ETV Bharat / sports

FIH Pro League: ଅଷ୍ଟ୍ରେଲିଆକୁ ହରାଇଲା ବିଶ୍ବ ବିଜୟୀ ଜର୍ମାନୀ

author img

By

Published : Mar 12, 2023, 8:43 AM IST

FIH Pro League
ଅଷ୍ଟ୍ରେଲିଆକୁ ହରାଇଲା ବିଶ୍ବ ବିଜୟୀ ଜର୍ମାନୀ

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗର ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆକୁ 0-1 ଗୋଲରେ ପରାସ୍ତ କରି ବିଜୟ ଟ୍ରାକକୁ ଫେରିଛି ବିଶ୍ବ ବିଜେତା ଜର୍ମାନୀ । ଅଧିକ ପଢନ୍ତୁ

ରାଉରକେଲା: ଏଫଆଇଏଚ ହକି ପ୍ରୋ ଲିଗରେ ବିଶ୍ବ ଚମ୍ପିଆନ ଜର୍ମାନୀ ଟ୍ରାକକୁ ଫେରିଛି । ପ୍ରଥମ ମୁକାବିଲାରେ ପରାସ୍ତ ହେବା ପରେ ଦ୍ବିତୀୟ ମ୍ୟାଚରେ ବିଜୟ ଖାତା ଖୋଲିଛି ଦଳ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ 0-1 ଗୋଲରେ ବିଜୟ ହାସଲ କରିଛି ଜର୍ମାନୀ । ଜର୍ମାନୀ ଗୋଲକିପର ଜିନ ପଲ ଡାନବର୍ଗ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ମ୍ୟାଚ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲା । ପ୍ରଥମ କ୍ବାର୍ଟର ଆରମ୍ଭରୁ ଜର୍ମାନୀ ପ୍ରଭାବ ବିସ୍ତାର କରିଥିଲା । ସପ୍ତମ ମିନିଟରେ ଦଳକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ମାଲତେ ହିଲୱିଗ ଗୋଲରେ ପରିଣତ କରିଥିଲେ । ଦଳ 0-1ରେ ଆଗୁଆ ରହିଥିଲା । ଅଷ୍ଟ୍ରେଲିଆ ଗୋଲ ପରିଶୋଧ କରିବାକୁ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇନଥିଲା । କିଛି ସେକେଣ୍ଡ ପରେ ଜର୍ମାନୀକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା ହେଲେ ଦଳ ଗୋଲ କରିବାରେ ବିଫଳ ହୋଇଥିଲା । ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ପ୍ରଥମ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା । କିନ୍ତୁ ଜର୍ମାନୀ ଖେଳାଳି ଏହାର ଫାଇଦା ଉଠାଇବାକୁ ଦେଇ ନଥିଲେ ।

27 ମିନିଟରେ ଜର୍ମାନୀର ଦୁଇ ଖେଳାଳି ପଲ ଓ ଫିଲିପ ଗ୍ରୀନ କାର୍ଡ ପାଇ ପଡିଆରୁ 2 ମିନିଟ ଆଉଟ ହୋଇଥିଲେ । ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା ଅଷ୍ଟ୍ରେଲିଆ । ଏହି ଭାଗରେ ଦୁଇ ଦଳ ପକ୍ଷରୁ କୌଣସି ଗୋଲ ହୋଇନଥିଲା । ପରବର୍ତ୍ତୀ ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ଆକ୍ରାମଣ ପ୍ରଦର୍ଶନ କରି 4ଟି ପେନାଲ୍ଟି କର୍ଣ୍ଣର ସୃଷ୍ଟି କରିଥିଲା ମାତ୍ର ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । କଙ୍ଗାରୁ ଦଳର ସମସ୍ତ ପ୍ରୟାସକୁ ବିଫଳ କରିଥିଲା ବିଶ୍ବ ବିଜୟୀ ଜର୍ମାନୀ ।

ଏହା ବି ପଢନ୍ତୁ...FIH Pro League: ପ୍ରଥମ ମ୍ୟାଚରେ ୩-୨ରେ ଜର୍ମାନୀକୁ ପରାସ୍ତ କଲା ଭାରତ

ପ୍ରଥମ ମୁକାବିଲାରେ ପରାସ୍ତ ହେବା ପରେ ବିଜୟପଥକୁ ଫେରିଛି ମାର୍ଟ୍ସ ଗ୍ରାମ୍ବୁଶ୍ଚଙ୍କ ନେତୃତ୍ବାଧୀନ ଜର୍ମାନୀ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମୁକାବିଲେ 1-0ରେ ବିଜୟ ହାସଲ କରିଛି ଦଳ । ଏହ ବିଜୟ ସହ 11 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିିଛି । ପରବର୍ତ୍ତୀ ମୁକାବିଲାରେ ଆସନ୍ତାକାଲି (ସୋମବାର) ଭାରତକୁ ଭେଟିବ ଦଳ ।

ଏହା ବି ପଢନ୍ତୁ...WPL: ଶେଫାଳିଙ୍କ ଦ୍ରୁତତମ ଅର୍ଦ୍ଧଶତକ, ୧୦ୱିକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ପ୍ରକାଶଥାଉ କି, ଏଫଆଇଏଚ ପ୍ରୋ ଲିଗ ପ୍ରଥମ ମ୍ୟାଚରେ ଘରୋଇ ଭାରତଠୁ ପରାସ୍ତ ହୋଇଥିଲା ଜର୍ମାନୀ । 3-2 ଗୋଲରେ ବିଶ୍ବ ବିଜେତା ଜର୍ମାନୀକୁ ପରାସ୍ତ କରିଥିଲା ହର୍ମନପ୍ରୀତ ସିଂଙ୍କ ନେତୃତ୍ବାଧୀନ ଭାରତୀୟ ହକି ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.