ETV Bharat / sports

Hockey World Cup 2023: ସରିଲା ବିଶ୍ୱକପ, ଓଡିଶାକୁ ଧନ୍ୟବାଦ ଜଣାଇଲା FIH

author img

By

Published : Jan 31, 2023, 5:10 PM IST

ଓଡିଶାକୁ ଧନ୍ୟବାଦ ଜଣାଇଲା ଅନ୍ତର୍ଜାତୀୟ ହକି ମହାସଂଘ
ଓଡିଶାକୁ ଧନ୍ୟବାଦ ଜଣାଇଲା ଅନ୍ତର୍ଜାତୀୟ ହକି ମହାସଂଘ

ଶେଷ ହୋଇଛି ହକି ବିଶ୍ବକପ ୨୦୨୩ । ଓଡିଶାକୁ ଧନ୍ୟବାଦ ଜଣାଇଲା ଅନ୍ତର୍ଜାତୀୟ ହକି ମହାସଂଘ । ଅଧିକ ପଢନ୍ତୁ

ଭୁବନେଶ୍ବର : ଓଡିଶାକୁ ଧନ୍ୟବାଦ ଜଣାଇଲା ଅନ୍ତର୍ଜାତୀୟ ହକି ମହାସଂଘ । ଶେଷ ହୋଇଛି ହକି ବିଶ୍ବକପ ୨୦୨୩ । ବିଶ୍ବ ବିଜେତା ହୋଇଛି ଜର୍ମାନୀ । ୨୦୨୩ ହକି ବିଶ୍ବକପର ପ୍ରାୟୋଜକ ରହିଥିଲା ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବକପ ସମସ୍ତ ମ୍ୟାଚ ଖେଳାଯାଇଥିଲା । ମୋଟ୍‌ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ପୁଲ୍‌ରେ ୪ଟି ଲେଖାଏଁ ଟିମ ରହିଥିଲେ । ବିଶ୍ବକପ ରେସରେ ୧୬ ଟି ଦଳକୁ ପଛରେ ପକାଇ ଟାଇଟଲ ବାଜି ମାରିବାରେ ସଫଳ ହୋଇଛି ଜର୍ମାନୀ ।

ହକି ବିଶ୍ବକପ ୨୦୨୩ର ଟାଇଟଲ ହାତେଇଛି ଜର୍ମାନୀ । ଫାଇନାଲ ମ୍ୟାଚରେ ବେଲଜିୟମକୁ ପରାସ୍ତ କରି ବିଶ୍ବ ବିଜେତା ବନିଛି ଜର୍ମାନୀ । ଦୁଇ ସପ୍ତାହରୁ ଅଧିକ ଦିନ ଧରି ରାଜ୍ୟରେ ଚାଲିଥିବା FIH ପୁରଷ ହକି ବିଶ୍ବକପ ରବିବାର ଶେଷ ହୋଇଛି । ଜର୍ମାନୀ ହକି ବିଶ୍ବକପ ୨୦୨୩ରେ ବିଶ୍ବ ବିଜୟୀ ଆଖ୍ୟା ଅର୍ଜନ କରି ଏହି ମହାକୁମ୍ଭରେ ପୂର୍ଣ୍ଣଛେଦ ପକାଇଛି । ହକି ବିଶ୍ବକପ ୨୦୨୩ର ପ୍ରାୟୋଜକ ରହିଥିଲା ଓଡିଶା । ଏନେଇ ଓଡିଶାକୁ ଧନ୍ୟବାଦ ଜଣାଇଛି ଅନ୍ତର୍ଜାତୀୟ ହକି ମହାସଂଘ । ଅନ୍ତର୍ଜାତୀୟ ହକି ମହାସଂଘ ଟ୍ବିଟର ହ୍ୟାଣ୍ଡଲରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଏକ ଫଟୋ ଜରିଆରେ ଓଡିଶାକୁ ଧନ୍ୟବାଦ ଜଣାଇଛି । ଓଡିଶା ସରକାରଙ୍କର ହକି ବିଶ୍ବକପର ସଫଳ ଆୟୋଜନକୁ ଧନ୍ୟବାଦ ଦେଇଛି FIH । FIH ଧନ୍ୟବାଦ ଦେଇ ଲେଖିଛି "ଧନ୍ୟବାଦ ରାଉରକେଲା । ଧନ୍ୟବାଦ ଭୁବନେଶ୍ବର । ଧନ୍ୟବାଦ ଓଡିଶା ।" ପୁରୁଷ ବିଶ୍ବକପ ହକିର ଏହି ସଂସ୍କରଣକୁ ମିଶାଇ ଭାରତ ବିଶ୍ବର ପ୍ରଥମ ଦେଶ ହୋଇଛି, ଯିଏକି ସର୍ବାଧିକ ୪ ଥର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମଧ୍ୟ ଓଡିଶା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ରେକର୍ଡ କରିଛି । ପୂର୍ବରୁ ଓଡିଶା ୨୦୧୮ ହକି ବିଶ୍ବକପର ପ୍ରାୟୋଜକ ରହିଥିଲା ।

ଓଡିଶାର ଭୁବନେଶ୍ବର ଏବଂ ରାଉରକେଲା ହକି ବିଶ୍ବକପ ମ୍ୟାଚ ନେଇ ଭେନ୍ୟୁ ରହିଥିଲା । ଏହି ମହାକୁମ୍ଭରେ ଖେଳାଯାଇଥିବା ୪୪ ଟି ମ୍ୟାଚ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟଡିୟମ ଏବଂ ରାଉକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିଲା । ହକି ବିଶ୍ବକପ ୨୦୧୩ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୨୯ ତାରିଖରେ ଶେଷ ହୋଇଥିଲା । ଚଳିତ ବିଶ୍ବକପ ସଂସ୍କରଣରେ ମୋଟ ୧୬ ଟି ଦଳ ଭାଗ ନେଇଥିଲେ । ମୋଟ୍‌ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ପୁଲ୍‌ରେ ୪ଟି ଲେଖାଏଁ ଟିମ ରହିଥିଲେ । ତେବେ ବିଶ୍ବକପରେ ଭାଗ ନେଇ ୧୬ ଟି ଟିମକୁ ପଛରେ ପକାଇ ଟାଇଟଲ ହାତେଇବାରେ ସଫଳ ରହିଥିଲା ଜର୍ମାନୀ । ଏହା ଜର୍ମାନୀର ତୃତୀୟ ବିଶ୍ବକପ ବିଜୟ । ହକି ବିଶ୍ବକପ ୨୦୨୩ର ବେଲଜିୟମ ରନର୍ସ ଅପ ହୋଇଥିବା ବେଳେ ନେଦରଲାଣ୍ଡ ତୃତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.