶାସକ ନିଯୁକ୍ତ କରିଛନ୍ତି । AIFF ସଂଘର ପରିଚାଳନା ଉପରେ ସପୂର୍ଣ୍ଣ କ୍ଷମତା ପରେ ହିଁ କେବଳ FIFA ବାସନ୍ଦାଦେଶ ହଟିପାରିବ ।

ଆବଶ୍ୟକୀୟ ଭିତ୍ତିଭୂମୀ ପାଇଁ ଭାରତରେ ମହିଳା ଫୁଟବଲ ସଂଘର୍ଷ କରୁଛି । ଏପରି ସ୍ଥିତିରେ ନିଲମ୍ବନ ଆର୍ଥିକ ଚାପକୁ ଆହୁରି ବୃଦ୍ଧି କରିବ । ଏହା କହିଛନ୍ତି ଅହମ୍ମଦାବାଦର ସାର୍ଟସୁଟର ଏଫସି ଷ୍ଟାର ଜେମସେଦ ଚେନୟ । ସେ ଆହୁରି ମଧ୍ୟ କହିଛନ୍ତି, "ମହିଳା ମ୍ୟାଚ୍‌ ପାଇଁ ପ୍ରାୟୋଜକ ସହଯୋଗର ସ୍ତରକୁ ମଧ୍ୟ ବଡ ଝଟ୍‌କା ଲାଗିବ । ଏପରିକି ଖେଳାଳି ମଧ୍ୟ ସୁବିଧାର ଅଭାବଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଭାରତରେ ମହିଳା ଫୁଟବଲର ଉନ୍ନତିପାଇଁ ଅନେକ କିଛି କରିବାକୁ ହେବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.