ETV Bharat / sports

FIFA World Cup: ଫାଇନାଲ ଫାଇଟ ହାରିବା ପରେ ଫ୍ରାନ୍ସ ଫ୍ୟାନ୍ସଙ୍କ ହଙ୍ଗାମା

author img

By

Published : Dec 19, 2022, 2:03 PM IST

ଫାଇନାଲ ଫାଇଟ ହାରିବା ପରେ ଫ୍ରାନ୍ସ ଫ୍ୟାନ୍ସଙ୍କ ହଙ୍ଗାମା
fans clash after france defeat

ଫିଫା ବିଶ୍ବକପରେ ପରାସ୍ତ ହେବା ପରେ ଫ୍ରାନ୍ସର ପ୍ୟାରିସରେ ହଙ୍ଗାମା କରିଛନ୍ତି ଫ୍ୟାନ୍ସ । ପରାଜୟକୁ ସହ୍ୟ କରିପାରି ନାହାନ୍ତି ପ୍ରଶଂସକ । ବିଭିନ୍ନ ସ୍ଥାନରେ ହଙ୍ଗାମା କରିଛନ୍ତି ଫ୍ୟାନ୍ସ ଫଳରେ ପୋଲିସ ସେମାନଙ୍କୁ ନିୟନ୍ତ୍ରଣକୁ ଆଣିଛି । ଅଧିକ ପଢନ୍ତୁ

ପ୍ୟାରିସ: ଫିଫା ବିଶ୍ବକପରେ ପରାଜୟକୁ ବରଦାସ୍ତ କରିପାରୁ ନାହାନ୍ତି ଫ୍ରାନ୍ସ ପ୍ରଶଂସକ । ପ୍ୟାରିସର ବିଭିନ୍ନ ସ୍ଥାନରେ ହଙ୍ଗମା କରିଛନ୍ତି ପ୍ରଶଂସକ । ଚାମ୍ପ ଏଲିସିଜରେ ଏକାଠୀ ହୋଇ ଟେକା ପଥମ ମାଡ କରିବା ସହି ବିଭିନ୍ନ ଜିନିଷ ଭଙ୍ଗାରୁଜା କରିଥିଲେ । ଫଳରେ ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ସେମାନଙ୍କ ଉପରକୁ ଲୁହାବୁହ ଗ୍ୟାସ ପ୍ରୟୋଗ କରିଛି ।

ପରାଜୟ ପରେ ଫ୍ରାନ୍ସରେ ଅସନ୍ତୋଷ ଫ୍ୟାନ୍ସ ଦଙ୍ଗା ସୃଷ୍ଟି କରିଛନ୍ତି । ଚାରିଆଡ଼େ ଭଙ୍ଗାରୁଜା ସହ ଅନେକ ସମ୍ପତ୍ତି ନଷ୍ଟ ହୋଇଛି । ଫ୍ରାନ୍ସର ଅନେକ ସହରରେ ଏଭଳି ହିଂସା ସୃଷ୍ଟି ହୋଇଥିବା ଖବର ମିଳିଛି । ପରାଜୟ ପରେ ହଜାର ହଜାର ଫ୍ୟାନ୍ସ ପ୍ୟାରିସ, ନାଇସ ଓ ଲିୟନ ସହରରେ ରାଜ ରାସ୍ତାକୁ ଓହ୍ଲାଥିଲେ । ଭିଡ଼ ନିୟନ୍ତ୍ରଣ କରିବାକୁ ଆସିଥିବା ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ପାଣି ମାଡ଼ କରିବା ସହ ଲୁହାବୁହ ଗ୍ୟାସର ପ୍ରୟୋଗ କରିଥିଲା।

ଏହା ବି ପଢନ୍ତୁ...FIFA World Cup: 36 ବର୍ଷ ପରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା

ପ୍ରକାଶ ଥାଉ କି, ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ 4-2 ଗୋଲରେ ଫ୍ରାନ୍ସକୁ ପରାସ୍ତ କରି 34 ବର୍ଷ ପରେ ବିଜୟ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ଫ୍ରାନ୍ସ ଏତେ ବାଟ ଆସି ସଫଳତାର ଏତେ ନିକଟ ପରେ ବି ପରାସ୍ତ ହେବାକୁ ଫ୍ୟାନ୍ସ ଗ୍ରହଣ କରି ପାରିନାହାନ୍ତି । ଫଳରେ ବିଭିନ୍ନ ସ୍ଥାନ ଉଗ୍ର ରୂପ ଧାରଣ କରି ହଙ୍ଗାମା କରିଛନ୍ତି ପ୍ରଶଂସକ । ଏହା ପୂର୍ବରୁ ତୃତୀୟ ସ୍ଥାନ ପାଇଁ ଖେଳାଯାଉଥିବା ମ୍ୟାଚ ପରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ମରକ୍କୋ ଓ କ୍ରୋଏସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମରକ୍କୋ ପରାସ୍ତ ହୋଇଥିଲା । ଏହାପରେ ମରକ୍କୋ ଫ୍ୟାନ୍ସ ଏହାକୁ ସହ୍ୟ କରି ପାରି ନଥିଲେ । ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ହଙ୍ଗାମା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.