ETV Bharat / state

FIH Pro League: ପ୍ରଥମ ମ୍ୟାଚରେ ୩-୨ରେ ଜର୍ମାନୀକୁ ପରାସ୍ତ କଲା ଭାରତ

author img

By

Published : Mar 10, 2023, 11:06 PM IST

ଏଫଆଇଏଚ ହକି ପ୍ରୋଲିଗ ମ୍ୟାଚରେ ଭାରତର ଦମଦାର ବିଜୟ । ୩-୨ରେ ବିଶ୍ୱ ବିଜୟୀ ଜର୍ମାନୀକୁ ପରାସ୍ତ କଲା ଭାରତୀୟ ହକି ଦଳ । ଅଧିକ ପଢ଼ନ୍ତୁ

India beat world champions
India beat world champions

FIH Pro League India beat world champions

ରାଉରକେଲା: ବିଶ୍ୱ ବିଜୟୀ ଜର୍ମାନୀକୁ ପରାସ୍ତ କଲା ଭାରତୀୟ ହକି ଦଳ । ହକି ପ୍ରୋ ଲିଗର ପ୍ରଥମ ମ୍ଯାଚରେ ଜର୍ମାନୀକୁ ପରାସ୍ତ କରି ଯାତ୍ରା ଆରମ୍ଭ କରିଛି ଭାରତ । ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫଆଇଏଚ ହକି ପ୍ରୋ ଲିଗର ପ୍ରଥମ ମ୍ୟାଚ ଭାରତ ଏବଂ ଜର୍ମାନୀ ମଧ୍ୟରେ ଖେଳାଯାଇଥିଲା । ନିଜର ଚମତ୍କାର ପ୍ରଦର୍ଶନ ଫଳରେ ଭାରତ ୩-୨ରେ ଜର୍ମାନୀକୁ ପରାସ୍ତ କରିଛି । ସୁଖଜିତଙ୍କ ଦୁଇଟି ଗୋଲ କରି ଭାରତୀୟ ଟିମକୁ ଜିତାଇବାରେ ସଫଳ ହୋଇଛନ୍ତି ।

ରାଉରକେଲାରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପୁଣି ବିଜୟ ଯାତ୍ରା ଆରମ୍ଭ କରିଛି । ମ୍ୟାଚରେ ପ୍ରଥମାର୍ଦ୍ଧରେ ଭାରତ ୦-୦ ଗୋଲରେ ବରାବରୀରେ ଥିଲା । ଠିକ ଦ୍ୱିତୀୟ କ୍ଵାଟରରେ ପେନଲ୍ଟି କର୍ଣ୍ଣର ତିଆରି କରିଥିଲେ ଭାରତୀୟ ହକି ଦଳ । ହରମନପ୍ରୀତ କୌର ପେନଲ୍ଟିକୁ ଗୋଲରେ ପରିଣତ କରି ଟିମକୁ ୧-୦ରୁ ଆଗୁଆ କରିଥିଲେ । ଦ୍ୱିତୀୟ କ୍ୱାଟର୍ସରେ ଭାରତୀୟ ଦଳ ଆଗୁଆ ଥିଲା । ପୁଣି ତୃତୀୟ କ୍ୱାଟର୍ସରେ ସୁଖଜିତ ସିଂ ଆଉ ଦୁଇଟି ଗୋଲ ଦେଇଥିଲେ । ଅନ୍ୟ ପକ୍ଷରେ ଜର୍ମାନୀ ମଧ୍ୟ ଗେମକୁ ଫେରିବାକୁ ଚେଷ୍ଟା କରିଥିଲା ଏବଂ ତୃତୀୟ କ୍ୱାଟର୍ସରେ ପଲ ଫିଲିପ ଗୋଟିଏ ଗୋଲ ଦେଇଥିଲେ । ଚତୁର୍ଥ କ୍ୱାଟର୍ସରେ ପୁଣି ଲଗାତାର ଆଉ ଗୋଟିଏ ଗୋଲ କରିଥିଲା ଜର୍ମାନୀ ଦଳ। ତେବେ ମ୍ୟାଚଟି ସମ୍ପୂର୍ଣ୍ଣ ଟକ୍କରର ହୋଇଥିଲା ।

ହରମନ ପ୍ରୀତ ଏବଂ ସୁଖଜିତ ନିଜର ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଭାରତୀୟ ଦଳକୁ ବିଶ୍ୱ ବିଜୟୀ ଜର୍ମାନୀ ଠାରୁ ନିଜର ପ୍ରଥମ ମ୍ୟାଚରେ ଧୂଆଁଧାର ଭାବରେ ପରାସ୍ତ କରିଛି । ଭାରତ ହକି ଦଳ ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରିଛି । ମ୍ୟାଚ ଆରମ୍ଭରୁ ଭାରତର ବିଜୟ ଦଳ ପାଇଁ ଏକ ନୂଆ ଆଶା ଆଣିଦେଇଛି । ଏନେଇ ଦଳ ଅଧିନାୟକ ହରମନପ୍ରୀତ କହିଛନ୍ତି, ଆମେ ମ୍ୟାଚ ଜିତିଲେ ମଧ୍ୟ ଆମର କିଛି ଭୁଲ ରହିଥିଲା । ଡିଫେନ୍ସ ଏବଂ ଫୋରୱାର୍ଡ ଆହୁରି ଭଲ ପ୍ରଦର୍ଶନ କରି ହୋଇଥାନ୍ତା । ଆଗାମୀ ଦିନରେ ମଧ୍ୟ ଏହି ବିଜୟ ଯାତ୍ରାକୁ ଜାରି ରଖିବାକୁ ଦଳ ଚେଷ୍ଟା କରିବ । ଏହି ପ୍ରୋ ଲିଗର ପ୍ରଥମ ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ଏବଂ ମ୍ୟାଚ ଉପଭୋଗ କରିଥିଲେ । ତେବେ ଆସନ୍ତା ୧୨ ତାରିଖରେ ଭାରତର ପରବର୍ତ୍ତୀ ମୁକାବିଲା ଅଷ୍ଟ୍ରେଲିଆ ସହ ହେବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.