ETV Bharat / sports

ବିଶ୍ୱକପ୍‌ରେ ଫେଲ ମାରିଲା ଟିମ୍, ଇସ୍ତଫା ଦେଲେ ଭାରତୀୟ ହକି କୋଚ ଗ୍ରାହମ ରିଡ୍

author img

By

Published : Jan 30, 2023, 5:24 PM IST

Updated : Jan 31, 2023, 2:07 PM IST

indian mens hockey team coach resigns
ଇସ୍ତଫା ଦେଲେ ଭାରତୀୟ ହକି କୋଚ ଗ୍ରାହମ ରିଡ୍

FIH ପୁରୁଷ ହକି ବିଶ୍ବକପରେ ଭାରତୀୟ ଦଳ ପଦକ ଦୌଡରୁ ବାଦ ପଡିଥିଲା । ଗତକାଲି ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ବିଶ୍ବକପ ସରୁ ସୁର ଭାରତୀୟ ହକି ଦଳ କୋଚ ଗ୍ରାହମ ରିଡ୍ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହକି ବିଶ୍ବକପରେ ଭାରତୀୟ ପୁରୁଷ ଦଳର ନିରାଶଜନକ ପ୍ରଦର୍ଶନ ପରେ ଇସ୍ତଫା ଦେଇଛନ୍ତି ମୁଖ୍ୟ କୋଚ । ବିଶ୍ବକପ ସରୁ ସରୁ ପୁରୁଷ ହକି ଦଳର ମୁଖ୍ୟ କୋଚ ଗ୍ରାହମ ରିଡ ଇସ୍ତଫା ଦେଇଛନ୍ତି । ଏହା ସହିତ ଦୁଇ ସହଯୋଗୀ ଷ୍ଟାଫ ମଧ୍ୟ ଇସ୍ତଫା ଦେଇଛନ୍ତି । 2019 ମସିହା ଏପ୍ରିଲରେ ଭାରତୀୟ ଦଳର କୋଚ ଭାବେ ଗୁରୁ ଦାୟିତ୍ବ ଗ୍ରହଣ କରିଥିଲେ ଗ୍ରାହମ ରିଡ । ତାଙ୍କ ତତ୍ତ୍ବାବାଧାନରେ ଦଳ 2021ରେ ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା ।

ଗ୍ରାହମ ରିଡଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ସହକର୍ମୀ ମଧ୍ୟ ଇସ୍ତଫା ଦେଇଛନ୍ତି । ହକି ଇଣ୍ଡିଆ ଦ୍ବାରା ଜାରି ବିବୃତ୍ତି ଅନୁସାରେ ରିଡ ହକି ଇଣ୍ଡିଆ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ଦଳର ପ୍ରଦର୍ଶନ ନେଇ ଆଲୋଚନା କରିବାକୁ ରିଡ ଏବଂ ଅନ୍ୟ ସହଯୋଗୀଙ୍କୁ ଭେଟିଥିଲେ । ରିଡଙ୍କ ସହ କ୍ଲାର୍କ ଏବଂ ଡେବିଡ ମଧ୍ୟ ଇସ୍ତଫା ଦେଇଛନ୍ତି । 3ଜଣ ଆସନ୍ତାମାସ ଯାଏ ନୋଟିସ ପିରିଏଡ ଯାଏଁ ରହିବେ ।

ଗ୍ରାହମ ରିଡ କହିଛନ୍ତି, "ସମୟ ଆସିଛି ନୂଆ କୋଚଙ୍କୁ ଦାୟିତ୍ବ ପ୍ରଦାନ କରିବାର । ଏହି ଦଳ ଏବଂ ହକି ଇଣ୍ଡିଆ ସହିତ କାମ କରି ବହୁତ ଆନନ୍ଦ ମିଳିଛି । ଏ ସୁନ୍ଦର ଯାତ୍ରାର ସବୁ ମୂହୁର୍ତ୍ତକୁ ଉପଭୋଗ କରିଛି । ହକି ଇଣ୍ଡିଆ ଓ ଭାରତୀୟ ଦଳ ସହ କାମ କରିବା ମୋ ପାଇଁ ଗର୍ବର ବିଷୟ । ଭାରତୀୟ ଦଳର ଆଗାମୀ ସଫଳତା ପାଇଁ ଶୁଭେଚ୍ଛା ।''

ଏହା ବି ପଢନ୍ତୁ...Total Goals Scored in Hockey World Cup: କେଉଁ ଦେଶ କେତେ ଗୋଲ ଦେଇଛନ୍ତି ?

58ବର୍ଷୀୟ ଅଷ୍ଟ୍ରେଲିଆନ ଗ୍ରାହମ ରିଡ ତାଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ପ୍ରଦାନ କରିଛନ୍ତି । ବିଶ୍ବକପ ସରିବାର ଗୋଟିଏ ଦିନ ପରେ ଗ୍ରାହମ ରିଡ ଇସ୍ତଫା ଦେଇଛନ୍ତି । ଗ୍ରାହମ ରିଡ ତାଙ୍କ ସମୟରେ ଅଷ୍ଟ୍ରେଲିଆ ଦଳ ପାଇଁ ହକି ଖେଳି ଅସାଧାରଣ ସଫଳତା ହାସଲ କରିଥିଲେ । ସେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଡିରେଣ୍ଡିଂ ତଥା ମିଡଫିଲ୍ଡର ବିବେଚିତ ହୋଇଛନ୍ତି । ସେ ଅଷ୍ଟ୍ରେଲିଆ ପାଇଁ 130ଟି ମ୍ୟାଚ ଖେଳି 36ଟି ଗୋଲ ସ୍କୋର କରିଛନ୍ତି । କୋଚ ହିସାବରେ ସେ ନିଜ ଦଳ ସହ ନେଦରଲାଣ୍ଡସ ଓ ଭାରତ ପାଇଁ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି । 1992 ବାର୍ସିଲୋନା ଅଲିମ୍ପିକ୍ସରେ ରୌପ୍ୟ, 1990 ଲାହୋର ବିଶ୍ବକପରେ କାଂସ୍ୟ ପଦକ ହାସଲ କରିଥିଲେ । ସେହିପରି ଚାମ୍ପିଅନ୍ସ ଟ୍ରଫିରେ ସେ 4ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଦୁଇଟି କାଂସ୍ୟ ପଦକ ଜିତିଛନ୍ତି ।

ଭୁବନେଶ୍ବରରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଡିଫେଡିଂ ଚମ୍ପିଅନ ବେଲଜିୟମକୁ ହରାଇ 17 ବର୍ଷ ପରେ ଚମ୍ପିଅନ ହୋଇଛି ଜର୍ମାନୀ । ଚଳିତ ବିଶ୍ବକପରେ ଭାରତ କ୍ବାର୍ଟର ଫାଇନାଲ ପାଇଁ ମଧ୍ୟ ସ୍ଥାନ ପକ୍କା କରି ପାରିନଥିଲା । କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା ଦଳ । ଏହା ପରେ ଜାପାନ ଓ ଦକ୍ଷିଣ ଆଫ୍ରିକାଠୁ ଦୁଇଟି କ୍ଲାସିଫିକେସନ ମ୍ୟାଚରେ ବିଜୟ ହାସଲ କରିଥିଲା । ଏଫଆଇଏଚ ବିଶ୍ବ ତାଲିକାରେ ଭାରତ ନବମ ସ୍ଥାନରେ ରହିଛି ।

Last Updated :Jan 31, 2023, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.