ICC Womens ODI Team Of 2022: ଏହି ଭାରତୀୟ ଖେଳାଳିଙ୍କ ହାତରେ କମାଣ

ICC Womens ODI Team Of 2022: ଏହି ଭାରତୀୟ ଖେଳାଳିଙ୍କ ହାତରେ କମାଣ
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ମଙ୍ଗଳବାର ଟିମ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌରଙ୍କୁ ବର୍ଷ ୨୦୨୨ ପାଇଁ ICC ଦିନିକିଆ ଟିମର ଅଧିନାୟିକା କରିଛି । ଅଧିକ ପଢନ୍ତୁ
ହାଇଦ୍ରାବାଦ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ମଙ୍ଗଳବାର ଟିମ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌରଙ୍କୁ ବର୍ଷ ୨୦୨୨ ପାଇଁ ICC ଦିନିକିଆ ଟିମ୍ର ଅଧିନାୟିକା କରିଛି । ଯେଉଁଥିରେ ତାଙ୍କର ସାଥୀ ଖେଳାଳି ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା ଏବଂ ଫାଷ୍ଟ ବୋଲର ରେଣୁକା ସିଂହ ସାମିଲ ରହିଛନ୍ତି । ବର୍ଷ ୨୦୨୨ର ICC ମହିଳା ଦିନିକିଆ ବିଶ୍ବକପ ଦଳର ଏଲିସା ହୋଲି(ଅଷ୍ଟ୍ରେଲିଆ), ଲୌରା ବୋଲାର୍ଟ(ଦକ୍ଷିଣ ଆଫ୍ରିକା), ନଟ ସାଇବର(ଇଂଲଣ୍ଡ), ବେଥ ମୁନୀ( ଅଷ୍ଟ୍ରେଲିଆ), ଅମେଲିଆ କେର(ନ୍ୟୁଜିଲାଣ୍ଡ), ସୋଫି ଏକ୍ଲେସ୍ଟୋନ (ଇଂଲଣ୍ଡ), ଅୟାବୋଙ୍ଗା ଖାକା(ଦକ୍ଷିଣ ଆଫ୍ରିକା) ଏବଂ ସବନମ ଇସ୍ମାଇଲ(ଦକ୍ଷିଣ ଆଫ୍ରିକା) ଏଥିରେ ସାମିଲ ରହିଛନ୍ତି ।
ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ପ୍ରଦର୍ଶନ ବର୍ଷ ୨୦୨୨ରେ ଜବରଦସ୍ତ ରହିଥିଲା । ସେ ଗତ ବର୍ଷ କ୍ରିକେଟ କ୍ୟାଲେଣ୍ଡରରେ ଗୋଟିଏ ଶତକ ସହିତ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମୃତି ମାନ୍ଧନା ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୨୩ ରନର ଦମଦାର ଶତକୀୟ ଇନିଂସ ଖେଳିଥିଲେ । ସେହିପରି ସେପ୍ଟେମ୍ବରରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ମାନ୍ଧନା ୯୧ ରନ ଇନିଂସ ଖେଳିଥିଲେ । ସେହିପରି ଅଧିନାୟିକା ହରମନପ୍ରୀତ କୌର ୨୦୨୨ ବର୍ଷ କ୍ରିକେଟ କ୍ୟାଲେଣ୍ଡରରେ ଦୁଇଟି ଶତକ ସହିତ ୫ଟି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଫାଷ୍ଟ ବୋଲର ରେଣୁକା ସିଂହ ୨୦୨୨ ବର୍ଷ କ୍ରିକେଟ କ୍ୟାଲେଣ୍ଡରରେ ୧୮ଟି ୱିକେଟ ନେଇଥିଲେ ।
