ETV Bharat / sports

FIFA World cup: ବିଜୟୀ ଆର୍ଜେଣ୍ଟିନା ଉପରେ ଟଙ୍କା ବର୍ଷା

author img

By

Published : Dec 19, 2022, 8:42 AM IST

Updated : Dec 19, 2022, 10:18 AM IST

FIFA World cup: ବିଜେତା ଦଳ ଉପରେ ଟଙ୍କା ବର୍ଷା
FIFA World cup: ବିଜେତା ଦଳ ଉପରେ ଟଙ୍କା ବର୍ଷା

ଚଳିତ ଫିଫା ବିଶ୍ବକପ ବିଜୟୀ ହୋଇଛି ଆର୍ଜେଣ୍ଟିନା । ଚମ୍ପିଆନ ଆର୍ଜେଣ୍ଟିନା ଉପରେ ଟଙ୍କା ବର୍ଷା ହୋଇଛି । ଦଳକୁ 347 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଫିଫା ବିଶ୍ବକପ ଫଳାଫଳ ଆସି ସାରିଛି । ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସକୁ ହରାଇ 36 ବର୍ଷ ପରେ ଫିଫା ବିଶ୍ବକପ ମୁକୁଟ ପିନ୍ଧିଛି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା । ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ତୃତୀୟ ଥର ପାଇଁ ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା । ଏନେଇ ଦଳକୁ 347 କୋଟି ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ରନର୍ସଅଫ ଫ୍ରାନ୍ସକୁ 248 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେପଟେ ୩୬ ବର୍ଷ ହେବ ଟ୍ରଫି ଭୋକିଲା ଥିବା ଆର୍ଜେଣ୍ଟିନା ଟାଇଟଲ ହାତେଇବାରେ ସଫଳ ହୋଇଛି । ଦଳକୁ ଗୋଲ୍ଡେନ ଟ୍ରଫି ସହ ଦଳ ଉପରେ ଟଙ୍କା ବର୍ଷା ହୋଇଛି । ଚଳିତ ଫିଫା ବିଶ୍ବକପ ୨୦୨୨ ଫାଇନାଲ ବିଜେତା ଦଳକୁ ପୁରସ୍କାର ରାଶି ହିସାବରେ 42 ମଲିୟନ ଡଲାର ତଥା 347 କୋଟି ଟଙ୍କା ମିଳିଛି । ସେହିପରି ଉପବିଜେତା ଦଳ ଫ୍ରାନ୍ସକୁ 30 ମିଲିୟନ ଡଲାର ତଥା 248 କୋଟି ଟଙ୍କା ମିଳିଛି । ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ହାସଲ କରିଥିବା ଦଳ ତଥା କ୍ରୋଏସିଆକୁ 27 ମିଲିୟନ ଡଲାର ତଥା 223 କୋଟି ଟଙ୍କା ମିଳିଛି । ଚତୁର୍ଥ ସ୍ଥାନ ହାସଲ କରିଥିବା ମରକ୍କୋ ଦଳକୁ 25 ମିଲିୟନ ଡଲାର ତଥା 206 କୋଟି ଟଙ୍କା ମିଳିଛି ।

ଏହା ବି ପଢନ୍ତୁ...FIFA World Cup: 36 ବର୍ଷ ପରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା

କତାର ବିଶ୍ବକପରେ ମୋଟ 440 ମିଲିୟନ ଡଲାର ଆର୍ଥିକ ପୁରସ୍କାର ରହିଥିଲା । 32 ଦଳକୁ ଏହି ରାଶି ପ୍ରଦାନ କରାଯାଇଛି । ଚମ୍ପିଆନ ଆର୍ଜେଣ୍ଟିନାକୁ 42 ମିଲିୟନ ଡଲାର, ରନର୍ସଅଫ ଫ୍ରାନ୍ସକୁ 30 ମିଲିୟନ, ବ୍ରୋଞ୍ଜ ବିଜେତା କ୍ରୋଏସିଆକୁ 27 ମିଲିୟନ ଏବଂ ଚତୁର୍ଥରେ ରହିଥିବା ମରକ୍କୋକୁ 25 ମିଲିୟନ ଡଲାର ମିଳିଛି । ସେହିପରି 5ରୁ 8ମ ସ୍ଥାନ ହାସଲ କରିଥିବା ଦଳକୁ 17 ମିଲିୟନ ଲେଖାଏଁ ଏବଂ 9ମରୁ 16 ତମ ସ୍ଥାନରେ ରହିଥିବା ଦଳକୁ 13 ମିଲିୟନ ଓ 17ରୁ 32 ତମ ସ୍ଥାନ ଯାଏ ଥିବା ଦଳକୁ 9 ମିଲିୟନ ପୁରସ୍କାର ରାଶି ପ୍ରଦାନ କରାଯାଇଛି । 2018 ସଂସ୍କରଣରେ ପୁରସ୍କାର ରାଶି 400 ମିଲିୟନ ଡଲାର ଥିଲା ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇଛି ।

Last Updated :Dec 19, 2022, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.