ETV Bharat / sports

କନିଷ୍ଠ ପୁରୁଷ ହକି ବିଶ୍ବକପ; ଆଜି ଭାରତ-ସ୍ପେନ ମୁକାବିଲା

author img

By ETV Bharat Odisha Team

Published : Dec 7, 2023, 9:00 AM IST

FIH Hockey Mens Junior World Cup
India vs Spain

FIH Hockey Mens Junior World Cup: ଜୁନିୟର ପୁରୁଷ ହକି ବିଶ୍ବକପରେ ଦକ୍ଷିଣ କୋରିଆ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଆଜି ସ୍ପେନ ବିପକ୍ଷରେ ଖେଳିବ ଭାରତ । ଅଧିକ ପଢନ୍ତୁ

କ୍ବାଲାଲୁମ୍ପୁର: ପୁରୁଷ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ବିଜୟରୁ ଅଭିଯାନ କରି ସାରିଛି । ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆକୁ 4-2 ଗୋଲରେ ପରାସ୍ତ କରି ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା ଉତ୍ତମ ସିଂଙ୍କ ନେତୃତ୍ବାଧୀନ ଭାରତୀୟ ହକି ଦଳ । ଆଜି(ଗୁରୁବାର) ଦ୍ବିତୀୟ ପୁଲ୍‌ ମ୍ୟାଚ୍‌ରେ ସ୍ପେନ୍‌ ବିପକ୍ଷରେ ଖେଳିବ ଭାରତ । ଏହି ମ୍ୟାଚ୍‌ରେ ଦ୍ବିତୀୟ ବିଜୟ ସହ କ୍ବାର୍ଟର ଫାଇନାଲକୁ ଉନ୍ନୀତ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଛି ଭାରତ । ସ୍ପେନ ବିପକ୍ଷରେ ଦଳକୁ ଆଟାକିଂ ମୁଡରେ ଖେଳିବାକୁ ହେବ ।

ଭାରତ ବନାମ ସ୍ପେନ ମୁକାବିଲା ଆଜି: କୋରିଆକୁ 4-2 ଗୋଲରେ ପରାସ୍ତ କରିଥିଲା ଭାରତ । ଏହି ମ୍ୟାଚରେ ଉପଅଧିନାୟର ଅରଇଜିତ ଦଳ ପାଇଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଥିଲେ । ସେ ହ୍ୟାଟ୍ରିକ ଗୋଲ କରିଥିଲେ । ଭାରତର ପ୍ରଥମ ବିଜୟ ସତ୍ତ୍ବେ ଦଳର କୋଚ ସି ଆର କୁମାର ସନ୍ତୁଷ୍ଟ ନାହାନ୍ତି । ଦଳକୁ ଆହରୁ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି କହିଛନ୍ତି । ଏହା ସହିତ ଅଜଥା ପେନାଲ୍ଟି କର୍ଣ୍ଣରକୁ ଅଣଦେଖା କରିବାକୁ ପଡ଼ିବ ବୋଲି କହିଛନ୍ତି । କୋରିଆ ବିପକ୍ଷରେ ଭାରତ ଆରମ୍ଭକୁ ଆଟାକିଂ ମୁଡ୍‌ରେ ଖେଳିଥିଲା । କୋରିଆ ବିପକ୍ଷରେ ଭାରତ ମାତ୍ର 2ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ଆଜି ସ୍ପେନ ବିପକ୍ଷରେ ଭାରତକୁ ସତର୍କତାର ସହ ଖେଳିବାକୁ ହେବ । 2001 ଓ 2016ରେ ଦୁଇଥର ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଚଳିତ ସଂସ୍କରଣରେ ଭାରତ ଚତୁର୍ଥ ପୋଡିୟମ ସ୍ଥାନ ସୁରକ୍ଷିତ କରିବାକୁ ପ୍ରୟାସ କରୁଛି । 1997ରେ ଇଂଲଣ୍ଡରେ ଭାରତ ରୌପ୍ୟ ପଦକ ଜିତିଥିଲା । ଏଥର ଭାରତ ଚମ୍ପିଆନ ହେବା ଲକ୍ଷ୍ୟରେ ରହିଛି । ଗତ ସଂସ୍କରଣରେ ପ୍ଲେ' ଅଫ୍‌ ମ୍ୟାଚରେ ଫ୍ରାନ୍ସଠୁ ପରାସ୍ତ ହୋଇ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା ।

ବେଲଜିୟମ ବନାମ ନ୍ୟୁଜିଲାଣ୍ଡ: ପୁଲ ଡି'ରେ ବେଲଜିୟମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ବେଲଜିୟମ । 4-0 ଗୋଲରେ ବିଜୟ ହାସଲ କରିଛି ବେଲଜିୟମ । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଖାତା ଖୋଲି ପାରି ନଥିଲା ।

ନେଦରଲାଣ୍ଡସ ବନାମ ପାକିସ୍ତାନ ମ୍ୟାଚ ଡ୍ର: ସେହିପରି ନେଦରଲାଣ୍ଡସ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଡ୍ର' ରହିଛି । ଆରମ୍ଭରୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ଆକ୍ରମଣ ପ୍ରତିଆକ୍ରମଣ ମଧ୍ୟରେ ମ୍ୟାଚ ଶେଷ ହୋଇଥିଲା । 3-3 ଗୋଲରେ ମ୍ୟାଚଟି ବିନା ହାକଜିଚରେ ଶେଷ ହୋଇଥିଲା । ଫଳରେ ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ ।

ଏହା ବି ପଢନ୍ତୁ...ଆଜିଠାରୁ କନିଷ୍ଠ ପୁରୁଷ ହକି ବିଶ୍ବକପ, ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ପ୍ରଥମ ମ୍ଯାଚ୍‌

ପ୍ରକାଶ ଥାଉ କି , ଗତ 5 ତାରିଖରୁ ପୁରୁଷ ଏଫଆଇଏଚ ହକି ଜୁନିୟର ବିଶ୍ବକପର 13ତମ ସଂସ୍କରଣ ଆରମ୍ଭ ହୋଇଛି । ପୁସ ସିରେ ଥିବା ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିଥିଲା । ଏହି ମ୍ୟାଚରେ ଦକ୍ଷିଣ କୋରିଆକୁ 4-2 ଗୋଲରେ ପରାସ୍ତ କରି ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା । ମାଲେସିଆର କ୍ବାଲାଲୁମ୍ପୁରରେ ଆରମ୍ଭ ହୋଇଥିବା ଜୁନିୟର ହକି ବିଶ୍ବକପରେ ମୋଟ 16ଟି ଦଳ ଭାଗ ନେଇଛନ୍ତି । ଆସନ୍ତା 16 ତାରିଖରେ ବିଶ୍ବକପ ଉଦଯାପିତ ହେବ । ପୁଲ ସିରେ ଭାରତ ସହିତ କାନାଡା, ସ୍ପେନ ଓ ଦକ୍ଷିଣ କୋରିଆ ରହିଛନ୍ତି । ଆଜି ସ୍ପେନ ବିପକ୍ଷ ମୁକାବିଲା ପରେ ଆସନ୍ତା 9 ତାରିଖରେ କାନାଡାକୁ ଭେଟିବ ଭାରତ । ପୁଲର ଶ୍ରେଷ୍ଠ 2ଟି ଦଳ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବେ । ଉତ୍ତମ ସିଂଙ୍କ ନେତୃତ୍ବରେ 18 ଜଣିଆ ଭାରତୀୟ ଦଳ ବିଶ୍ବକପ ମୈଦାନକୁ ଓହ୍ଲାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.